କନ୍ଧମାଳରେ ମନରେଗା ଦୁର୍ନୀତି: ୪୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୨ ଯନ୍ତ୍ରୀ ଗିରଫ

Madhusudan Das Picture
Published On

କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGS) ପାଣ୍ଠିରୁ ୪୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ତଦନ୍ତରୁ ଜଣାପଡ଼ିଛି ଯେ ଧାରାକୋଟ ଗ୍ରାମପଞ୍ଚାୟତରେ ହୋଇଥିବା ଅମୃତ ସରୋବର (ପୋଖରୀ) ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟରେ ବ୍ୟାପକ ଆର୍ଥିକ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତି ୨୦୨୩-୨୪ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିଲା। ଭିଜିଲାନ୍ସ ଯାଞ୍ଚ ସମୟରେ ସରକାରୀ ନଥିପତ୍ର ଏବଂ ପ୍ରକୃତ ନିର୍ମାଣ କାର୍ଯ୍ୟ ମଧ୍ୟରେ ବଡ଼ ଧରଣର ଅସଙ୍ଗତି ପଦାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କାଗଜପତ୍ର ଅନୁଯାୟୀ, ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ପାଇଁ ମୋଟ ୪୯,୮୩,୯୯୫ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ବୈଷୟିକ ମୂଲ୍ୟାୟନରୁ ଜଣାପଡ଼ିଥିଲା ଯେ ପ୍ରକୃତରେ ମାତ୍ର ୭,୪୨,୩୫୭ ଟଙ୍କାର କାମ ହୋଇଛି। ବଳକା ପ୍ରାୟ ୪୨ ଲକ୍ଷ ଟଙ୍କା ଅଭିଯୁକ୍ତମାନେ କୌଣସି କାର୍ଯ୍ୟ ନକରି ନିଜ ପକେଟକୁ ନେଇଯାଇଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ମନରେଗା ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଲ୍ ପାସ୍ କରିବା ପୂର୍ବରୁ ପ୍ରତ୍ୟେକ ପର୍ଯ୍ୟାୟରେ ଜିଓ-ଟ୍ୟାଗ୍ ଫଟୋ ଦାଖଲ କରିବା ବାଧ୍ୟତାମୂଳକ। ମାତ୍ର ତଦନ୍ତରୁ ଜଣାପଡ଼ିଛି ଯେ ଏପରି କୌଣସି ଚିତ୍ର କଏଦ କିମ୍ବା ଅପଲୋଡ୍ କରାଯାଇନଥିଲା। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ପୁଲିସ ଷ୍ଟେସନରେ କେସ୍ ନମ୍ବର ୦୬/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ମାମଲା ଦାୟର ହୋଇଛି। ଘଟଣାରେ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ନେଇ ତଦନ୍ତ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର