ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା, ପ୍ରଭାବିତ ହୋଇପାରେ ତଳିଆ ଅଞ୍ଚଳ

Madhusudan Das Picture
Published On

ଭୁବନେଶ୍ୱର: ବଢୁଛି ବୈତରଣୀ ନଦୀର ଜଳସ୍ତର । ଯେଉଁଥିପାଇଁ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ସତର୍କ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଏଥିରେ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ। ସେହିପରି ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ। ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି। ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି ହୋଇଛି ବୋଲି ସୂଚନା ଦେଇଛି ଜଳସମ୍ପଦ ବିଭାଗ । 

ଆହୁରି ପଢ଼ନ୍ତୁ: ମାଝି ବାବା ହତ୍ୟା ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, କଟୁରୀ ଓ ବାଇକ୍ ଜବତ

ଅନ୍ୟପଟେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ କି ନାହିଁ, ତାହା ନେଇ ଆଗାମୀ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ୭ ତାରିଖ ପରେ ହୀରାକୁଦ ଡ୍ୟାମ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଅଧିକାଂଶ ରିଜର୍ଭର ଖାଲି ରହିଛି, ସମସ୍ୟା ନାହିଁ। ଏବେ ସୁଦ୍ଧା ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହି।ଲଗାଣ ବର୍ଷାର ପ୍ରଭାବରେ ଉପରମୁଣ୍ଡ ଅଞ୍ଚଳରେ ନଦୀଗୁଡ଼ିକର ଜଳପ୍ରବାହ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । 

ଆହୁରି ପଢ଼ନ୍ତୁ: ଆନ୍ଧ୍ର ଉପକୂଳରେ ବାତ୍ୟା 'ଅର୍ଣ୍ଣବ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ: ଦୁର୍ବଳ ହୋଇ ଆଜି ରାତିରେ ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର