ସମ୍ବଲପୁରରେ ପ୍ରବଳ ବର୍ଷା: ଖୋଲା ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ଉଦ୍ଧାର ଏବଂ ଅନ୍ୟ ଜଣେ ନିଖୋଜ

Madhusudan Das Picture
Published On

ସମ୍ବଲପୁର: ଲଗାଣ ବର୍ଷା ଯୋଗୁଁ ସମ୍ବଲପୁରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସମୟରେ ଏକ ଅଘଟଣ ସାମ୍ନାକୁ ଆସିଛି, ଯେଉଁଥିରେ ସିଟି ରେଳ ଷ୍ଟେସନ ପଛପଟେ ଥିବା ଏକ ନାଳରେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଯୁବକ ଭାସି ଯାଇଛନ୍ତି। ସୂଚନା ଅନୁଯାୟୀ, ଦୁଇ ଯୁବକ ନାଳ ନିକଟରେ ଥିବା ବେଳେ ପ୍ରବଳ ସ୍ରୋତରେ ଫସି ଯାଇଥିଲେ। ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଜଣେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। କିନ୍ତୁ ଲଗାଣ ବର୍ଷା ଓ ନାଳରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ୧୦୮ ଗରା ପବିତ୍ର ଜଳରେ ସ୍ନାନ କରି ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି

ବର୍ତ୍ତମାନର ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି, ଯାହା ଫଳରେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ପରାମର୍ଶ ଜାରି କରାଯାଇଛି। ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳ ଏବଂ ଉଛୁଳୁଥିବା ନାଳଠାରୁ ଦୂରରେ ରହିବାକୁ ନିବେଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟବ୍ୟାପୀ 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ୍

06 Jul 2026 By Madhusudan Das

ସମ୍ବଲପୁରରେ ପ୍ରବଳ ବର୍ଷା: ଖୋଲା ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ଉଦ୍ଧାର ଏବଂ ଅନ୍ୟ ଜଣେ ନିଖୋଜ

ସମ୍ବଲପୁର: ଲଗାଣ ବର୍ଷା ଯୋଗୁଁ ସମ୍ବଲପୁରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସମୟରେ ଏକ ଅଘଟଣ ସାମ୍ନାକୁ ଆସିଛି, ଯେଉଁଥିରେ ସିଟି ରେଳ ଷ୍ଟେସନ ପଛପଟେ ଥିବା ଏକ ନାଳରେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଯୁବକ ଭାସି ଯାଇଛନ୍ତି। ସୂଚନା ଅନୁଯାୟୀ, ଦୁଇ ଯୁବକ ନାଳ ନିକଟରେ ଥିବା ବେଳେ ପ୍ରବଳ ସ୍ରୋତରେ ଫସି ଯାଇଥିଲେ। ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଜଣେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। କିନ୍ତୁ ଲଗାଣ ବର୍ଷା ଓ ନାଳରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ବର୍ତ୍ତମାନର ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି, ଯାହା ଫଳରେ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ପରାମର୍ଶ ଜାରି କରାଯାଇଛି। ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳ ଏବଂ ଉଛୁଳୁଥିବା ନାଳଠାରୁ ଦୂରରେ ରହିବାକୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର