ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ: ହୀରାକୁଦକୁ ଆସୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗର ନଜର

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ। ତେବେ ମହାନଦୀ ଅବବାହିକା ଏବଂ ହୀରାକୁଦ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ (ଇଞ୍ଜିନିୟର-ଇନ୍-ଚିଫ୍) ଦିଲ୍ଲୀପ କୁମାର ରାଉତ ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯାଜପୁର ଓ ଭଦ୍ରକ ବନ୍ୟା ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍‌

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଯେ, ମଙ୍ଗଳବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 606.12 ଫୁଟ୍ ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୩ ରୁ ୪ ଫୁଟ୍ କମ୍ ଅଟେ। ବର୍ତ୍ତମାନ ଜଳଭଣ୍ଡାରରେ ପ୍ରାୟ ୨୬ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଛତିଶଗଡ଼ର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦକୁ ପ୍ରାୟ 1.8 ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ସୁଦ୍ଧା ଏହି ପ୍ରବାହ ବୃଦ୍ଧି ପାଇ 2.5 ଲକ୍ଷ କ୍ୟୁସେକ୍ ଛୁଇଁବାର ସମ୍ଭାବନା ରହିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍‌ର ୨ ରୁ ୩ଟି ଗେଟ୍ ଖୋଲିବା ପାଇଁ ବିଭାଗ ବିଚାର କରୁଛି ଏବଂ ଏକ ସମୀକ୍ଷା ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ

ମୁଣ୍ଡଳୀ ବ୍ୟାରେଜ୍ ଦେଇ ବର୍ତ୍ତମାନ 3.26 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା 4.5 ଲକ୍ଷ କ୍ୟୁସେକ୍ କୁ ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ତେବେ ମହାନଦୀରେ ଜଳ ପ୍ରବାହ 5 ଲକ୍ଷ କ୍ୟୁସେକ୍ ତଳେ ରହିବାର ସମ୍ଭାବନା ଥିବାରୁ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ଅନ୍ୟପକ୍ଷରେ ଆଖୁଆପଦା ଠାରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ଏବଂ ଏହା 17.33 ଫୁଟ୍ ରେକର୍ଡ କରାଯାଇଛି। ରାଜ୍ୟର ସମସ୍ତ ନଦୀର ଜଳସ୍ତର ଏବଂ ବର୍ଷାର ସ୍ଥିତି ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

07 Jul 2026 By Madhusudan Das

ଓଡ଼ିଶାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ: ହୀରାକୁଦକୁ ଆସୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗର ନଜର

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ। ତେବେ ମହାନଦୀ ଅବବାହିକା ଏବଂ ହୀରାକୁଦ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଥିବା ବନ୍ୟାଜଳ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ (ଇଞ୍ଜିନିୟର-ଇନ୍-ଚିଫ୍) ଦିଲ୍ଲୀପ କୁମାର ରାଉତ ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଯେ, ମଙ୍ଗଳବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 606.12 ଫୁଟ୍ ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୩ ରୁ ୪ ଫୁଟ୍ କମ୍ ଅଟେ। ବର୍ତ୍ତମାନ ଜଳଭଣ୍ଡାରରେ ପ୍ରାୟ ୨୬ ପ୍ରତିଶତ ଜଳ ଗଚ୍ଛିତ ରହିଛି। ଛତିଶଗଡ଼ର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦକୁ ପ୍ରାୟ 1.8 ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ସୁଦ୍ଧା ଏହି ପ୍ରବାହ ବୃଦ୍ଧି ପାଇ 2.5 ଲକ୍ଷ କ୍ୟୁସେକ୍ ଛୁଇଁବାର ସମ୍ଭାବନା ରହିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍‌ର ୨ ରୁ ୩ଟି ଗେଟ୍ ଖୋଲିବା ପାଇଁ ବିଭାଗ ବିଚାର କରୁଛି ଏବଂ ଏକ ସମୀକ୍ଷା ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ମୁଣ୍ଡଳୀ ବ୍ୟାରେଜ୍ ଦେଇ ବର୍ତ୍ତମାନ 3.26 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା 4.5 ଲକ୍ଷ କ୍ୟୁସେକ୍ କୁ ବୃଦ୍ଧି ପାଇବାର ଅନୁମାନ କରାଯାଉଛି। ତେବେ ମହାନଦୀରେ ଜଳ ପ୍ରବାହ 5 ଲକ୍ଷ କ୍ୟୁସେକ୍ ତଳେ ରହିବାର ସମ୍ଭାବନା ଥିବାରୁ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ। ଅନ୍ୟପକ୍ଷରେ ଆଖୁଆପଦା ଠାରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ଏବଂ ଏହା 17.33 ଫୁଟ୍ ରେକର୍ଡ କରାଯାଇଛି। ରାଜ୍ୟର ସମସ୍ତ ନଦୀର ଜଳସ୍ତର ଏବଂ ବର୍ଷାର ସ୍ଥିତି ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର