ଅଚାନକ ମାଡ଼ି ଆସିଲା ବନ୍ୟାପାଣି, ଗଛ ଉପରେ ରାତି କାଟିଲେ ୧୪ ଶ୍ରମିକ...

Madhusudan Das Picture
Published On

ନୂଆପଡ଼ା/ସିନାପାଲି: ମୁହୂର୍ତ୍ତକେ ପାଣି ମାଡ଼ି ଆସିଲା। ଜୀବନ ବଞ୍ଚାଇବାକୁ ଭରସା ହେଲା ଗୋଟିଏ ଗଛ। ସେହିଠାରେ ହିଁ ରାତି କଟିଲା ୧୪ ଶ୍ରମିକଙ୍କର। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଓଡ଼ିଶା-ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଛୁରା ଥାନା ଅନ୍ତର୍ଗତ ବିଜୟପାଲ ଗାଁ ନିକଟରେ।

ଆହୁରି ପଢ଼ନ୍ତୁ: OSSTET-2026: ପଞ୍ଜୀକରଣ ଅବଧି ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ

ସୂଚନା ଅନୁଯାୟୀ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବିଜୟପାଲ ଗାଁ ନିକଟ ବଗନଈ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଗରିଆବନ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ହଠାତ୍‌ ବଗନଈ ନଦୀରେ ବନ୍ୟା ପାଣି ଚାଲି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ନଦୀ କୂଳରେ ରହୁଥିବା ୧୪ ଜଣ ଶ୍ରମିକଙ୍କ ଅସ୍ଥାୟୀ କୁଡ଼ିଆ ମୁହୂର୍ତ୍ତକ ମଧ୍ୟରେ ଭାସିଗଲା। ପ୍ରାଣ ଭୟରେ ଶ୍ରମିକମାନେ ନିକଟସ୍ଥ ଏକ ଉଚ୍ଚ ଗଛରେ ଚଢ଼ିଯାଇ ରାତି କଟାଇଥିଲେ। ଖାଦ୍ୟ, ପାଣି ବିନା ଅନ୍ଧାର ରାତି ସେମାନଙ୍କ ପାଇଁ ଭୟଙ୍କର ଥିଲା।

ଆହୁରି ପଢ଼ନ୍ତୁ: ୭ ଦଫା ଦାବି ନେଇ ଅନଲାଇନ୍ କ୍ୟାବ୍ ଡ୍ରାଇଭରଙ୍କ ୧୨ ଘଣ୍ଟିଆ ବନ୍ଦ ଡାକରା: କଟକ ଓ ଭୁବନେଶ୍ୱରରେ ସେବା ପ୍ରଭାବିତ

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗରିଆବନ୍ଧ ଜିଲ୍ଲାପାଳ ଭଗବାନ ସିଂହ ଉଇକେ ଓ ଏସ୍‌ପି ଦେବ୍ରତ ସିରମୋର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାର ଏସ୍‌ଡିଆର୍‌ଏଫ୍‌ ଟିମକୁ ଡକାଯାଇଥିଲା। ଯବାନମାନେ ଉଦ୍ଧାରକାରୀ ନୌକା ସହାୟତାରେ ଗଛ ଉପରେ ଅଟକି ରହିଥିବା ସମସ୍ତ ୧୪ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସମସ୍ତ ୧୪ ଜଣ ଶ୍ରମିକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ବୋଲି ଗରିଆବନ୍ଧ ଅତିରିକ୍ତ ପୁଲିସ ଅଧୀକ୍ଷକ ଲିତେଶ ସିଂହ ସ୍ପଷ୍ଟ କରିଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଓ ଖାଦ୍ୟ ଯୋଗାଇ ଦିଆଯାଇଛି। ଘଟଣା ପରେ ପ୍ରଶାସନ ପକ୍ଷରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

07 Jul 2026 By Madhusudan Das

ଅଚାନକ ମାଡ଼ି ଆସିଲା ବନ୍ୟାପାଣି, ଗଛ ଉପରେ ରାତି କାଟିଲେ ୧୪ ଶ୍ରମିକ...

ନୂଆପଡ଼ା/ସିନାପାଲି: ମୁହୂର୍ତ୍ତକେ ପାଣି ମାଡ଼ି ଆସିଲା। ଜୀବନ ବଞ୍ଚାଇବାକୁ ଭରସା ହେଲା ଗୋଟିଏ ଗଛ। ସେହିଠାରେ ହିଁ ରାତି କଟିଲା ୧୪ ଶ୍ରମିକଙ୍କର। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଓଡ଼ିଶା-ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଛୁରା ଥାନା ଅନ୍ତର୍ଗତ ବିଜୟପାଲ ଗାଁ ନିକଟରେ।

ସୂଚନା ଅନୁଯାୟୀ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବିଜୟପାଲ ଗାଁ ନିକଟ ବଗନଈ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏକ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଗରିଆବନ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ହଠାତ୍‌ ବଗନଈ ନଦୀରେ ବନ୍ୟା ପାଣି ଚାଲି ଆସିଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ନଦୀ କୂଳରେ ରହୁଥିବା ୧୪ ଜଣ ଶ୍ରମିକଙ୍କ ଅସ୍ଥାୟୀ କୁଡ଼ିଆ ମୁହୂର୍ତ୍ତକ ମଧ୍ୟରେ ଭାସିଗଲା। ପ୍ରାଣ ଭୟରେ ଶ୍ରମିକମାନେ ନିକଟସ୍ଥ ଏକ ଉଚ୍ଚ ଗଛରେ ଚଢ଼ିଯାଇ ରାତି କଟାଇଥିଲେ। ଖାଦ୍ୟ, ପାଣି ବିନା ଅନ୍ଧାର ରାତି ସେମାନଙ୍କ ପାଇଁ ଭୟଙ୍କର ଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଗରିଆବନ୍ଧ ଜିଲ୍ଲାପାଳ ଭଗବାନ ସିଂହ ଉଇକେ ଓ ଏସ୍‌ପି ଦେବ୍ରତ ସିରମୋର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାର ଏସ୍‌ଡିଆର୍‌ଏଫ୍‌ ଟିମକୁ ଡକାଯାଇଥିଲା। ଯବାନମାନେ ଉଦ୍ଧାରକାରୀ ନୌକା ସହାୟତାରେ ଗଛ ଉପରେ ଅଟକି ରହିଥିବା ସମସ୍ତ ୧୪ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସମସ୍ତ ୧୪ ଜଣ ଶ୍ରମିକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ବୋଲି ଗରିଆବନ୍ଧ ଅତିରିକ୍ତ ପୁଲିସ ଅଧୀକ୍ଷକ ଲିତେଶ ସିଂହ ସ୍ପଷ୍ଟ କରିଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଓ ଖାଦ୍ୟ ଯୋଗାଇ ଦିଆଯାଇଛି। ଘଟଣା ପରେ ପ୍ରଶାସନ ପକ୍ଷରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର