ଆହୁରି ୩ ଦିନ ଗୁଳୁଗୁଳି : ଆଜି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା….

The Sakala Picture
Published On

ଭୁବନେଶ୍ୱର : ଗତକାଲିଠୁ ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମଙ୍ଗଳବାର ମୌସୁମୀ ଆଣ୍ଡାମାନ ସାଗର ଛୁଇଁବା ସହ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳ ଦିଗକୁ ଅଗ୍ରସର ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମୌସୁମୀ ସଅଳ ଅଗ୍ରସର ହେଉଥିବାରୁ ଆସନ୍ତା ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିଛି। ଆସନ୍ତା […]

ଭୁବନେଶ୍ୱର : ଗତକାଲିଠୁ ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମଙ୍ଗଳବାର ମୌସୁମୀ ଆଣ୍ଡାମାନ ସାଗର ଛୁଇଁବା ସହ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳ ଦିଗକୁ ଅଗ୍ରସର ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମୌସୁମୀ ସଅଳ ଅଗ୍ରସର ହେଉଥିବାରୁ ଆସନ୍ତା ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିଛି। ଆସନ୍ତା ୩-୪ ଦିନ ମଧ୍ୟରେ ମୌସୁମୀ ଆରବ ସାଗରର କିଛି ଅଂଶ ମାଳଦ୍ୱୀପ, ବଙ୍ଗୋପସାଗରର ଅଂଶ ସହ ସମଗ୍ର ଆଣ୍ଡାମାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିମ୍‌ସାର୍‌ର ଦୁଇ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ, ରେଡ୍ ବେଳେ ଉଭୟଙ୍କର ୪୨ ପ୍ଲଟ ଠାବ

ଅନ୍ୟପଟେ ରାଜ୍ୟରେ ପୂର୍ବବତ୍‌ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ସ୍ଥିତି ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମଙ୍ଗଳବାର ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ସମ୍ବଲପୁରରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଓ ବରଗଡ଼ରେ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆର୍ଦ୍ରତା ପରିମାଣ ପ୍ରାୟ ୬୦-୭୦ ପ୍ରତିଶତ ରହିଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ପରିବେଶକୁ ସୁହାଇଛି।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଆର୍ଦ୍ର ସ୍ଥିତି ଜନିତ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଆଦି ଜିଲ୍ଲାରେ ବ୍ୟାପକ କାଳବୈଶାଖୀ ଆଶଙ୍କା ରହିଛି। ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନର ବେଗ ୪୦-୫୦ କିମି ରହିବାର ଆଶଙ୍କା ରହିଛି। ଏହା ବ୍ୟତୀତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ କଟକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ପବନର ବେଗ ୩୦-୪୦ କିମି ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଅର୍ଥାତ ଦିନରେ ଗୁଳୁଗୁଳି ଓ ଅପରାହ୍ଣରେ କାଳବୈଶାଖୀ ଜନିତ ସ୍ଥିତି ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ

14 May 2025 By The Sakala

ଆହୁରି ୩ ଦିନ ଗୁଳୁଗୁଳି : ଆଜି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା….

ଭୁବନେଶ୍ୱର : ଗତକାଲିଠୁ ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମଙ୍ଗଳବାର ମୌସୁମୀ ଆଣ୍ଡାମାନ ସାଗର ଛୁଇଁବା ସହ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳ ଦିଗକୁ ଅଗ୍ରସର ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମୌସୁମୀ ସଅଳ ଅଗ୍ରସର ହେଉଥିବାରୁ ଆସନ୍ତା ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍‌ଡି ପୂର୍ବାନୁମାନ କରିଛି। ଆସନ୍ତା ୩-୪ ଦିନ ମଧ୍ୟରେ ମୌସୁମୀ ଆରବ ସାଗରର କିଛି ଅଂଶ ମାଳଦ୍ୱୀପ, ବଙ୍ଗୋପସାଗରର ଅଂଶ ସହ ସମଗ୍ର ଆଣ୍ଡାମାନକୁ ଅଗ୍ରସର ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ରାଜ୍ୟରେ ପୂର୍ବବତ୍‌ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ସ୍ଥିତି ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମଙ୍ଗଳବାର ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ସମ୍ବଲପୁରରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଓ ବରଗଡ଼ରେ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆର୍ଦ୍ରତା ପରିମାଣ ପ୍ରାୟ ୬୦-୭୦ ପ୍ରତିଶତ ରହିଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ପରିବେଶକୁ ସୁହାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଉଷ୍ମ ଆର୍ଦ୍ର ସ୍ଥିତି ଜନିତ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଆଦି ଜିଲ୍ଲାରେ ବ୍ୟାପକ କାଳବୈଶାଖୀ ଆଶଙ୍କା ରହିଛି। ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନର ବେଗ ୪୦-୫୦ କିମି ରହିବାର ଆଶଙ୍କା ରହିଛି। ଏହା ବ୍ୟତୀତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ କଟକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ପବନର ବେଗ ୩୦-୪୦ କିମି ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଅର୍ଥାତ ଦିନରେ ଗୁଳୁଗୁଳି ଓ ଅପରାହ୍ଣରେ କାଳବୈଶାଖୀ ଜନିତ ସ୍ଥିତି ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର