ସୁରକ୍ଷା ବାହିନୀକୁ ବଡ଼ ସଫଳତା: ନୂଆପଡ଼ା ନିକଟ ପାଟଧରା ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

Madhusudan Das Picture
Published On

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ନୂଆପଡ଼ା ଜିଲ୍ଲା ପୁଲିସ ଏବଂ ସିଆରପିଏଫର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷା ବାହିନୀ ଦ୍ୱାରା ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଅନେକ ମାରଣାସ୍ତ୍ର, ଆଇଇଡି (IED) ଏବଂ ଅନ୍ୟାନ୍ୟ ବିସ୍ଫୋରକ ରହିଛି। ପାଟଧରା ସଂରକ୍ଷିତ ଜଙ୍ଗଲ ବରପାଟଡଙ୍ଗର ନିକଟରେ ଲୁଚାଯାଇଥିଲା ।

ଆହୁରି ପଢ଼ନ୍ତୁ: ୧୩ରେ ଲଘୁଚାପ, ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ବୋଡ଼େନ ପୋଲିସ ଷ୍ଟେସନ ଅଧୀନରେ ଥିବା ପାଟଧରା ସଂରକ୍ଷିତ ଜଙ୍ଗଲର ବାରପଦର ଗାଁ ନିକଟରେ ଏହି ଚଢ଼ାଉ କରାଯାଇଥିଲା। ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ (DVF) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ନେଇ ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ନୂଆପଡ଼ା ନ୍ୟାସନାଲ କଲେଜରେ ଉତ୍ତେଜନା: ପୋଲିସ ସହ କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଏହି ଅପରେସନ ସମ୍ପର୍କରେ ସୂଚନା ଦେଇ ନୂଆପଡ଼ା ଏସପି (SP) ଅମୃତପାଲ ସିଂ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ବେଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ଗୋଟିଏ କାର୍ବାଇନ୍, ୨ଟି ଟିଣ ବୋମା, ୮୩ ରାଉଣ୍ଡ ଗୁଳି, ୮ଟି ଜିଲାଟିନ୍ ଷ୍ଟିକ୍, ବ୍ୟାଟେରୀ, ବନ୍ଧୁକ ପାଉଡର, ତାର, ମାଗାଜିନ୍, ୨ଟି ଆଇଇଡି (IED), ଔଷଧ ଏବଂ ମାଓବାଦୀଙ୍କ ପୁସ୍ତିକା ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି: ଉମାକାନ୍ତ ସାମନ୍ତରାୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର