‘ଏକ୍ସ’କୁ ବିକ୍ରି କରିଦେଲେ ଏଲନ ମସ୍କ, ଜାଣନ୍ତୁ କିଏ କିଣିଲା….

The Sakala Picture
Published On

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ବ୍ୟବସାୟୀ ଏଲନ ମସ୍କ ନିଜର ସାମାଜିକ ଗଣମାଧ୍ୟମ କମ୍ପାନୀ ‘ଏକ୍ସ’କୁ ବିକ୍ରି କରିଦେଇଛନ୍ତି। ତେବେ ଅନ୍ୟ କୌଣସି ସଂସ୍ଥା ନୁହେଁ, ନିଜର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କମ୍ପାନୀ ‘ଏକ୍ସଏଆଇ’କୁ ୩୩ ବିଲିୟନ ଡଲାର ଅର୍ଥାତ୍‌ ୨.୮୨ ଲକ୍ଷ କୋଟି ଟଙ୍କାରେ ଏହାକୁ ବିକିଛନ୍ତି। ଏହା ଏକ ଅଲ୍‌-ଷ୍ଟକ୍‌ ଡିଲ୍‌। ଏଥିରେ ନଗଦ ପରିବର୍ତ୍ତେ ସେୟାର କାରବାର ହୋଇଛି। ଏହା ଦ୍ବାରା ଏକ୍ସର ନିବେଶକଙ୍କୁ ସେୟାର ମିଳିବ। ମସ୍କ […]

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ବ୍ୟବସାୟୀ ଏଲନ ମସ୍କ ନିଜର ସାମାଜିକ ଗଣମାଧ୍ୟମ କମ୍ପାନୀ ‘ଏକ୍ସ’କୁ ବିକ୍ରି କରିଦେଇଛନ୍ତି। ତେବେ ଅନ୍ୟ କୌଣସି ସଂସ୍ଥା ନୁହେଁ, ନିଜର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କମ୍ପାନୀ ‘ଏକ୍ସଏଆଇ’କୁ ୩୩ ବିଲିୟନ ଡଲାର ଅର୍ଥାତ୍‌ ୨.୮୨ ଲକ୍ଷ କୋଟି ଟଙ୍କାରେ ଏହାକୁ ବିକିଛନ୍ତି। ଏହା ଏକ ଅଲ୍‌-ଷ୍ଟକ୍‌ ଡିଲ୍‌। ଏଥିରେ ନଗଦ ପରିବର୍ତ୍ତେ ସେୟାର କାରବାର ହୋଇଛି। ଏହା ଦ୍ବାରା ଏକ୍ସର ନିବେଶକଙ୍କୁ ସେୟାର ମିଳିବ। ମସ୍କ ନିଜେ ଏହି ସୂଚନା ଦେଇଛନ୍ତି। ଡାଟା, ମଡେଲ, କମ୍ପ୍ୟୁଟିଂ, ବିତରଣ ଏବଂ ପ୍ରତିଭାକୁ ଏକାଠି କରିବା ଦିଗରେ ଏହା ବଡ଼ ପଦକ୍ଷେପ ବୋଲି ମସ୍କ କହିଛନ୍ତି। ଏକ୍ସଏଆଇର ଉନ୍ନତ ଏଆଇ ଜ୍ଞାନକୌଶଳକୁ ଏକ୍ସର ୬୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ସହ ଯୋଡିବା ପାଇଁ ମସ୍କ ଏହି ପଦକ୍ଷେପ ନେଇଛନ୍ତି। ଏକ୍ସର ତଥ୍ୟ ବ୍ୟବହାର କରି ଏକ୍ସଏଆଇ ନିଜର ଏଆଇ ମଡେଲ ଗ୍ରୋକ୍‌ ଚାଟବାଟକୁ ଅଧିକ ସହଜରେ ପ୍ରଶିକ୍ଷିତ କରିପାରିବ। ସୂଚନାଯୋଗ୍ୟ ଯେ ମସ୍କ ୨୦୨୨ ଅକ୍ଟୋବରରେ ୪୪ ବିଲିୟନ ଡଲାର ଦେଇ ଏକ୍ସକୁ କିଣିଥିଲେ। ଆଜିର ହିସାବରେ ଏହା ପ୍ରାୟ ୩.୭୬ ଲକ୍ଷ କୋଟି ଟଙ୍କା ହେବ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୨% ବଢ଼ିଲା ମହଙ୍ଗା ଭତ୍ତା

30 Mar 2025 By The Sakala

‘ଏକ୍ସ’କୁ ବିକ୍ରି କରିଦେଲେ ଏଲନ ମସ୍କ, ଜାଣନ୍ତୁ କିଏ କିଣିଲା….

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଯୋଗୀ ତଥା ବ୍ୟବସାୟୀ ଏଲନ ମସ୍କ ନିଜର ସାମାଜିକ ଗଣମାଧ୍ୟମ କମ୍ପାନୀ ‘ଏକ୍ସ’କୁ ବିକ୍ରି କରିଦେଇଛନ୍ତି। ତେବେ ଅନ୍ୟ କୌଣସି ସଂସ୍ଥା ନୁହେଁ, ନିଜର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କମ୍ପାନୀ ‘ଏକ୍ସଏଆଇ’କୁ ୩୩ ବିଲିୟନ ଡଲାର ଅର୍ଥାତ୍‌ ୨.୮୨ ଲକ୍ଷ କୋଟି ଟଙ୍କାରେ ଏହାକୁ ବିକିଛନ୍ତି। ଏହା ଏକ ଅଲ୍‌-ଷ୍ଟକ୍‌ ଡିଲ୍‌। ଏଥିରେ ନଗଦ ପରିବର୍ତ୍ତେ ସେୟାର କାରବାର ହୋଇଛି। ଏହା ଦ୍ବାରା ଏକ୍ସର ନିବେଶକଙ୍କୁ ସେୟାର ମିଳିବ। ମସ୍କ ନିଜେ ଏହି ସୂଚନା ଦେଇଛନ୍ତି। ଡାଟା, ମଡେଲ, କମ୍ପ୍ୟୁଟିଂ, ବିତରଣ ଏବଂ ପ୍ରତିଭାକୁ ଏକାଠି କରିବା ଦିଗରେ ଏହା ବଡ଼ ପଦକ୍ଷେପ ବୋଲି ମସ୍କ କହିଛନ୍ତି। ଏକ୍ସଏଆଇର ଉନ୍ନତ ଏଆଇ ଜ୍ଞାନକୌଶଳକୁ ଏକ୍ସର ୬୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ସହ ଯୋଡିବା ପାଇଁ ମସ୍କ ଏହି ପଦକ୍ଷେପ ନେଇଛନ୍ତି। ଏକ୍ସର ତଥ୍ୟ ବ୍ୟବହାର କରି ଏକ୍ସଏଆଇ ନିଜର ଏଆଇ ମଡେଲ ଗ୍ରୋକ୍‌ ଚାଟବାଟକୁ ଅଧିକ ସହଜରେ ପ୍ରଶିକ୍ଷିତ କରିପାରିବ। ସୂଚନାଯୋଗ୍ୟ ଯେ ମସ୍କ ୨୦୨୨ ଅକ୍ଟୋବରରେ ୪୪ ବିଲିୟନ ଡଲାର ଦେଇ ଏକ୍ସକୁ କିଣିଥିଲେ। ଆଜିର ହିସାବରେ ଏହା ପ୍ରାୟ ୩.୭୬ ଲକ୍ଷ କୋଟି ଟଙ୍କା ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର