୧୦ ମାସରେ ସାଢେ ୪ହଜାର ଦୁଷ୍କର୍ମ ମାମଲା ରୁଜୁ, ଘରୁ ଗୋଡ଼ କାଢ଼ିବାକୁ ଡରିଲେଣି ମହିଳା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଏବେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ। ରାତି କ’ଣ, ଦିନରେ ବି ଘରୁ ବାହାରିବାକୁ ଡରିଲେଣି। ଗତ ୧୦ ମାସରେ ରାଜ୍ୟର ବିଭିନ୍ନ ଥାନାରେ ସାଢେ଼ ଚାରି ହଜାର ଦୁଷ୍କର୍ମ ମାମଲା ରୁଜୁ ହେଲାଣି। ହିସାବ କଲେ ହାରାହାରି ଦିନକୁ ୧୫ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ବିଶେଷକରି ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ବଲାଙ୍ଗିର, ମୟୂରଭଞ୍ଜ ଆଦି ଜିଲ୍ଲାରେ ଅଧିକ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଛି। କିଛି ମାମଲାରେ ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ଅଧିକାଂଶ […]

ଭୁବନେଶ୍ୱର : ରାଜ୍ୟରେ ଏବେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ। ରାତି କ’ଣ, ଦିନରେ ବି ଘରୁ ବାହାରିବାକୁ ଡରିଲେଣି। ଗତ ୧୦ ମାସରେ ରାଜ୍ୟର ବିଭିନ୍ନ ଥାନାରେ ସାଢେ଼ ଚାରି ହଜାର ଦୁଷ୍କର୍ମ ମାମଲା ରୁଜୁ ହେଲାଣି। ହିସାବ କଲେ ହାରାହାରି ଦିନକୁ ୧୫ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ବିଶେଷକରି ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ବଲାଙ୍ଗିର, ମୟୂରଭଞ୍ଜ ଆଦି ଜିଲ୍ଲାରେ ଅଧିକ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଛି। କିଛି ମାମଲାରେ ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ଅଧିକାଂଶ ମାମଲାରେ ଅଭିଯୁକ୍ତମାନେ ଏବେ ବି ବାହାରେ ବୁଲୁଛନ୍ତି। ପୁଲିସର କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡବିଧାନରେ ବିଳମ୍ବ ଯୋଗୁଁ ଅଭିଯୁକ୍ତମାନେ ଖସିଯିବାକୁ ସକ୍ଷମ ହେଉଛନ୍ତି।

ଆହୁରି ପଢ଼ନ୍ତୁ: କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନ ଗିରଫ

ଗତ ୭୨ ଘଣ୍ଟା ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ହତ୍ୟା ଓ ଅପହରଣ ଖବର ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଦୁଇ ଦିନ ତଳେ ବ୍ରହ୍ମପୁରରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟକୁ ସ୍ତବ୍ଧ କରି ଦେଇଛି। ଗୋଳନ୍ଥରା ଥାନା ଅଞ୍ଚଳର ଦୁଇ ନାବାଳିକାଙ୍କୁ ୪ଜଣ ଗଣଦୁଷ୍କର୍ମ କରିବା ପରି ଜଘନ୍ୟ ଘଟଣା ଘଟିଛି। ଅନୁରୂପ ଭାବରେ ବରଗଡ଼ ସଦର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମାମୁଘରକୁ ଯାଇ ନିଖୋଜ ଥିବା ନାବାଳିକାକୁ ଜଣେ ଯୁବକ ଗୁରୁତର ଅବସ୍ଥାରେ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସମ୍ୱଲପୁରରେ ଜଣେ ପୁଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ୱଲପୁର ପୁଲିସ।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ

ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳ କାନିସାହି ଓ ହରିପୁର ଗାଁରୁ ଦୁଇ ଜଣ ନାବାଳିକାଙ୍କୁ ଅପହରଣ ଘଟଣାରେ ପୁଲିସ ହାତବାନ୍ଧି ବସିଥିବା ଅଭିଯୋଗ ହୋଇଛି। ଏପରିକି ଅପହରଣକାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ସମ୍ପୃକ୍ତ ନାବାଳିକାଙ୍କ ପରିବାର ଥାନା ଆଗରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ସେହିପରି ରବିବାର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ସ୍ପର୍ଶକାତର ବିଷୟଟି ହେଉଛି ଦୁଷ୍କର୍ମ ଓ ମହିଳା ବିରୋଧୀ ହିଂସା ଘଟଣାରେ ପୁଲିସର ଆଭିମୁଖ୍ୟ। ବିଭିନ୍ନ ଅଣ ଅପରାଧିକ କାର୍ଯ୍ୟ, ସୁରକ୍ଷା ଦାୟିତ୍ୱ, ବଡ଼ବଡ଼ିଆଙ୍କ ଗସ୍ତ ଆଦିରେ ପୁଲିସ ଏତେମାତ୍ରାରେ ବ୍ୟସ୍ତ ଯେ ସେମାନେ ଏପରି ମହିଳା ବିରୋଧୀ ହିଂସା ଘଟଣାଗୁଡ଼ିକୁ ତଦନ୍ତ କରିବାକୁ ସମୟ ନ ଥିବା ବାହାନା କାଢ଼ୁଛନ୍ତି। ଯାହା ପୀଡ଼ିତା ଓ ସେମାନଙ୍କ ପରିବାରର କଟା ଘା’ରେ ଚୂନ ମାରିବା ପରି ହୋଇଛି ।

୨୦୨୪ ଜୁନରୁ ଡିସେମ୍ୱର ୫ ମାସ ମଧ୍ୟରେ ରାଜ୍ୟରେ ୭୬୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ସେହିପରି ୫୦୯ ମହିଳାଙ୍କୁ ଦୁଷ୍କର୍ମ ଓ ୪୧ଟି ଗଣଦୁଷ୍କର୍ମ ମାମଲା ଘଟିଥିଲା ବୋଲି ସେ ସ୍ୱୀକାର କରିଥିଲେ। ଏହା ସ॥େତ୍ତ୍ବ ମହିଳା ବିରୋଧୀ ହିଂସାକାଣ୍ଡ ଓ ଦୁଷ୍କର୍ମଗୁଡ଼ିକର ବିଚାର ପାଇଁ ବିଶେଷ ତତ୍ପରତା ରାଜ୍ୟ ପୁଲିସ ପ୍ରକାଶ କରି ନ ଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶରେ ମହିଳା ବିରୋଧୀ ହିଂସା ଓ ଉତ୍ପୀଡ଼ନ ମାମଲାର ସଜାହାର ୬୮%, ବିହାର ପରି ଅପରାଧପ୍ରବଣ ରାଜ୍ୟରେ ୬୦% ରହିଥିବାବେଳେ ଓଡ଼ିଶାରେ ଏହା ୧୦% ବି ଅତିକ୍ରମ କରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର