ରାଜଧାନୀରେ ଚାଞ୍ଚଲ୍ୟ; ନିଶାଦେଇ ନାବାଳିକାକୁ ଅପହରଣ ଉଦ୍ୟମ…
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ରାତି ଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ। ନିଶାଦେଇ ନାବାଳିକାକୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡିବସିଲେ ସ୍ଥାନୀୟ ଲୋକେ। ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବାବେଳେ ନାବାଳିକାଙ୍କୁ କୁଆଡେ ଓ କାହିଁକି ନେଉଥିଲେ କାରଣ ଅସ୍ପଷ୍ଟ ରହିଛି। ଅନ୍ୟପଟେ ନାବାଲିକାଟି ମଧ୍ୟ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ମୂର୍ମୁଷ ଅବସ୍ଥାର ଧରି ନେଉଥିବା ବେଳେ ସ୍ଥାନୀୟ ଲୋକ […]
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ରାତି ଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ। ନିଶାଦେଇ ନାବାଳିକାକୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡିବସିଲେ ସ୍ଥାନୀୟ ଲୋକେ। ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବାବେଳେ ନାବାଳିକାଙ୍କୁ କୁଆଡେ ଓ କାହିଁକି ନେଉଥିଲେ କାରଣ ଅସ୍ପଷ୍ଟ ରହିଛି।
ଅନ୍ୟପଟେ ନାବାଲିକାଟି ମଧ୍ୟ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ମୂର୍ମୁଷ ଅବସ୍ଥାର ଧରି ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ। ସନ୍ଦେହ ହେବାରୁ ଅଟକ ରଖି ଖଣ୍ଡଗିରି ଥାନା ପୁଲିସର ଜିମା ଦେଇଛନ୍ତି। ଅଭିଯୋଗ ପରେ ୨ ଯୁବକଙ୍କୁ ଅଟକ ରଖିଛି ପୁଲିସ । ନାବାଳିକାକୁ ଉଦ୍ଧାର କରି ଏମ୍ସ ଚିକିତ୍ସା ପାଇଁ ପଠେଇଛି ପୁଲିସ । ଅଟକ ୨ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ। ଖଣ୍ଡଗିରିର ଥାନା ଡୁମଡୁମା ଅଞ୍ଚଳରେ ହୋଟେଲ ଶ୍ରମିକ ଭାବରେ କାମ କରନ୍ତି ଉକ୍ତ ୨ ଯୁବକ। ଉଦ୍ଧାର ନାବାଳିକାକୁ ଜାଣି ନଥିବା କଥା କହିଛନ୍ତି। । ଦୁଷ୍କର୍ମ ଅଭିଯୋଗ ପରେ ଉଦ୍ଧାର ନାବାଳିକା ଚିକିତ୍ସା ପରେ ଡାକ୍ତରୀମାଇନା କରିବ ପୁଲିସ । ରିପୋର୍ଟ୍ ଆସିବା ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୁଲିସ।






