ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା

Madhusudan Das Picture
Published On

ଯାଜପୁର: ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ କରି ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ। ଯାଜପୁର ଜ଼ିଲ୍ଲା ଦଶରଥପୁରବ୍ଲକ ମଲ୍ଲୀକାପୁର ପଂଚାୟତ ମହାନ୍ତିପଟଣା ଗ୍ରାମରେ ଯାଜପୁର ଜ଼ିଲ୍ଲା ପ୍ରଶାସନ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ଖୋଲିବା ନିମନ୍ତେ ଲାଇସେନ୍ସ ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ମଦ ଦୋକାନ ପାଇଁ ଯେଉଁ ସ୍ଥାନ ନିରୂପଣ କରାଯାଇଛି  ସେଠାରେ ଏକ ପିଇବା ପାଣି କାରଖାନା, ଅଳ୍ପ ଦୂରରେ ଗ୍ରାମର ସ୍ମଶାନ, ଗାଧୋଇବା ସ୍ନାନ ଘାଟ ରହିଛି। ତତସହ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ଆଦର୍ଶ ବିଦ୍ୟାଳୟ ଏବଂ ସାଧୁ ଗୌରେଶ୍ୱର ମହାବିଦ୍ୟାଳୟକୁ ଯାଇଥାନ୍ତି। ଯିବା ଆସିବା ଓ ଗମନା ଗମନର ରାସ୍ତା ହୋଇଥିବାରୁ ମଦ ଦୋକାନ ଖୋଲାଗଲେ ସମସ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଥିବାରୁ ଏହି ଠାରେ ପ୍ରସ୍ତାବିତ ମଦ ଦୋକାନ ନଖୋଲିବା ନିମନ୍ତେ ଗ୍ରାମବାସୀ ମାନେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଅବକାରୀ ବିଭାଗ ନିକଟରେ ଲିଖିତ ଦାବି କରିଛନ୍ତି। ଆଗାମୀ ଦିନରେ ଏହାକୁ ବନ୍ଦ ବା ଅନ୍ୟତ୍ର ସ୍ଥାନାନ୍ତରିତ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର