ଚଳିତ ସପ୍ତାହରେ ସୁନା ଦର ୧୩୨୬ ଟଙ୍କା ବୃଦ୍ଧି

The Sakala Picture
Published On

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ନିଆଁ ଲାଗିଛି। କ୍ରମାଗତ ଭାବେ ଏହାର ମୂଲ୍ୟ ବଢ଼ିବାରେ ଲାଗିଛି। ଚଳିତ ସପ୍ତାହରେ ସୁନା ମୂଲ୍ୟ ୧୩୨୬ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ ପିଛା ୨୪ କାରଟ ସୁନା ମୂଲ୍ୟ ଗତ ଶନିବା ର ୮୬, ୮୪୩ ଟଙ୍କା ଥିଲା। ଏବେ ଏହା ୮୮, ୧୬୯ ଟଙ୍କାରେ ପହଞ୍ଚି ଯାଇଛି। ଗତ ଜାନୁଆରୀ ୧ ତାରିଖରୁ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୧୨, ୦୦୭ ଟଙ୍କା ମହଙ୍ଗା ହେଲାଣି। ଏବେ ୨୨ କାରଟ […]

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ନିଆଁ ଲାଗିଛି। କ୍ରମାଗତ ଭାବେ ଏହାର ମୂଲ୍ୟ ବଢ଼ିବାରେ ଲାଗିଛି। ଚଳିତ ସପ୍ତାହରେ ସୁନା ମୂଲ୍ୟ ୧୩୨୬ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ ପିଛା ୨୪ କାରଟ ସୁନା ମୂଲ୍ୟ ଗତ ଶନିବା ର ୮୬, ୮୪୩ ଟଙ୍କା ଥିଲା। ଏବେ ଏହା ୮୮, ୧୬୯ ଟଙ୍କାରେ ପହଞ୍ଚି ଯାଇଛି। ଗତ ଜାନୁଆରୀ ୧ ତାରିଖରୁ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୧୨, ୦୦୭ ଟଙ୍କା ମହଙ୍ଗା ହେଲାଣି। ଏବେ ୨୨ କାରଟ ସୁନା ମୂଲ୍ୟ ୮୦, ୭୬୩ ଟଙ୍କା ଏବଂ ୧୮ କାରଟ ମୂଲ୍ୟ ୬୬, ୧୨୭ ଟଙ୍କା ରହିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଚଳିତ ସପ୍ତାହରେ ରୁପା କେଜି ପିଛା ମୂଲ୍ୟ ୭୦୨ ଟଙ୍କା ହ୍ରାସ ପାଇଛି। ଗତ ଶନିବାର ଏହା ୯୮, ୩୨୨ ଟଙ୍କା ଥିବାବେଳେ ଏବେ ଏହା ୯୭, ୬୨୦ ଟଙ୍କାକୁ ଖସି ଆସିଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୧୧, ୬୦୩ ଟଙ୍କା ବୃଦ୍ଧି ପାଇଲାଣି। ସୁନା ମୂଲ୍ୟ ବୃଦ୍ଧି ପଛରେ ତିନୋଟି ପ୍ରମୁଖ କାରଣ ରହିଛି। ସେଗୁଡିକ ହେଲା ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଭୂ-ରାଜନୈତିକ ଉତ୍ତେଜନା ବଢ଼ି ଯାଇଛି। ଶୁଳ୍କ ଯୁଦ୍ଧକୁ ନେଇ ଅନେକ ଦେଶ ଆଶଙ୍କିତ ଅଛନ୍ତି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବାରେ ଲାଗିଥିବାରୁ ସୁନା ମୂଲ୍ୟ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

23 Mar 2025 By The Sakala

ଚଳିତ ସପ୍ତାହରେ ସୁନା ଦର ୧୩୨୬ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ନିଆଁ ଲାଗିଛି। କ୍ରମାଗତ ଭାବେ ଏହାର ମୂଲ୍ୟ ବଢ଼ିବାରେ ଲାଗିଛି। ଚଳିତ ସପ୍ତାହରେ ସୁନା ମୂଲ୍ୟ ୧୩୨୬ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ ପିଛା ୨୪ କାରଟ ସୁନା ମୂଲ୍ୟ ଗତ ଶନିବା ର ୮୬, ୮୪୩ ଟଙ୍କା ଥିଲା। ଏବେ ଏହା ୮୮, ୧୬୯ ଟଙ୍କାରେ ପହଞ୍ଚି ଯାଇଛି। ଗତ ଜାନୁଆରୀ ୧ ତାରିଖରୁ ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ୧୨, ୦୦୭ ଟଙ୍କା ମହଙ୍ଗା ହେଲାଣି। ଏବେ ୨୨ କାରଟ ସୁନା ମୂଲ୍ୟ ୮୦, ୭୬୩ ଟଙ୍କା ଏବଂ ୧୮ କାରଟ ମୂଲ୍ୟ ୬୬, ୧୨୭ ଟଙ୍କା ରହିଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ଚଳିତ ସପ୍ତାହରେ ରୁପା କେଜି ପିଛା ମୂଲ୍ୟ ୭୦୨ ଟଙ୍କା ହ୍ରାସ ପାଇଛି। ଗତ ଶନିବାର ଏହା ୯୮, ୩୨୨ ଟଙ୍କା ଥିବାବେଳେ ଏବେ ଏହା ୯୭, ୬୨୦ ଟଙ୍କାକୁ ଖସି ଆସିଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରୁପା ମୂଲ୍ୟ ୧୧, ୬୦୩ ଟଙ୍କା ବୃଦ୍ଧି ପାଇଲାଣି। ସୁନା ମୂଲ୍ୟ ବୃଦ୍ଧି ପଛରେ ତିନୋଟି ପ୍ରମୁଖ କାରଣ ରହିଛି। ସେଗୁଡିକ ହେଲା ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଭୂ-ରାଜନୈତିକ ଉତ୍ତେଜନା ବଢ଼ି ଯାଇଛି। ଶୁଳ୍କ ଯୁଦ୍ଧକୁ ନେଇ ଅନେକ ଦେଶ ଆଶଙ୍କିତ ଅଛନ୍ତି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବାରେ ଲାଗିଥିବାରୁ ସୁନା ମୂଲ୍ୟ ବୃଦ୍ଧି ପାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp