ଆଜିଠୁ ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ୍‌ ୨୦୨୫: ଏକାଠି ହେବେ ବିଶ୍ୱ ନେତୃବୃନ୍ଦ

Madhusudan Das Picture
Published On

ଭୁବନେଶ୍ବର: ପୁରୀରେ ଆଜିଠୁ ଓଡ଼ିଶା ସରକାରଙ୍କ ଦ୍ବାରା ଗ୍ଲୋବାଲ୍‌ ଏନର୍ଜି ଲିଡର୍ସ ସମିଟ୍‌ (ଜିଇଏଲଏସ) ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରାୟ ୧୫ଟି ରାଜ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସହ ୩୦ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ଶକ୍ତି କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବେ। ଏହି ସମିଟ୍‌ର ଥିମ୍‌ ହେଉଛି, ‘ଭାରତକୁ ଊର୍ଜା ପ୍ରଦାନ: ଯଥେଷ୍ଟ ପରିମାଣ, ସନ୍ତୁଳନ ଏବଂ ନବସୃଜନ’ ରହିଛି। ଏହି କାର୍ଯ୍ୟକ୍ରମକୁ ଡିସେମ୍ବର ୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଉଦଘାଟନ କରିବେ। ନୀତି ଆୟୋଗର ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ ବିଶିଷ୍ଟ ଅତିଥି ଭାବରେ ଅଭିଭାଷଣ ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

କାର୍ଯ୍ୟକ୍ରମରେ ନବୀନ ଓ ନବୀକରଣୀୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଶ୍ରୀପଦ ନାଏକ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ , ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ଦିଲ୍ଲୀ ଏନସିଟି ସରକାରଙ୍କ ଶକ୍ତି ମନ୍ତ୍ରୀ ଆଶିଷ ସୁଦ, ମିଜୋରାମର ଶକ୍ତି ମନ୍ତ୍ରୀ ଏଫ. ରୋଡିଙ୍ଗଲିଆନା, ରାଜସ୍ଥାନର ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ଵ) ହୀରାଲାଲ ନାଗର, ଶକ୍ତି ମନ୍ତ୍ରଣାଳୟର ସଚିବ ପଙ୍କଜ ଅଗ୍ରୱାଲ ଏବଂ ନବୀନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜର ବରିଷ୍ଠ ଶକ୍ତି ପରାମର୍ଶଦାତା ପିଏରେ ନୋଏଲ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

05 Dec 2025 By Madhusudan Das

ଆଜିଠୁ ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ୍‌ ୨୦୨୫: ଏକାଠି ହେବେ ବିଶ୍ୱ ନେତୃବୃନ୍ଦ

ଭୁବନେଶ୍ବର: ପୁରୀରେ ଆଜିଠୁ ଓଡ଼ିଶା ସରକାରଙ୍କ ଦ୍ବାରା ଗ୍ଲୋବାଲ୍‌ ଏନର୍ଜି ଲିଡର୍ସ ସମିଟ୍‌ (ଜିଇଏଲଏସ) ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରାୟ ୧୫ଟି ରାଜ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସହ ୩୦ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ଶକ୍ତି କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେବେ। ଏହି ସମିଟ୍‌ର ଥିମ୍‌ ହେଉଛି, ‘ଭାରତକୁ ଊର୍ଜା ପ୍ରଦାନ: ଯଥେଷ୍ଟ ପରିମାଣ, ସନ୍ତୁଳନ ଏବଂ ନବସୃଜନ’ ରହିଛି। ଏହି କାର୍ଯ୍ୟକ୍ରମକୁ ଡିସେମ୍ବର ୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଉଦଘାଟନ କରିବେ। ନୀତି ଆୟୋଗର ସିଇଓ ବି.ଭି.ଆର୍. ସୁବ୍ରମଣ୍ୟମ ବିଶିଷ୍ଟ ଅତିଥି ଭାବରେ ଅଭିଭାଷଣ ପ୍ରଦାନ କରିବେ।

କାର୍ଯ୍ୟକ୍ରମରେ ନବୀନ ଓ ନବୀକରଣୀୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଶ୍ରୀପଦ ନାଏକ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ , ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ଦିଲ୍ଲୀ ଏନସିଟି ସରକାରଙ୍କ ଶକ୍ତି ମନ୍ତ୍ରୀ ଆଶିଷ ସୁଦ, ମିଜୋରାମର ଶକ୍ତି ମନ୍ତ୍ରୀ ଏଫ. ରୋଡିଙ୍ଗଲିଆନା, ରାଜସ୍ଥାନର ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ଵ) ହୀରାଲାଲ ନାଗର, ଶକ୍ତି ମନ୍ତ୍ରଣାଳୟର ସଚିବ ପଙ୍କଜ ଅଗ୍ରୱାଲ ଏବଂ ନବୀନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜର ବରିଷ୍ଠ ଶକ୍ତି ପରାମର୍ଶଦାତା ପିଏରେ ନୋଏଲ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp