କେବଳ କଲେଜ କର୍ତ୍ତୃପକ୍ଷ ନୁହଁନ୍ତି ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ମଧ୍ୟ ଉତ୍ତରଦାୟୀ ହୁଅନ୍ତୁ : ନବୀନ

The Sakala Picture
Published On

ଭୁବନେଶ୍ବର : ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସୌମ୍ୟାଶ୍ରୀଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ନୁହେଁ ବରଂ ବ୍ୟବସ୍ଥାର ଫଳ। ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍‌ ନୁହେଁ, ଏହା ଯୋଜନାବଦ୍ଧ ଅନ୍ୟାୟ ବୋଲି ନବୀନ କହିଛନ୍ତି। ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ବର ଏମ୍‌ସରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ନବୀନ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ‘‘ ଏମ୍ସରେ ଚିକିତ୍ସିତ […]

ଭୁବନେଶ୍ବର : ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସୌମ୍ୟାଶ୍ରୀଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା ନୁହେଁ ବରଂ ବ୍ୟବସ୍ଥାର ଫଳ। ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍‌ ନୁହେଁ, ଏହା ଯୋଜନାବଦ୍ଧ ଅନ୍ୟାୟ ବୋଲି ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ

ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ବର ଏମ୍‌ସରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ନବୀନ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ‘‘ ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ଏପରି ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।

ଆହୁରି ପଢ଼ନ୍ତୁ: ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

ମନକୁ ଏହା ଅଧିକ ବିଚଳିତ କରୁଛି ଯେ, କିପରି ଗୋଟେ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଯାଇପାରେ। ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା।

ଆହୁରି ପଢ଼ନ୍ତୁ: ନିଖୋଜ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ସ୍କୁଲ ପଛ ନାଳରୁ ମିଳିଲା ରକ୍ତାକ୍ତ ମୃତଦେହ

ସେ ଅତି ସାହସିକତାର ସହ ତା’ ସହିତ ଘଟିଥିବା ଯୌନ ନିର୍ଯାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା। କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ଅଟକି ଯାଇ ନଥିଲା। ନ୍ୟାୟ ପାଇବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା। ଏପରି କି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା।

ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା। ସେ କେବଳ ଶାରୀରିକ ଆଘାତ ପାଇ ପ୍ରାଣ ହରାଇ ନାହିଁ, ବରଂ ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ; ଯାହା ତାଙ୍କୁ ନିଜ ସଂଗ୍ରାମରେ ଏକାକି ଛାଡ଼ି ଦେଇଥିଲା। ପୁରା ଘଟଣାକ୍ରମରୁ ଜଣାପଡ଼ୁଛି, ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍ ନୁହେଁ; ଯାହା ଏକ ଯୋଜନାବଦ୍ଧ ଅନ୍ୟାୟ।

ଏଥି ସହିତ ନବୀନ  ମାନ୍ୟବର ରାଜ୍ୟପାଳଙ୍କୁ ଅନୁରୋଧ କରୁଛି, ସେ ଏହା ସୁନିଶ୍ଚିତ କରୁନ୍ତୁ ଯେ, ନା କେବଳ କଲେଜ କର୍ତ୍ତୃପକ୍ଷ ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ମଧ୍ୟ ଉତ୍ତରଦାୟୀ ହୁଅନ୍ତୁ; ଯେଉଁମାନେ ପୀଡ଼ିତାଙ୍କ ଆକୁଳ ଗୁହାରି ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ପୀଡ଼ିତାଙ୍କ ଅମର ଆତ୍ମାର ସଦଗତି ହେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଁ ପୁଣିଥରେ ପ୍ରାର୍ଥନା କରୁଛି, ଏହି ଦାରୁଣ ଦୁଃଖକୁ ସାମ୍ନା କରିବା ପାଇଁ ସେ ପରିବାର ସଦସ୍ୟମାନଙ୍କୁ ଶକ୍ତି ଏବଂ ସାହସ ଦିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର