ଭାରତୀୟ ସେନାର ଘୋଷଣା, ନୂଆ ମିସନ ପାଇଁ ପ୍ରସ୍ତୁତ…

The Sakala Picture
Published On

ନୂଆଦିଲ୍ଲୀ: ଭୟ ବିନୁ ହୋୟ ନ ପ୍ରୀତି। ଅର୍ଥାତ୍‌ ବିନା ଭୟରେ ଭକ୍ତି ଆସେନାହିଁ। ରାମଚରିତମାନସରୁ ଉଦ୍ଧୃତ ଏହି ଦୋହାର ଉଦାହରଣ ଦେଇ ଭାରତୀୟ ସେନା ପାକିସ୍ତାନ ସହିତ ତୁର୍କୀ, ଚୀନ୍‌କୁ କଡ଼ା ବାର୍ତ୍ତା ଦେଇଛି। ଆକ୍ରମଣକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ତୁର୍କୀ ହେଉ କି ଆଉ କାହାର ଡ୍ରୋନ ଭାରତ ନିଜର ଶକ୍ତି ଦେଖାଇଛି। ଯେକୌଣସି ଟେକ୍ନୋଲୋଜିର ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେନା ପକ୍ଷରୁ ଏୟାର ମାର୍ଶାଲ ଅବଧେଶ […]

ନୂଆଦିଲ୍ଲୀ: ଭୟ ବିନୁ ହୋୟ ନ ପ୍ରୀତି। ଅର୍ଥାତ୍‌ ବିନା ଭୟରେ ଭକ୍ତି ଆସେନାହିଁ। ରାମଚରିତମାନସରୁ ଉଦ୍ଧୃତ ଏହି ଦୋହାର ଉଦାହରଣ ଦେଇ ଭାରତୀୟ ସେନା ପାକିସ୍ତାନ ସହିତ ତୁର୍କୀ, ଚୀନ୍‌କୁ କଡ଼ା ବାର୍ତ୍ତା ଦେଇଛି। ଆକ୍ରମଣକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ତୁର୍କୀ ହେଉ କି ଆଉ କାହାର ଡ୍ରୋନ ଭାରତ ନିଜର ଶକ୍ତି ଦେଖାଇଛି। ଯେକୌଣସି ଟେକ୍ନୋଲୋଜିର ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେନା ପକ୍ଷରୁ ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ୍ କ୍ରିକେଟର ଅଭିଷେକ ପୋରେଲ ଗିରଫ

ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ପକ୍ଷରୁ ଆଜି ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ନୌସେନାର ଉପମୁଖ୍ୟ ଏଏନ ପ୍ରମୋଦ ଏବଂ ଏୟାର ମାର୍ଶାଲ ଭାରତୀ କହିଛନ୍ତି ଯେ ଭାରତର ଲଢ଼େଇ କେବଳ ଆତଙ୍କବାଦ ବିରୋଧରେ ଥିଲା। ଏହା ପାକିସ୍ତାନ ସେନା ବିରୋଧରେ ନ ଥିଲା। କିନ୍ତୁ ପାକିସ୍ତାନ ସେନା ମୁଣ୍ଡ ପୂରାଇ ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲା। ଭାରତ ଉପରେ ଆକ୍ରମଣ କରିଥିଲା। ଚୀନ୍‌ ନିର୍ମିତ କ୍ଷେପଣାସ୍ତ୍ର ପିଏଲ-୧୫ ଏବଂ ତୁର୍କୀ ଡ୍ରୋନ ମାଡ଼ କରିଥିଲା। ସେଥିପାଇଁ ଭାରତକୁ ଜବାବ ଦେବାକୁ ପଡ଼ିଥିଲା। ପାକିସ୍ତାନ ମାଡ଼ କରିଥିବା ଦୀର୍ଘ ଦୂରଗାମୀ ରକେଟ, ୟୁଏଭି, କିଛି କାପ୍ଟର୍ସ ଏବଂ ଡ୍ରୋନ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନ ଥିଲା। ଭାରତର ଅଭେଦ୍ୟ ଏୟାର ଡିଫେନ୍ସ ସିଷ୍ଟମ ଏ ସବୁକୁ ଆକାଶରେ ହିଁ ଧ୍ବଂସ କରି ଦେଇଥିଲା। ପରେ ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନର ସାମରିକ ଠିକଣାରେ ଆକ୍ରମଣ କରିଥିଲା। ଆକାଶ ସିଷ୍ଟମ ଦ୍ବାରା ପାକ୍ ଆକ୍ରମଣର ଜବାବ ଦିଆଯାଇଥିଲା। ଏବେ ଭାରତର ସବୁ ସେନା ଘାଟୀ ଏବଂ ବ୍ୟବସ୍ଥା ସକ୍ରିୟ ହୋଇ ରହିଛି। ଆବଶ୍ୟକ ପଡ଼ିଲେ ନୂଆ ମିଶନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଏୟାର ଅପରେସନ ଡିଜି ଏୟାର ମାର୍ଶାଲ ଏକେ ଭାରତୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ ତୈଳ କ୍ରୟ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ୍‌ର ଶିକାର ହୋଇଥିଲେ ଆମେରିକୀୟ ଅଧିକାରୀ ପିଟର୍ ନାଭାରୋ; ମୋଦୀ-ଟ୍ରମ୍ପ ସମ୍ପର୍କ ଉପରେ ରଖିଲେ ପ୍ରତିକ୍ରିୟା

ସେହିପରି ଲେଫ୍ଟନାଣ୍ଟ ଜେନେରାଲ ଘାଇ କହିଲେ, ଭାରତର ଅନ୍ତର୍ଜାତୀୟ ସୀମାରେ ଏୟାର ଡିଫେନ୍ସ ସିଷ୍ଟମ, ଭିଣ୍ଟେଜ ଏୟାର ଡିଫେନ୍ସ ସିଷ୍ଟମ ଏବଂ ମଡର୍ଣ୍ଣ ଏୟାର ଡିଫେନ୍ସ ସିଷ୍ଟମ ରହିଥିଲା। ଏହାର ଅଭେଦ୍ୟ ପ୍ରାଚୀରକୁ ପାରକରି ଆକ୍ରମଣ କରିବା କଠିନ ଥିଲା। ୧୯୭୪ର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଆସେସ ସିରିଜର ଉଦାହରଣ ଦେଇଥିଲେ। ଏହି ସିରିଜିରେ ୫୮ ୱିକେଟ ନେଇ ଅଷ୍ଟ୍ରେଲିଆର ଦୁଇ ବୋଲର ଡେନିସ ଲିଲି ଏବଂ ଜୈଫ ଥମସନ ଇଂଲଣ୍ଡକୁ ଧରାଶାୟୀ କରିଦେଇଥିଲେ। ଏବେ ଭାରତୀୟ ସେନା ପାକିସ୍ତାନର ସ୍ଥିତିକୁ ସେହିଭଳି କରିଦେଇଛି। ଲିଲି ଏବଂ ଥମସନଙ୍କ ଭଳି ଭାରତ ଏୟାର ଡିଫେନ୍ସର ଅନେକ ସ୍ତର ରହିଛି। ଗୋଟିଏ ପାର କରି ଆସିଲେ ଅନ୍ୟଟି ଧ୍ବଂସ କରିଦେଉଛି।

ଆହୁରି ପଢ଼ନ୍ତୁ: ଚେନ୍ନାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ୨୨୪ ଯାତ୍ରୀ ସୁରକ୍ଷିତ

13 May 2025 By The Sakala

ଭାରତୀୟ ସେନାର ଘୋଷଣା, ନୂଆ ମିସନ ପାଇଁ ପ୍ରସ୍ତୁତ…

ନୂଆଦିଲ୍ଲୀ: ଭୟ ବିନୁ ହୋୟ ନ ପ୍ରୀତି। ଅର୍ଥାତ୍‌ ବିନା ଭୟରେ ଭକ୍ତି ଆସେନାହିଁ। ରାମଚରିତମାନସରୁ ଉଦ୍ଧୃତ ଏହି ଦୋହାର ଉଦାହରଣ ଦେଇ ଭାରତୀୟ ସେନା ପାକିସ୍ତାନ ସହିତ ତୁର୍କୀ, ଚୀନ୍‌କୁ କଡ଼ା ବାର୍ତ୍ତା ଦେଇଛି। ଆକ୍ରମଣକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ତୁର୍କୀ ହେଉ କି ଆଉ କାହାର ଡ୍ରୋନ ଭାରତ ନିଜର ଶକ୍ତି ଦେଖାଇଛି। ଯେକୌଣସି ଟେକ୍ନୋଲୋଜିର ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେନା ପକ୍ଷରୁ ଏୟାର ମାର୍ଶାଲ ଅବଧେଶ କୁମାର ଭାରତୀ କହିଛନ୍ତି।

ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ପକ୍ଷରୁ ଆଜି ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ନୌସେନାର ଉପମୁଖ୍ୟ ଏଏନ ପ୍ରମୋଦ ଏବଂ ଏୟାର ମାର୍ଶାଲ ଭାରତୀ କହିଛନ୍ତି ଯେ ଭାରତର ଲଢ଼େଇ କେବଳ ଆତଙ୍କବାଦ ବିରୋଧରେ ଥିଲା। ଏହା ପାକିସ୍ତାନ ସେନା ବିରୋଧରେ ନ ଥିଲା। କିନ୍ତୁ ପାକିସ୍ତାନ ସେନା ମୁଣ୍ଡ ପୂରାଇ ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲା। ଭାରତ ଉପରେ ଆକ୍ରମଣ କରିଥିଲା। ଚୀନ୍‌ ନିର୍ମିତ କ୍ଷେପଣାସ୍ତ୍ର ପିଏଲ-୧୫ ଏବଂ ତୁର୍କୀ ଡ୍ରୋନ ମାଡ଼ କରିଥିଲା। ସେଥିପାଇଁ ଭାରତକୁ ଜବାବ ଦେବାକୁ ପଡ଼ିଥିଲା। ପାକିସ୍ତାନ ମାଡ଼ କରିଥିବା ଦୀର୍ଘ ଦୂରଗାମୀ ରକେଟ, ୟୁଏଭି, କିଛି କାପ୍ଟର୍ସ ଏବଂ ଡ୍ରୋନ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନ ଥିଲା। ଭାରତର ଅଭେଦ୍ୟ ଏୟାର ଡିଫେନ୍ସ ସିଷ୍ଟମ ଏ ସବୁକୁ ଆକାଶରେ ହିଁ ଧ୍ବଂସ କରି ଦେଇଥିଲା। ପରେ ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନର ସାମରିକ ଠିକଣାରେ ଆକ୍ରମଣ କରିଥିଲା। ଆକାଶ ସିଷ୍ଟମ ଦ୍ବାରା ପାକ୍ ଆକ୍ରମଣର ଜବାବ ଦିଆଯାଇଥିଲା। ଏବେ ଭାରତର ସବୁ ସେନା ଘାଟୀ ଏବଂ ବ୍ୟବସ୍ଥା ସକ୍ରିୟ ହୋଇ ରହିଛି। ଆବଶ୍ୟକ ପଡ଼ିଲେ ନୂଆ ମିଶନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଏୟାର ଅପରେସନ ଡିଜି ଏୟାର ମାର୍ଶାଲ ଏକେ ଭାରତୀ କହିଛନ୍ତି।

ସେହିପରି ଲେଫ୍ଟନାଣ୍ଟ ଜେନେରାଲ ଘାଇ କହିଲେ, ଭାରତର ଅନ୍ତର୍ଜାତୀୟ ସୀମାରେ ଏୟାର ଡିଫେନ୍ସ ସିଷ୍ଟମ, ଭିଣ୍ଟେଜ ଏୟାର ଡିଫେନ୍ସ ସିଷ୍ଟମ ଏବଂ ମଡର୍ଣ୍ଣ ଏୟାର ଡିଫେନ୍ସ ସିଷ୍ଟମ ରହିଥିଲା। ଏହାର ଅଭେଦ୍ୟ ପ୍ରାଚୀରକୁ ପାରକରି ଆକ୍ରମଣ କରିବା କଠିନ ଥିଲା। ୧୯୭୪ର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଆସେସ ସିରିଜର ଉଦାହରଣ ଦେଇଥିଲେ। ଏହି ସିରିଜିରେ ୫୮ ୱିକେଟ ନେଇ ଅଷ୍ଟ୍ରେଲିଆର ଦୁଇ ବୋଲର ଡେନିସ ଲିଲି ଏବଂ ଜୈଫ ଥମସନ ଇଂଲଣ୍ଡକୁ ଧରାଶାୟୀ କରିଦେଇଥିଲେ। ଏବେ ଭାରତୀୟ ସେନା ପାକିସ୍ତାନର ସ୍ଥିତିକୁ ସେହିଭଳି କରିଦେଇଛି। ଲିଲି ଏବଂ ଥମସନଙ୍କ ଭଳି ଭାରତ ଏୟାର ଡିଫେନ୍ସର ଅନେକ ସ୍ତର ରହିଛି। ଗୋଟିଏ ପାର କରି ଆସିଲେ ଅନ୍ୟଟି ଧ୍ବଂସ କରିଦେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର