ଟିକଟଠାରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍ : ରେଳବାଇର ନୂଆ ସୁପର ଆପ୍‌ ‘ସ୍ବରେଲ୍‌’

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ନୂତନ ଆପ୍ ‘ସ୍ୱରେଲ୍’ ଆରମ୍ଭ କରିଛି। ଏହି ଆପ୍ ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ସ୍ଥିତି ଏବଂ ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ ସମସ୍ତ ସେବା ଗୋଟିଏ ସ୍ଥାନରେ ଯୋଗାଇବ। ଏହା ବ୍ୟତୀତ, ଏହି ଆପ୍ ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସହଜରେ ସମାଧାନ କରିପାରିବେ। ଏହାକୁ ରେଳ ସୂଚନା କେନ୍ଦ୍ର ଦ୍ୱାରା ବିକଶିତ କରାଯାଇଛି। […]

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ନୂତନ ଆପ୍ ‘ସ୍ୱରେଲ୍’ ଆରମ୍ଭ କରିଛି। ଏହି ଆପ୍ ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ସ୍ଥିତି ଏବଂ ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ ସମସ୍ତ ସେବା ଗୋଟିଏ ସ୍ଥାନରେ ଯୋଗାଇବ। ଏହା ବ୍ୟତୀତ, ଏହି ଆପ୍ ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସହଜରେ ସମାଧାନ କରିପାରିବେ। ଏହାକୁ ରେଳ ସୂଚନା କେନ୍ଦ୍ର ଦ୍ୱାରା ବିକଶିତ କରାଯାଇଛି।

ଆହୁରି ପଢ଼ନ୍ତୁ: ବଢ଼ିବନି ଗ୍ରୀଷ୍ମ ଛୁଟି, ନିର୍ଦ୍ଧାରିତ ସମୟ ଜୁନ ୧୮ରେ ଖୋଲିବ ସମସ୍ତ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

‘ସ୍ବରେଲ’ ଭାରତୀୟ ରେଳବାଇର ଭିନ୍ନ ଭିନ୍ନ ଡିଜିଟାଲ ସେବାକୁ ଗୋଟିଏ ପ୍ଲାଟଫର୍ମରେ ସମନ୍ବିତ କରୁଛି। ଯାହାଦ୍ବାରା ଯାତ୍ରୀଙ୍କୁ ରେଳବାଇ ସହ ଜଡ଼ିତ ଅଲଗା ଅଲଗା ଆପ୍‌ ଡାଉନ୍‌ଲୋଡ୍‌ କରିବା ଆବଶ୍ୟକ ପଡ଼ିବନାହିଁ। ଏଥିପାଇଁ ଏହାକୁ ରେଲଓ୍ବର ସୁପର ଆପ୍ କୁହାଯାଉଛି। ଅବଶ୍ୟ ଏବେ ଏହାର ବିଟା ଭର୍ଜନରେ ରହିଛି। ଖୁବ୍‌ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ଏଥିରେ ଯାତ୍ରୀ, ରିଜର୍ଭ ବୁକିଂ, ଅନରିଜର୍ଭ ବୁକିଂ, ପ୍ଲାଟଫର୍ମ ଟିକଟ୍‌ ବୁକ୍ କରିପାରିବେ। ଏହା ସହ ଟ୍ରେନ ଚଳାଚଳ ସମ୍ପର୍କିତ ସର୍ଚ୍ଚ, ପିଏନ୍‌ଆର ଷ୍ଟାଟସ୍‌, ଫୁଡ ଅର୍ଡର, ଫାଇଲ ରିଫଣ୍ଡ୍‌ , ଟ୍ରେନର ଲାଇଭ୍‌ ଷ୍ଟାଟସ୍‌, କୋଚ୍‌ ପୋଜିସନ ଭଳି ଅନେକ ଜରୁରୀ ସୁବିଧା ଗୋଟିଏ ପ୍ଲାଟଫର୍ମରେ ମିଳିବ।

ଆହୁରି ପଢ଼ନ୍ତୁ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ମାଳ ମାଳ ଭୁଲ୍, ତ୍ରୁଟିକୁ ସ୍ବୀକାର କଲେ ମନ୍ତ୍ରୀ

ତେବେ ଏହି ନୂଆ ଆପ୍ ଆସିଲେ ବି ଆଇଆରସିଟିସି ଆପ୍‌ର ଗୁରୁତ୍ବ ରହିବ। କାରଣ ଏହି ପ୍ଲାଟଫର୍ମ ଟେନ୍ ଟିକଟ ବୁକିଂ ଏବଂ ଟୁରିଜିମ ଉପରେ ଆଧାରିତ। ‘ସ୍ବରେଲ’ ଏକ ଓ୍ବାନ-ଷ୍ଟପ୍‌ ସଲ୍ୟୁସନ ଭାବରେ କାମ କରିବ। ଯେଉଁଠାରେ ଟିକଟ ବୁକିଂ ସହ ଆହୁରି ଅନେକ ସୁବିଧା ମିଳିବ। ଏହି ଆପ୍‌ ରେଳବାଇର ଡିଜିଟାଲ ସେବାକୁ ସରଳୀକରଣ କରି ୟୁଜର୍ସଙ୍କୁ ଉତ୍ତମ ଅନୁଭବ ଦେବ। ‘ସ୍ୱରେଲ୍’ ଆଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ। ଏ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ସାପକାମୁଡ଼ାରେ ଗର୍ଭବତୀଙ୍କ ମୃତ୍ୟୁ! ଚିକିତ୍ସା ଅବହେଳା ଅଭିଯୋଗରେ ମେଡିକାଲ୍‌ରେ ଡାକ୍ତରଙ୍କୁ ଆକ୍ରମଣ

21 May 2025 By The Sakala

ଟିକଟଠାରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍ : ରେଳବାଇର ନୂଆ ସୁପର ଆପ୍‌ ‘ସ୍ବରେଲ୍‌’

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ନୂତନ ଆପ୍ ‘ସ୍ୱରେଲ୍’ ଆରମ୍ଭ କରିଛି। ଏହି ଆପ୍ ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ସ୍ଥିତି ଏବଂ ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ ସମସ୍ତ ସେବା ଗୋଟିଏ ସ୍ଥାନରେ ଯୋଗାଇବ। ଏହା ବ୍ୟତୀତ, ଏହି ଆପ୍ ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସହଜରେ ସମାଧାନ କରିପାରିବେ। ଏହାକୁ ରେଳ ସୂଚନା କେନ୍ଦ୍ର ଦ୍ୱାରା ବିକଶିତ କରାଯାଇଛି।

‘ସ୍ବରେଲ’ ଭାରତୀୟ ରେଳବାଇର ଭିନ୍ନ ଭିନ୍ନ ଡିଜିଟାଲ ସେବାକୁ ଗୋଟିଏ ପ୍ଲାଟଫର୍ମରେ ସମନ୍ବିତ କରୁଛି। ଯାହାଦ୍ବାରା ଯାତ୍ରୀଙ୍କୁ ରେଳବାଇ ସହ ଜଡ଼ିତ ଅଲଗା ଅଲଗା ଆପ୍‌ ଡାଉନ୍‌ଲୋଡ୍‌ କରିବା ଆବଶ୍ୟକ ପଡ଼ିବନାହିଁ। ଏଥିପାଇଁ ଏହାକୁ ରେଲଓ୍ବର ସୁପର ଆପ୍ କୁହାଯାଉଛି। ଅବଶ୍ୟ ଏବେ ଏହାର ବିଟା ଭର୍ଜନରେ ରହିଛି। ଖୁବ୍‌ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ଏଥିରେ ଯାତ୍ରୀ, ରିଜର୍ଭ ବୁକିଂ, ଅନରିଜର୍ଭ ବୁକିଂ, ପ୍ଲାଟଫର୍ମ ଟିକଟ୍‌ ବୁକ୍ କରିପାରିବେ। ଏହା ସହ ଟ୍ରେନ ଚଳାଚଳ ସମ୍ପର୍କିତ ସର୍ଚ୍ଚ, ପିଏନ୍‌ଆର ଷ୍ଟାଟସ୍‌, ଫୁଡ ଅର୍ଡର, ଫାଇଲ ରିଫଣ୍ଡ୍‌ , ଟ୍ରେନର ଲାଇଭ୍‌ ଷ୍ଟାଟସ୍‌, କୋଚ୍‌ ପୋଜିସନ ଭଳି ଅନେକ ଜରୁରୀ ସୁବିଧା ଗୋଟିଏ ପ୍ଲାଟଫର୍ମରେ ମିଳିବ।

ତେବେ ଏହି ନୂଆ ଆପ୍ ଆସିଲେ ବି ଆଇଆରସିଟିସି ଆପ୍‌ର ଗୁରୁତ୍ବ ରହିବ। କାରଣ ଏହି ପ୍ଲାଟଫର୍ମ ଟେନ୍ ଟିକଟ ବୁକିଂ ଏବଂ ଟୁରିଜିମ ଉପରେ ଆଧାରିତ। ‘ସ୍ବରେଲ’ ଏକ ଓ୍ବାନ-ଷ୍ଟପ୍‌ ସଲ୍ୟୁସନ ଭାବରେ କାମ କରିବ। ଯେଉଁଠାରେ ଟିକଟ ବୁକିଂ ସହ ଆହୁରି ଅନେକ ସୁବିଧା ମିଳିବ। ଏହି ଆପ୍‌ ରେଳବାଇର ଡିଜିଟାଲ ସେବାକୁ ସରଳୀକରଣ କରି ୟୁଜର୍ସଙ୍କୁ ଉତ୍ତମ ଅନୁଭବ ଦେବ। ‘ସ୍ୱରେଲ୍’ ଆଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ। ଏ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର