ମନୋରଞ୍ଜନ
ଓଡ଼ିଶା କ୍ୟାଡରରୁ ପୁଣି ଜଣେ ଆଇପିଏସ୍ଙ୍କ ଇସ୍ତଫା: ଜଗମୋହନଙ୍କ ପରେ ଚାକିରି ଛାଡ଼ିଲେ ସି.ଏ. ରାମଦାସ
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର କିଛି ଦିନ ପରେ ପୁଣି ଜଣେ ଯୁବ ଆଇପିଏସ୍ ଅଧିକାରୀ ସରକାରୀ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୫ ବ୍ୟାଚର ୩୩ ବର୍ଷୀୟ ଆଇପିଏସ୍ ପ୍ରୋବେସନର ସି.ଏ. ରାମଦାସ ଓଡ଼ିଶା ସରକାରଙ୍କ ନିକଟରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଗତ ବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବ ଅଧିକାରୀ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା ଅଟନ୍ତି ଏବଂ ନିକଟରେ ତାଙ୍କୁ ଓଡ଼ିଶା କ୍ୟାଡର୍ ଆବଣ୍ଟନ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ସି.ଏ. ରାମଦାସ ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୋଲିସ ଏକାଡେମୀ (ଏସଭିପିଏନପିଏ) ଠାରେ ନିଜର ତାଲିମ ଗ୍ରହଣ କରୁଛନ୍ତି। ସେ ତାଙ୍କ ତାଲିମର ପ୍ରଥମ ପର୍ଯ୍ୟାୟରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଦାୟିତ୍ୱ ଗ୍ରହଣ କରିନାହାଁନ୍ତି।
ରାଜ୍ୟରେ ଏଭଳି ଲଗାତାର ଦୁଇ ଜଣ ଯୁବ ଆଇପିଏସ୍ ଅଧିକାରୀଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ଭୁବନେଶ୍ୱରର ପୂର୍ବତନ ଡିସିପି ଜଗମୋହନ ମୀନା ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଖୁବ୍ କମ୍ ଦିନ ବ୍ୟବଧାନରେ ଏହିପରି ଦୁଇଟି ଘଟଣା ପ୍ରଶାସନିକ ସ୍ତରରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।