ଟିକଟଠାରୁ ଆରମ୍ଭ କରି ଟ୍ରେନ୍ ଷ୍ଟାଟସ୍ : ରେଳବାଇର ନୂଆ ସୁପର ଆପ୍‌ ‘ସ୍ବରେଲ୍‌’

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ନୂତନ ଆପ୍ ‘ସ୍ୱରେଲ୍’ ଆରମ୍ଭ କରିଛି। ଏହି ଆପ୍ ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ସ୍ଥିତି ଏବଂ ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ ସମସ୍ତ ସେବା ଗୋଟିଏ ସ୍ଥାନରେ ଯୋଗାଇବ। ଏହା ବ୍ୟତୀତ, ଏହି ଆପ୍ ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସହଜରେ ସମାଧାନ କରିପାରିବେ। ଏହାକୁ ରେଳ ସୂଚନା କେନ୍ଦ୍ର ଦ୍ୱାରା ବିକଶିତ କରାଯାଇଛି। […]

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏହାର ନୂତନ ଆପ୍ ‘ସ୍ୱରେଲ୍’ ଆରମ୍ଭ କରିଛି। ଏହି ଆପ୍ ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ ଠାରୁ ଆରମ୍ଭ କରି ଟ୍ରେନ୍ ସ୍ଥିତି ଏବଂ ଖାଦ୍ୟ ଅର୍ଡର କରିବା ପର୍ଯ୍ୟନ୍ତ ସମସ୍ତ ସେବା ଗୋଟିଏ ସ୍ଥାନରେ ଯୋଗାଇବ। ଏହା ବ୍ୟତୀତ, ଏହି ଆପ୍ ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କ ଯାତ୍ରା ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସହଜରେ ସମାଧାନ କରିପାରିବେ। ଏହାକୁ ରେଳ ସୂଚନା କେନ୍ଦ୍ର ଦ୍ୱାରା ବିକଶିତ କରାଯାଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା; ୨୭ ତାରିଖ ଅପରାହ୍ନ ୧ଟାରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

‘ସ୍ବରେଲ’ ଭାରତୀୟ ରେଳବାଇର ଭିନ୍ନ ଭିନ୍ନ ଡିଜିଟାଲ ସେବାକୁ ଗୋଟିଏ ପ୍ଲାଟଫର୍ମରେ ସମନ୍ବିତ କରୁଛି। ଯାହାଦ୍ବାରା ଯାତ୍ରୀଙ୍କୁ ରେଳବାଇ ସହ ଜଡ଼ିତ ଅଲଗା ଅଲଗା ଆପ୍‌ ଡାଉନ୍‌ଲୋଡ୍‌ କରିବା ଆବଶ୍ୟକ ପଡ଼ିବନାହିଁ। ଏଥିପାଇଁ ଏହାକୁ ରେଲଓ୍ବର ସୁପର ଆପ୍ କୁହାଯାଉଛି। ଅବଶ୍ୟ ଏବେ ଏହାର ବିଟା ଭର୍ଜନରେ ରହିଛି। ଖୁବ୍‌ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ଏଥିରେ ଯାତ୍ରୀ, ରିଜର୍ଭ ବୁକିଂ, ଅନରିଜର୍ଭ ବୁକିଂ, ପ୍ଲାଟଫର୍ମ ଟିକଟ୍‌ ବୁକ୍ କରିପାରିବେ। ଏହା ସହ ଟ୍ରେନ ଚଳାଚଳ ସମ୍ପର୍କିତ ସର୍ଚ୍ଚ, ପିଏନ୍‌ଆର ଷ୍ଟାଟସ୍‌, ଫୁଡ ଅର୍ଡର, ଫାଇଲ ରିଫଣ୍ଡ୍‌ , ଟ୍ରେନର ଲାଇଭ୍‌ ଷ୍ଟାଟସ୍‌, କୋଚ୍‌ ପୋଜିସନ ଭଳି ଅନେକ ଜରୁରୀ ସୁବିଧା ଗୋଟିଏ ପ୍ଲାଟଫର୍ମରେ ମିଳିବ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରରେ ମାଡ ହେଲା ଭୀଷଣ ବାତ୍ୟା 'ଅର୍ଣ୍ଣବ': କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ, ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ

ତେବେ ଏହି ନୂଆ ଆପ୍ ଆସିଲେ ବି ଆଇଆରସିଟିସି ଆପ୍‌ର ଗୁରୁତ୍ବ ରହିବ। କାରଣ ଏହି ପ୍ଲାଟଫର୍ମ ଟେନ୍ ଟିକଟ ବୁକିଂ ଏବଂ ଟୁରିଜିମ ଉପରେ ଆଧାରିତ। ‘ସ୍ବରେଲ’ ଏକ ଓ୍ବାନ-ଷ୍ଟପ୍‌ ସଲ୍ୟୁସନ ଭାବରେ କାମ କରିବ। ଯେଉଁଠାରେ ଟିକଟ ବୁକିଂ ସହ ଆହୁରି ଅନେକ ସୁବିଧା ମିଳିବ। ଏହି ଆପ୍‌ ରେଳବାଇର ଡିଜିଟାଲ ସେବାକୁ ସରଳୀକରଣ କରି ୟୁଜର୍ସଙ୍କୁ ଉତ୍ତମ ଅନୁଭବ ଦେବ। ‘ସ୍ୱରେଲ୍’ ଆଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ। ଏ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର