ଜଘନ୍ୟ ଅପରାଧ: ନାବାଳିକାକୁ ୧୧୪ ଥର ଛୁରୀ ଭୁସି ହତ୍ୟା କଲା ୧୪ ବର୍ଷର ବାଳକ, ନାବାଳକ ପରିବର୍ତ୍ତେ ସାବାଳକ ପରି ମାମଲାର ହେବ ବିଚାର

The Sakala Picture
Published On

ଆମେରିକାର ଫ୍ଲୋରିଡା ଠାରୁ ଏକ ଜଘନ୍ୟ ଅପରାଧ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୪ ବର୍ଷର ବାଳକ ୧୩ ବର୍ଷର ବାଳିକାକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି। ଏହି ନାବାଳକକୁ ବର୍ତ୍ତମାନ ସାବାଳକଙ୍କ ପରି ବିଚାର କରାଯିବ। ଅଭିଯୁକ୍ତ ନାବାଳକଙ୍କ ନାଁ ଏଡନ ଫୁସି। ସେ ୧୩ ବର୍ଷିୟ ଚିୟରଲିଡର ବେଲିଙ୍କୁ  ଛୁରୀ ଭୁସି ହତ୍ୟା କରିଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ନାବାଳକ ଜଣଙ୍କ ଉକ୍ତ ନାବାଳିକାଙ୍କୁ […]

ଆମେରିକାର ଫ୍ଲୋରିଡା ଠାରୁ ଏକ ଜଘନ୍ୟ ଅପରାଧ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୪ ବର୍ଷର ବାଳକ ୧୩ ବର୍ଷର ବାଳିକାକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି। ଏହି ନାବାଳକକୁ ବର୍ତ୍ତମାନ ସାବାଳକଙ୍କ ପରି ବିଚାର କରାଯିବ। ଅଭିଯୁକ୍ତ ନାବାଳକଙ୍କ ନାଁ ଏଡନ ଫୁସି। ସେ ୧୩ ବର୍ଷିୟ ଚିୟରଲିଡର ବେଲିଙ୍କୁ  ଛୁରୀ ଭୁସି ହତ୍ୟା କରିଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

ସୂଚନା ଅନୁଯାୟୀ, ଅଭିଯୁକ୍ତ ନାବାଳକ ଜଣଙ୍କ ଉକ୍ତ ନାବାଳିକାଙ୍କୁ ୧୧୪ଥର ଛୁରି ଭୁସିଛି। ଫଳରେ ନାବାଳିକା ବେଲିଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପୂର୍ବ ଫ୍ଲୋରିଡାର ଏକ ଜଙ୍ଗଲରୁ ଉକ୍ତ ନବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା। କୋର୍ଟ ରେକର୍ଡ ଅନୁଯାୟୀ, ସେଣ୍ଟ ଜନ୍ କାଉଣ୍ଟିରେ ଥିବା ରାଜ୍ୟ ଓକିଲ କାର୍ଯ୍ୟାଳୟ ଗୁରୁବାର ଦିନ ବାଳକକୁ ଏକ ଗ୍ରାଣ୍ଡ୍ ଜଜ୍ ମାଧ୍ୟମରେ ପ୍ରଥମ ଶ୍ରେଣୀରେ ହତ୍ୟା ଅଭିଯୋଗରେ ନାମିତ କରାଯାଇଛି।

ଏଥି ସହିତ ଅଭିଯୁକ୍ତ ଏଡନ ଫୁସି ନାବାଳକ ହୋଇଥିଲେ ମଧ୍ୟ ତାଙ୍କ ମାମଲା ବୟସ୍କ କୋର୍ଟକୁ ସ୍ଥାନାନ୍ତର କରିବାକୁ ନୋଟିସ ଦାଖଲ କରାଯାଇଛି। ଫୁସିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ। ରାଜ୍ୟର ଷ୍ଟେଟ ଆଟର୍ଣ୍ଣି ଆରଜେ ଲାରିଜା କହିଛନ୍ତି ଯେ, ଏହି ମାମଲା ବୟସ୍କ କୋର୍ଟରେ ବିଚାର ହେବା କେବଳ ଠିକ ନୁହେଁ ବରଂ ଏକମାତ୍ର ବିକଳ୍ପ ଥିଲା।

ଏଥିସହ ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, ଅଭିଯୁକ୍ତ ଫୁସି ଅନେକ ବନ୍ଧୁଙ୍କୁ ମଧ୍ୟ କହିଥିଲେ ସେ କାହାକୁ ହତ୍ୟା କରିବାକୁ ଯୋଜନା କରିଥିଲେ। କିନ୍ତୁ ବେଲେଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ବୋଲି  ଅସ୍ପଷ୍ଟ ଥିଲା। ବେଲିଙ୍କ ପିତାମାତା ସେମାନଙ୍କ ଝିଅକୁ ଶେଷ ଥର ପାଇଁ ମେ ୯ ତାରିଖରେ ଦେଖିଥିଲେ। ଏହା ପରେ ତାଙ୍କ ଝିଅ ହତ୍ୟା ମାମଲାରେ ଫୁସିଙ୍କୁ ଗିରଫ କରାଯାଇଥିଲା।

ଅନୁସନ୍ଧାନକାରୀ କହିବା ଅନଯାୟୀ, ପୁଅର ଘର ନିକଟରେ ଝିଅର ମୃତଦେହ ମିଳିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ, ଏକ ଡାଇଭ୍ ଟିମ୍ ନିକଟସ୍ଥ ପୋଖରୀରେ ଛୁରୀ ପାଇଥିଲେ, ଯାହା ଅନୁସନ୍ଧାନକାରୀ ସମାନ ହତ୍ୟା ଅସ୍ତ୍ର ବୋଲି କହିଛନ୍ତି। ତେବେ ସିସିଟିଭି ଅନୁଯାୟୀ, ମେ ମାସରେ ଶେଷଥର ପାଇଁ  ବେଲିଙ୍କୁ ଫୁସିଙ୍କ ସହ ଦେଖିବାକୁ ମିଳିଥିଲା।

30 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର