ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି

Madhusudan Das Picture
Published On

କଟକ: ଓଡ଼ିଶା ପୋଲିସରେ ଖାଲି ପଡ଼ିଛି ପ୍ରାୟ ୩୩ ହଜାର ପଦବୀ । ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ରହିଛି ବୋଲି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ୍ ଅଛି ବୋଲି କହିଛନ୍ତି ଡିଜିପି । 

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଏହି ମାନବ ସମ୍ବଳ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିକଟରେ ପୋଲିସ ବିଭାଗରେ ୧୭,୦୦୦ ନୂତନ ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି। ପୂର୍ବରୁ ଖାଲି ପଡ଼ିଥିବା ପ୍ରାୟ ୧୬,୦୦୦ ପଦବୀ ଏବଂ ଏହି ନୂତନ ପଦବୀକୁ ମିଶାଇଲେ ବର୍ତ୍ତମାନ ମୋଟ ପ୍ରାୟ ୩୩,୦୦୦ ପଦବୀ ଖାଲି ଥିବା ନେଇ ଡିଜିପି ସ୍ପଷ୍ଟ କରିଛନ୍ତି। ଖୁବଶୀଘ୍ର ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

କଟକଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଡିଜିପି ଖୁରାନିଆ କହିଛନ୍ତି ଯେ ଓଡ଼ିଶାର ବର୍ଦ୍ଧିତ ଜନସଂଖ୍ୟା ତୁଳନାରେ ବର୍ତ୍ତମାନର ପୋଲିସ ବଳ ଯଥେଷ୍ଟ ନୁହେଁ। ଅନ୍ୟ କେତେକ ରାଜ୍ୟ ତୁଳନାରେ ଓଡ଼ିଶାରେ ପୋଲିସ-ଜନସଂଖ୍ୟା ଅନୁପାତ କମ୍ ରହିଛି, ଯାହା ପ୍ରଭାବଶାଳୀ ଆଇନ ପ୍ରବର୍ତ୍ତନ ଏବଂ ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବାରେ ପ୍ରତିବନ୍ଧକ ସାଜୁଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ପ୍ରସ୍ତାବିତ ନିଯୁକ୍ତି ପ୍ରକ୍ରିୟା ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ସହ ବର୍ତ୍ତମାନ କାର୍ଯ୍ୟରତ ପୋଲିସ ବାହିନୀ ଉପରେ କାର୍ଯ୍ୟଭାର ହ୍ରାସ କରିବାରେ ସହାୟକ ହେବ। ଏହି ବୃହତ ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ଓଡ଼ିଶାର ହଜାର ହଜାର ପ୍ରାର୍ଥୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହାସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ ସ୍ଥାନରେ ଉନ୍ନତ ପୋଲିସ ସେବା ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଖୁରାନିଆ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର