ହୁରୁନ୍‌ ଇଣ୍ଡିଆ ସମ୍ପତ୍ତି ରିପୋର୍ଟ, ଦେଶରେ କୋଟିପତିଙ୍କ ସଂଖ୍ୟା ୯.୧୨ ଲକ୍ଷ

The Sakala Picture
Published On

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ବଢ଼ିବାରେ ଲାଗିଛି ଅରବପତିଙ୍କ ସଂଖ୍ୟା। ଏହାମଧ୍ୟରେ ଏକ ନୂଆ ମଧ୍ୟମବର୍ଗର ସମ୍ପତ୍ତିଧାରୀ ସୃଷ୍ଟି ହୋଇଛନ୍ତି। ତେବେ ଏହି ନୂଆ ମଧ୍ୟମବର୍ଗର ସମ୍ପତ୍ତିଧାରୀଙ୍କ ସଂଖ୍ୟା ୬.୩୩ ଲକ୍ଷ ରହିଛି। ଏହି ବର୍ଗରେ ସେହିମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ବାର୍ଷିକ ୨୦ ଲକ୍ଷ ଟଙ୍କା ସଞ୍ଚୟ କରିଥାନ୍ତି। ହୁରୁନ୍‌ ଇଣ୍ଡିଆ ସମ୍ପତ୍ତି ରିପୋର୍ଟ ୨୦୨୦ ଅନୁଯାୟୀ, ଦେଶରେ ୩୦୦୦ ଲୋକ ରହିଛନ୍ତି ଯେଉଁମାନେ ହଜାରେ କୋଟି ଲେଖାଁଏ ସମ୍ପତ୍ତିର ମାଲିକ। ଦେଶର ୫.୬୪ କୋଟି ଲୋକଙ୍କ […]

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ବଢ଼ିବାରେ ଲାଗିଛି ଅରବପତିଙ୍କ ସଂଖ୍ୟା। ଏହାମଧ୍ୟରେ ଏକ ନୂଆ ମଧ୍ୟମବର୍ଗର ସମ୍ପତ୍ତିଧାରୀ ସୃଷ୍ଟି ହୋଇଛନ୍ତି। ତେବେ ଏହି ନୂଆ ମଧ୍ୟମବର୍ଗର ସମ୍ପତ୍ତିଧାରୀଙ୍କ ସଂଖ୍ୟା ୬.୩୩ ଲକ୍ଷ ରହିଛି। ଏହି ବର୍ଗରେ ସେହିମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ବାର୍ଷିକ ୨୦ ଲକ୍ଷ ଟଙ୍କା ସଞ୍ଚୟ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ବଜାରରେ ଚିନି ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ସେପ୍ଟେମ୍ବର ୨୦୨୬ ଯାଏଁ ଚିନି ରପ୍ତାନି ଉପରେ କଟକଣା

ହୁରୁନ୍‌ ଇଣ୍ଡିଆ ସମ୍ପତ୍ତି ରିପୋର୍ଟ ୨୦୨୦ ଅନୁଯାୟୀ, ଦେଶରେ ୩୦୦୦ ଲୋକ ରହିଛନ୍ତି ଯେଉଁମାନେ ହଜାରେ କୋଟି ଲେଖାଁଏ ସମ୍ପତ୍ତିର ମାଲିକ। ଦେଶର ୫.୬୪ କୋଟି ଲୋକଙ୍କ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା ରହିଛି। ସେହିଭଳି ଦେଶରେ ୪.୧୨ ଲକ୍ଷ ଲୋକ ରହିଛନ୍ତି ଯେଉଁମାନଙ୍କର ମୋଟ ସମ୍ପତ୍ତି ପରିମାଣ ୭ କୋଟି ଟଙ୍କା ହେବ। ତେବେ ଦେଶରେ କୋଟିପତିଙ୍କ ସଂଖ୍ୟା ଇତିମଧ୍ୟରେ ୯.୧୨ ଲକ୍ଷରେ ପହଞ୍ଚିଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ,ବର୍ତ୍ତମାନ ଦେଶରେ ଦୁଇ ପ୍ରକାର ସମ୍ପତ୍ତି ଆୟକାରୀ ରହିଛନ୍ତି। ପ୍ରଥମ ବର୍ଗଟି ହେଉଛି କମ୍‌ ଆୟକାରୀ, ଯେଉଁମାନଙ୍କର ଅଧିକାଂଶ ଅର୍ଥ ଚାକିରି, ବ୍ୟାଙ୍କ ଏଫ୍‌ଡି, ରିଅଲ ଇଷ୍ଟେଟ୍‌ ଏବଂ ସେୟାର ବଜାର ନିବେଶ ଉପରେ ନିର୍ଭରଶୀଳ। ଦ୍ବିତୀୟ ବର୍ଗଟି ହେଉଛି ଅଧକ ଆୟକାରୀ। ଏହି ବର୍ଗର ଆୟକାରୀ ରିଅଲ ଇଷ୍ଟେଟ୍‌ରେ ବଡ ଧରଣର ନିବେଶ, କାରବାର ଏବଂ ବିଦେଶୀ ସେୟାର ବଜାରରେ ବୃହତ୍‌ ନିବେଶ। ଦେଶରେ ରହିଥିବା ମୋଟ ମଧ୍ୟମବର୍ଗଙ୍କ ସଂଖ୍ୟା ୫.୬୪ କୋଟି। ଏହି ପରିବାରଗୁଡିକର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଏମିତି ୪.୧୨ ଲକ୍ଷ ଲୋକ ରହିଛନ୍ତି ଯେଉଁମାନଙ୍କର ମୋଟ ସମ୍ପତ୍ତି ଅତିକମ୍‌ରେ ୭ କୋଟି ଟଙ୍କା ହେବ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ ଓ ତୈଳ ଦର ବୃଦ୍ଧିର ପ୍ରଭାବ: ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଟଙ୍କା, ଡଲାର ତୁଳନାରେ ୯୬ ପାର୍

ବିଶ୍ବରେ ରହିଥିବା କୋଟିପତି ସଂଖ୍ୟାର ଦୁଇ ପ୍ରତିଶତ ଭାରତରେ ରହିଛନ୍ତି। କାରଣ ସମ୍ପ୍ରତି ବିଶ୍ବରେ ମୋଟ ୫.୧୯ କୋଟି କୋଟିପତି ରହିଛନ୍ତି। ଭାରତରେ ଏହି ସଂଖ୍ୟା ୯.୧୨ ଲକ୍ଷ ରହିଛି। ଧନୀ ବ୍ୟକ୍ତିଙ୍କ ମାମଲାରେ ବିଶ୍ବରେ ଆମେରିକା, ଚୀନ୍‌, ଜର୍ମାନୀ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଟିସିଏସ ସିଇଓ କେ କୃତିବାସନଙ୍କୁ ଆର୍ଥିକ ବର୍ଷ ୨୦୨୬ରେ ମିଳିଲା ୨୮ କୋଟି ଟଙ୍କାର ଦରମା: ସାଧାରଣ କର୍ମଚାରୀଙ୍କ ଠାରୁ ୩୩୩ ଗୁଣା ଅଧିକ

ଦେଶର ୧୦ ରାଜ୍ୟରେ ୭୦.୩% କୋଟି ପତି ବାସ କରୁଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୫୬,୦୦୦ କୋଟିପତି ରହିଥିବା ବେଳେ ଉତ୍ତରପ୍ରଦେଶରେ ୩୬, ୦୦୦, ତାମିଲନାଡୁରେ ୩୫,୦୦୦, କର୍ଣ୍ଣାଟକରେ ୩୩,୦୦୦, ଗୁଜରାଟରେ ୨୯,୦୦୦, ପଶ୍ଚିମବଙ୍ଗରେ ୨୪,୦୦୦, ରାଜସ୍ଥାନ ୨୧,୦୦୦, ଆନ୍ଧ୍ରପ୍ରଦେଶ ୨୦,୦୦୦, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନାରେ ୧୮୦୦୦ କୋଟିପତି ରହିଥିବା ହୁରୁନ୍‌ ଇଣ୍ଡିଆ ସମ୍ପତ୍ତି ରିପୋର୍ଟ ୨୦୨୦ରେ ଦର୍ଶାଯାଇଛି।

18 Mar 2021 By The Sakala

ହୁରୁନ୍‌ ଇଣ୍ଡିଆ ସମ୍ପତ୍ତି ରିପୋର୍ଟ, ଦେଶରେ କୋଟିପତିଙ୍କ ସଂଖ୍ୟା ୯.୧୨ ଲକ୍ଷ

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ବଢ଼ିବାରେ ଲାଗିଛି ଅରବପତିଙ୍କ ସଂଖ୍ୟା। ଏହାମଧ୍ୟରେ ଏକ ନୂଆ ମଧ୍ୟମବର୍ଗର ସମ୍ପତ୍ତିଧାରୀ ସୃଷ୍ଟି ହୋଇଛନ୍ତି। ତେବେ ଏହି ନୂଆ ମଧ୍ୟମବର୍ଗର ସମ୍ପତ୍ତିଧାରୀଙ୍କ ସଂଖ୍ୟା ୬.୩୩ ଲକ୍ଷ ରହିଛି। ଏହି ବର୍ଗରେ ସେହିମାନଙ୍କୁ ସାମିଲ କରାଯାଇଛି ଯେଉଁମାନେ ବାର୍ଷିକ ୨୦ ଲକ୍ଷ ଟଙ୍କା ସଞ୍ଚୟ କରିଥାନ୍ତି।

ହୁରୁନ୍‌ ଇଣ୍ଡିଆ ସମ୍ପତ୍ତି ରିପୋର୍ଟ ୨୦୨୦ ଅନୁଯାୟୀ, ଦେଶରେ ୩୦୦୦ ଲୋକ ରହିଛନ୍ତି ଯେଉଁମାନେ ହଜାରେ କୋଟି ଲେଖାଁଏ ସମ୍ପତ୍ତିର ମାଲିକ। ଦେଶର ୫.୬୪ କୋଟି ଲୋକଙ୍କ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା ରହିଛି। ସେହିଭଳି ଦେଶରେ ୪.୧୨ ଲକ୍ଷ ଲୋକ ରହିଛନ୍ତି ଯେଉଁମାନଙ୍କର ମୋଟ ସମ୍ପତ୍ତି ପରିମାଣ ୭ କୋଟି ଟଙ୍କା ହେବ। ତେବେ ଦେଶରେ କୋଟିପତିଙ୍କ ସଂଖ୍ୟା ଇତିମଧ୍ୟରେ ୯.୧୨ ଲକ୍ଷରେ ପହଞ୍ଚିଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ,ବର୍ତ୍ତମାନ ଦେଶରେ ଦୁଇ ପ୍ରକାର ସମ୍ପତ୍ତି ଆୟକାରୀ ରହିଛନ୍ତି। ପ୍ରଥମ ବର୍ଗଟି ହେଉଛି କମ୍‌ ଆୟକାରୀ, ଯେଉଁମାନଙ୍କର ଅଧିକାଂଶ ଅର୍ଥ ଚାକିରି, ବ୍ୟାଙ୍କ ଏଫ୍‌ଡି, ରିଅଲ ଇଷ୍ଟେଟ୍‌ ଏବଂ ସେୟାର ବଜାର ନିବେଶ ଉପରେ ନିର୍ଭରଶୀଳ। ଦ୍ବିତୀୟ ବର୍ଗଟି ହେଉଛି ଅଧକ ଆୟକାରୀ। ଏହି ବର୍ଗର ଆୟକାରୀ ରିଅଲ ଇଷ୍ଟେଟ୍‌ରେ ବଡ ଧରଣର ନିବେଶ, କାରବାର ଏବଂ ବିଦେଶୀ ସେୟାର ବଜାରରେ ବୃହତ୍‌ ନିବେଶ। ଦେଶରେ ରହିଥିବା ମୋଟ ମଧ୍ୟମବର୍ଗଙ୍କ ସଂଖ୍ୟା ୫.୬୪ କୋଟି। ଏହି ପରିବାରଗୁଡିକର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଏମିତି ୪.୧୨ ଲକ୍ଷ ଲୋକ ରହିଛନ୍ତି ଯେଉଁମାନଙ୍କର ମୋଟ ସମ୍ପତ୍ତି ଅତିକମ୍‌ରେ ୭ କୋଟି ଟଙ୍କା ହେବ।

ବିଶ୍ବରେ ରହିଥିବା କୋଟିପତି ସଂଖ୍ୟାର ଦୁଇ ପ୍ରତିଶତ ଭାରତରେ ରହିଛନ୍ତି। କାରଣ ସମ୍ପ୍ରତି ବିଶ୍ବରେ ମୋଟ ୫.୧୯ କୋଟି କୋଟିପତି ରହିଛନ୍ତି। ଭାରତରେ ଏହି ସଂଖ୍ୟା ୯.୧୨ ଲକ୍ଷ ରହିଛି। ଧନୀ ବ୍ୟକ୍ତିଙ୍କ ମାମଲାରେ ବିଶ୍ବରେ ଆମେରିକା, ଚୀନ୍‌, ଜର୍ମାନୀ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ଦେଶର ୧୦ ରାଜ୍ୟରେ ୭୦.୩% କୋଟି ପତି ବାସ କରୁଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୫୬,୦୦୦ କୋଟିପତି ରହିଥିବା ବେଳେ ଉତ୍ତରପ୍ରଦେଶରେ ୩୬, ୦୦୦, ତାମିଲନାଡୁରେ ୩୫,୦୦୦, କର୍ଣ୍ଣାଟକରେ ୩୩,୦୦୦, ଗୁଜରାଟରେ ୨୯,୦୦୦, ପଶ୍ଚିମବଙ୍ଗରେ ୨୪,୦୦୦, ରାଜସ୍ଥାନ ୨୧,୦୦୦, ଆନ୍ଧ୍ରପ୍ରଦେଶ ୨୦,୦୦୦, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନାରେ ୧୮୦୦୦ କୋଟିପତି ରହିଥିବା ହୁରୁନ୍‌ ଇଣ୍ଡିଆ ସମ୍ପତ୍ତି ରିପୋର୍ଟ ୨୦୨୦ରେ ଦର୍ଶାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp