ଛତୁଆ ଖାଇ ଦୁଇ ନିରୀହ ଶିଶୁଙ୍କ ମୃତ୍ୟୁ ଘଟଣା; ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ବିଷାକ୍ତ ଛତୁଆ ଖାଇ ୨ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବି କରିଛି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ରାମଗିରି ଗାଁରେ ୨ ଜଣ ନିରୀହ ଆଦିବାସୀ […]

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ବିଷାକ୍ତ ଛତୁଆ ଖାଇ ୨ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବି କରିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍‌ ଲିଷ୍ଟ, ଶୀର୍ଷରେ ରେଭେନ୍ସା

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ରାମଗିରି ଗାଁରେ ୨ ଜଣ ନିରୀହ ଆଦିବାସୀ ଶିଶୁ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ପ୍ରଦାନ ଛତୁଆ ଖାଇ ମୃତ୍ୟୁବରଣ କରିଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ସ୍ପଷ୍ଟ କରିଛି ଯେ, ପିଲା ମାନଙ୍କୁ ପ୍ରଦାନ କରାଯାଇଥିବା ଛତୁଆ ଖାଦ୍ୟ ଉପଯୋଗୀ ନଥିଲା ଓ ଏହା ସରକାରୀ ବ୍ୟବସ୍ଥାର ବିଫଳତାକୁ ପଦାରେ ପକାଇଛି। ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଖାଦ୍ୟ ଅଭାବରୁ ଆମ୍ୱ ଟାକୁଆ ଖାଇ ୪ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। କେବଳ ତଦନ୍ତ ହେବ ବୋଲି କହିଥିଲେ, କିନ୍ତୁ ତଦନ୍ତ ଫଳାଫଳ ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିଲା ନାହିଁ। ରାଜ୍ୟରେ ଆଦିବାସୀ, ଦଳିତ ଓ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇ ଚାଲିଥିବା ବେଳେ, ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି। ସରକାରୀ ସ୍ତରରେ ଅନେକ ଘଟଣା ଘଟିଯାଉଛି, ଯାହା ରାଜ୍ୟ ସରକାରଙ୍କ ଜ୍ଞାତସାରରେ ରହୁନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ବିଧାନସଭାରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୮ ମାସରେ ରାଜ୍ୟରେ ୧୬୦୮ ଜଣ ମହିଳା ବିଭିନ୍ନ ଅପରାଧର ଶିକାର ହୋଇଛନ୍ତି, ଯାହା ପୂର୍ବବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ। ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ କେବଳ ଆତ୍ମପ୍ରଚାରରେ ବ୍ୟସ୍ତ ଅଛନ୍ତି, କିନ୍ତୁ ସରକାରୀ ଦାୟିତ୍ୱ ସମ୍ପାଦନ ଲାଗି ଆନ୍ତରିକତା ନାହିଁ।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି

ଡ଼ ସାମନ୍ତସିଂହାର କହିଥିଲେ ଯେ, ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନମାନର ଛତୁଆ ଯୋଗାଣ କରିଥିବା ସଂସ୍ଥା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିରୀକ୍ଷଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯାଉ। ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ୨ଟି ନିରୀହ, ନିଷ୍ପାପ ଶିଶୁଙ୍କ ଅକାଳ ବିୟୋଗ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍: ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି

24 Mar 2025 By The Sakala

ଛତୁଆ ଖାଇ ଦୁଇ ନିରୀହ ଶିଶୁଙ୍କ ମୃତ୍ୟୁ ଘଟଣା; ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ବିଜେଡି

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ବିଷାକ୍ତ ଛତୁଆ ଖାଇ ୨ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟଣାରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବି କରିଛି।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ରାମଗିରି ଗାଁରେ ୨ ଜଣ ନିରୀହ ଆଦିବାସୀ ଶିଶୁ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ପ୍ରଦାନ ଛତୁଆ ଖାଇ ମୃତ୍ୟୁବରଣ କରିଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ସ୍ପଷ୍ଟ କରିଛି ଯେ, ପିଲା ମାନଙ୍କୁ ପ୍ରଦାନ କରାଯାଇଥିବା ଛତୁଆ ଖାଦ୍ୟ ଉପଯୋଗୀ ନଥିଲା ଓ ଏହା ସରକାରୀ ବ୍ୟବସ୍ଥାର ବିଫଳତାକୁ ପଦାରେ ପକାଇଛି। ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଖାଦ୍ୟ ଅଭାବରୁ ଆମ୍ୱ ଟାକୁଆ ଖାଇ ୪ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। କେବଳ ତଦନ୍ତ ହେବ ବୋଲି କହିଥିଲେ, କିନ୍ତୁ ତଦନ୍ତ ଫଳାଫଳ ଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିଲା ନାହିଁ। ରାଜ୍ୟରେ ଆଦିବାସୀ, ଦଳିତ ଓ ମହିଳାଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇ ଚାଲିଥିବା ବେଳେ, ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି। ସରକାରୀ ସ୍ତରରେ ଅନେକ ଘଟଣା ଘଟିଯାଉଛି, ଯାହା ରାଜ୍ୟ ସରକାରଙ୍କ ଜ୍ଞାତସାରରେ ରହୁନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ବିଧାନସଭାରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୮ ମାସରେ ରାଜ୍ୟରେ ୧୬୦୮ ଜଣ ମହିଳା ବିଭିନ୍ନ ଅପରାଧର ଶିକାର ହୋଇଛନ୍ତି, ଯାହା ପୂର୍ବବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ। ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ କେବଳ ଆତ୍ମପ୍ରଚାରରେ ବ୍ୟସ୍ତ ଅଛନ୍ତି, କିନ୍ତୁ ସରକାରୀ ଦାୟିତ୍ୱ ସମ୍ପାଦନ ଲାଗି ଆନ୍ତରିକତା ନାହିଁ।

ଡ଼ ସାମନ୍ତସିଂହାର କହିଥିଲେ ଯେ, ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନମାନର ଛତୁଆ ଯୋଗାଣ କରିଥିବା ସଂସ୍ଥା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିରୀକ୍ଷଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରାଯାଉ। ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ୨ଟି ନିରୀହ, ନିଷ୍ପାପ ଶିଶୁଙ୍କ ଅକାଳ ବିୟୋଗ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର