ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ମାଛ ଧରିବାକୁ ଯାଇ ସମୁଦ୍ରରେ ୧୬ ମତ୍ସ୍ୟଜୀବୀ ନିଖୋଜ ଘଟଣା: ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି ଦୂରରେ ସୁରକ୍ଷିତ ଥିବା ସୂଚନା

Madhusudan Das Picture
Published On

ବାଲେଶ୍ୱର: ସମୁଦ୍ରରେ ପ୍ରାୟ ଏକ ସପ୍ତାହ ଧରି ନିଖୋଜ ଥିବା ୧୬ ଜଣ ମତ୍ସ୍ୟଜୀବୀ ଠାବ ହୋଇଛନ୍ତି। ପଶ୍ଚିମବଙ୍ଗ କାକଦ୍ୱୀପର ୨ କିମି ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ଏହି ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ୩ ଭାଇ ମଧ୍ୟ ସାମିଲ ଅଛନ୍ତି। ସମସ୍ତ ମତ୍ସ୍ୟଜୀବୀଙ୍କୁ ପଶ୍ଚିମବଙ୍ଗର କାକଦ୍ୱୀପ ନିକଟରୁ ଠାବ କରାଯାଇଛି।

ଆହୁରି ପଢ଼ନ୍ତୁ: ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଟନ୍ ଟନ୍ ଇଲିଶି, ୩୦ ଟନ୍‌ରୁ ଅଧିକ ମାଛ ଧରି ଦିଘା ମୁହାଣରେ ଲାଗିଲା ଟ୍ରଲର

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୨ ତାରିଖରେ ଏହି ମତ୍ସ୍ୟଜୀବୀମାନେ ‘ମାଆ କାଳୀ’ ନାମକ ଏକ ଟ୍ରଲରରେ ଗଭୀର ସମୁଦ୍ରକୁ ଇଲିସି ମାଛ ଧରିବା ପାଇଁ ଯାଇଥିଲେ। ସେମାନେ ଶଙ୍କରପୁର ବେଳାଭୂମିରୁ ଯାତ୍ରା ଆରମ୍ଭ କରିଥିଲେ। ତେବେ କୂଳ ଛାଡ଼ିବା ପରେ ପରିବାର ଲୋକଙ୍କ ସହ ସେମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ୫,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ୱ ନିରୀକ୍ଷକ

ଠାବ ହୋଇଥିବା ୧୬ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ୩ ଜଣ ଅଛନ୍ତି। ସେମାନେ ହେଲେ ରବୀନ୍ଦ୍ର ମାଝୀ, ଜୟରାମ ମାଝୀ ଏବଂ ଜଗନ୍ନାଥ ମାଝୀ। ବାକି ମତ୍ସ୍ୟଜୀବୀମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସମୁଦ୍ରକୁ ଯିବା ପରେ ଏହି ତିନି ଓଡ଼ିଆ ଭାଇ ନିଜ ପରିବାର ସହ ଥରେ କଥା ହୋଇଥିଲେ। ଗତ ରବିବାର ଦିନ ଟ୍ରଲର ମାଲିକ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହା ପରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ପରିବାର ମଧ୍ୟରେ ତୀବ୍ର ଆଶଙ୍କା ଦେଖାଦେଇଥିଲା।

ଆହୁରି ପଢ଼ନ୍ତୁ: ବୀରଭୂମରେ ଟିଏମସି କାର୍ଯ୍ୟାଳୟ ଭିତରୁ ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଶଙ୍କରପୁର ଟ୍ରଲର ଆସୋସିଏସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିଖୋଜ ଟ୍ରଲରଟି ପଶ୍ଚିମବଙ୍ଗର କାକଦ୍ୱୀପ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଠାବ ହୋଇଛି। ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଆସୋସିଏସନ ପକ୍ଷରୁ ଅନ୍ୟ ଏକ ଟ୍ରଲର ପଠାଯାଇଛି। ସମସ୍ତେ ସୁରକ୍ଷିତ ଥିବା ଖବର ପାଇବା ପରେ ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରରେ, ବିଶେଷ କରି ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଆଶ୍ୱସ୍ତିର ଲହରୀ ଖେଳିଯାଇଛି।

11 Jul 2026 By Madhusudan Das

ମାଛ ଧରିବାକୁ ଯାଇ ସମୁଦ୍ରରେ ୧୬ ମତ୍ସ୍ୟଜୀବୀ ନିଖୋଜ ଘଟଣା: ପଶ୍ଚିମବଙ୍ଗ କାକଦ୍ୱୀପର ୨ କି.ମି ଦୂରରେ ସୁରକ୍ଷିତ ଥିବା ସୂଚନା

ବାଲେଶ୍ୱର: ସମୁଦ୍ରରେ ପ୍ରାୟ ଏକ ସପ୍ତାହ ଧରି ନିଖୋଜ ଥିବା ୧୬ ଜଣ ମତ୍ସ୍ୟଜୀବୀ ଠାବ ହୋଇଛନ୍ତି। ପଶ୍ଚିମବଙ୍ଗ କାକଦ୍ୱୀପର ୨ କିମି ଦୂରରେ ଠାବ ହେଲେ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ଏହି ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ୩ ଭାଇ ମଧ୍ୟ ସାମିଲ ଅଛନ୍ତି। ସମସ୍ତ ମତ୍ସ୍ୟଜୀବୀଙ୍କୁ ପଶ୍ଚିମବଙ୍ଗର କାକଦ୍ୱୀପ ନିକଟରୁ ଠାବ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୨ ତାରିଖରେ ଏହି ମତ୍ସ୍ୟଜୀବୀମାନେ ‘ମାଆ କାଳୀ’ ନାମକ ଏକ ଟ୍ରଲରରେ ଗଭୀର ସମୁଦ୍ରକୁ ଇଲିସି ମାଛ ଧରିବା ପାଇଁ ଯାଇଥିଲେ। ସେମାନେ ଶଙ୍କରପୁର ବେଳାଭୂମିରୁ ଯାତ୍ରା ଆରମ୍ଭ କରିଥିଲେ। ତେବେ କୂଳ ଛାଡ଼ିବା ପରେ ପରିବାର ଲୋକଙ୍କ ସହ ସେମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଠାବ ହୋଇଥିବା ୧୬ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ୩ ଜଣ ଅଛନ୍ତି। ସେମାନେ ହେଲେ ରବୀନ୍ଦ୍ର ମାଝୀ, ଜୟରାମ ମାଝୀ ଏବଂ ଜଗନ୍ନାଥ ମାଝୀ। ବାକି ମତ୍ସ୍ୟଜୀବୀମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସମୁଦ୍ରକୁ ଯିବା ପରେ ଏହି ତିନି ଓଡ଼ିଆ ଭାଇ ନିଜ ପରିବାର ସହ ଥରେ କଥା ହୋଇଥିଲେ। ଗତ ରବିବାର ଦିନ ଟ୍ରଲର ମାଲିକ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହା ପରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ପରିବାର ମଧ୍ୟରେ ତୀବ୍ର ଆଶଙ୍କା ଦେଖାଦେଇଥିଲା।

ଶଙ୍କରପୁର ଟ୍ରଲର ଆସୋସିଏସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିଖୋଜ ଟ୍ରଲରଟି ପଶ୍ଚିମବଙ୍ଗର କାକଦ୍ୱୀପ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଠାବ ହୋଇଛି। ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଆସୋସିଏସନ ପକ୍ଷରୁ ଅନ୍ୟ ଏକ ଟ୍ରଲର ପଠାଯାଇଛି। ସମସ୍ତେ ସୁରକ୍ଷିତ ଥିବା ଖବର ପାଇବା ପରେ ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରରେ, ବିଶେଷ କରି ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଆଶ୍ୱସ୍ତିର ଲହରୀ ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର