ମେମୋରି ଚିପ୍‌ ସଙ୍କଟ: ମହଙ୍ଗା ହେବ ମୋବାଇଲ୍‌, ଲାପଟପ୍‌ ଓ ଟିଭି

Madhusudan Das Picture
Published On

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମେମୋରି ଚିପ୍‌ ଅଭାବ ଏବେ ଭାରତର ଇଲେକ୍‌ଟ୍ରୋନିକ୍ସ ଶିଳ୍ପ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ବିଶେଷକରି ଲାପଟପ୍‌, ସ୍ମାର୍ଟଫୋନ୍‌ ଓ ସ୍ମାର୍ଟ ଟିଭି ପରିି ଉପଭୋକ୍ତା ସାମଗ୍ରୀର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଆଗାମୀ ଦିନରେ ଏହି ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରିଛି। 

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ସୂଚନା ଅନୁସାରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର ନିର୍ମାତାମାନେ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଡାଟା ସେଣ୍ଟର ପାଇଁ ବ୍ୟବହୃତ ହାଇ ବ୍ୟାଣ୍ଡ ଚିପ୍‌ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଆଇ ପ୍ରଯୁକ୍ତିର ଦ୍ରୁତ ବିକାଶ ଫଳରେ ଏଚ୍‌ବିଏମ୍‌ ଚିପ୍‌ଗୁଡ଼ିକର ଚାହିଦା ଅଭୂତପୂର୍ବ ଭାବରେ ବୃଦ୍ଧି ପାଇଛି। ଏହାର ପରିଣାମ ସ୍ୱରୂପ ସାଧାରଣ ଉପଭୋକ୍ତା ଉତ୍ପାଦରେ ବ୍ୟବହୃତ ଡ଼ାଇନାମିକ୍‌ ରାନଡ଼ମ୍‌ ଅକ୍ସେସ ମେମୋରୀ (ଡ଼ିଆର୍‌ଏଏମ୍‌) ଚିପ୍‌ଗୁଡ଼ିକର ଉତ୍ପାଦନ ହ୍ରାସ ପାଇଛି। 

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ସ୍ମାର୍ଟଫୋନ୍‌, ଲାପଟପ୍‌, ଟ୍ୟାବଲେଟ୍‌, ଟିଭି ଓ ଅନ୍ୟାନ୍ୟ ଡିଜିଟାଲ୍‌ ଉପକରଣ ନିର୍ମାଣରେ ଡ଼ିଆର୍‌ଏଏମ୍‌  ହେଉଛି ଏକ ପ୍ରମୁଖ ଉପାଦାନ। ଉତ୍ପାଦନ ହ୍ରାସ ଫଳରେ ଏହାର ଦାମ ବିଶ୍ୱ ବଜାରରେ ଦ୍ରୁତ ହାରରେ ବୃଦ୍ଧି ପାଇଛି। 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଭାରତ ଏବେ ମଧ୍ୟ ଅଧିକାଂଶ ସେମିକଣ୍ଡକ୍ଟର ଚିପ୍‌ ବିଦେଶରୁ ଆମଦାନି କରୁଛି। ତେଣୁ ଆନ୍ତର୍ଜାତୀୟ ବଜାରରେ ଚିପ୍‌ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଭାରତୀୟ ଇଲେକ୍‌ଟ୍ରୋନିକ୍ସ ନିର୍ମାତା ଓ ଉପଭୋକ୍ତାଙ୍କ ଉପରେ ପଡ଼ିଛି। କିଛି କମ୍ପାନୀ ଇତିମଧ୍ୟରେ ନୂଆ ମଡେଲ୍‌ର ମୂଲ୍ୟ ବୃଦ୍ଧି କରିବା ନେଇ ବିଚାର କରୁଛନ୍ତି।  ଯଦି ଏହି ସ୍ଥିତି ଆଉ କିଛିମାସ ଲାଗିରହେ, ତେବେ ସ୍ମାର୍ଟ ଫୋନ୍‌ ଓ ଲାପଟପ୍‌ର ଦାମ ୫%ରୁ ୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଅନ୍ୟପକ୍ଷରେ ଏଆଇର ଦ୍ରୁତ ବିକାଶ ସେମିକଣ୍ଡକ୍ଟର ଶିଳ୍ପକୁ ନୂଆ ଦିଗ ଦେଉଛି। ଅନେକ ଚିପ୍‌ ନିର୍ମାତା ଏଆଇ ସର୍ଭର ଓ ଡାଟା ସେଣ୍ଟର ପାଇଁ ଉଚ୍‌ଚ କ୍ଷମତାସମ୍ପନ୍ନ ମେମୋରି ଉତ୍ପାଦନରେ ଅଧିକ ଲାଭ ଦେଖୁଥିବାରୁ ସେହି କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ଭାରତ ସରକାର ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ବଢ଼ାଇବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରିଥିଲେ ମଧ୍ୟ ସେଗୁଡ଼ିକର ପୂର୍ଣ୍ଣ ପ୍ରଭାବ ଆସିବାକୁ ଆହୁରି କିଛି ବର୍ଷ ସମୟ ଲାଗିପାରେ ବୋଲି କୁହାଯାଉଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର