ଅଫ୍‌ଲାଇନ୍‌ରେ ଆରଆଇ, ଅମିନ ପରୀକ୍ଷାକୁ ନେଇ ବିବାଦ; ‘ଚାକିରି ବିକ୍ରି କରିବାକୁ ଅଗ୍ରିମ ନେଇଛନ୍ତି ସରକାର’…

The Sakala Picture
Published On

ଭୁବନେଶ୍ୱର: ଆରଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ମୁଖ୍ୟ ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍‌ଲାଇନ୍‌ ପ୍ରିଲିମିନାରୀ ପରୀକ୍ଷାରେ ବ୍ୟାପକ ଜାଲିଆତି ହୋଇଥିବା ଆଶାୟୀମାନେ ମୂଳରୁ ଅଭିଯୋଗ କରିବା ସହ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି କରୁଛନ୍ତି। ହେଲେ ଏସବୁ ଚାକିରି ବିକ୍ରି କରିବାକୁ ସରକାର ଅଗ୍ରିମ ନେଇସାରିଥିବାରୁ ମୁଖ୍ୟ ପରୀକ୍ଷାକୁ ମଧ୍ୟ ଅନ୍‌ଲାଇନ୍‌ କରୁଥିବା ଷ୍ଟୁଡେଣ୍ଟ ଏଗନେଷ୍ଟ୍‌ କରପସନ୍‌ ସଂଗଠନ […]

ଭୁବନେଶ୍ୱର: ଆରଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର୍‌ ନିଯୁକ୍ତି ପାଇଁ ମୁଖ୍ୟ ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍‌ଲାଇନ୍‌ ପ୍ରିଲିମିନାରୀ ପରୀକ୍ଷାରେ ବ୍ୟାପକ ଜାଲିଆତି ହୋଇଥିବା ଆଶାୟୀମାନେ ମୂଳରୁ ଅଭିଯୋଗ କରିବା ସହ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି କରୁଛନ୍ତି। ହେଲେ ଏସବୁ ଚାକିରି ବିକ୍ରି କରିବାକୁ ସରକାର ଅଗ୍ରିମ ନେଇସାରିଥିବାରୁ ମୁଖ୍ୟ ପରୀକ୍ଷାକୁ ମଧ୍ୟ ଅନ୍‌ଲାଇନ୍‌ କରୁଥିବା ଷ୍ଟୁଡେଣ୍ଟ ଏଗନେଷ୍ଟ୍‌ କରପସନ୍‌ ସଂଗଠନ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ, ଡ୍ରାଇଭର ଫେରାର

ସଂଗଠନର ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ ଅନ୍‌ଲାଇନ୍‌ ପରୀକ୍ଷାରେ ଅନିୟମିତତା ଅବଗତ ହେବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ପ୍ରିଲିମିନାରୀ ପରୀକ୍ଷାରେ ପାସ୍‌ କରାଇଛନ୍ତି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି)ର ତତ୍କାଳୀନ ଅଧ୍ୟକ୍ଷ ଶ୍ୱାଶତ ମିଶ୍ରଙ୍କୁ ହଟାଇ ଲଳିତ ଦାସଙ୍କୁ ଅଧ୍ୟକ୍ଷ କରାଯାଇଛି। ଶ୍ୱାଶତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଦିନ ହିଁ ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ହେଇଛି। ମାସାଧିକ କାଳ ୪୦ରୁ ଅଧିକ ସିଫ୍ଟରେ ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାକିରି ବିକ୍ରି ପୂର୍ବରୁ ଶ୍ରୀ ମିଶ୍ରଙ୍କୁ ସୁରକ୍ଷିତ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଏହା ଏକ ସୁଚିନ୍ତିତ ପଦକ୍ଷେପ ଓ ଚାକିରି ବିକ୍ରି କରିବାକୁ ଅଗ୍ରିମ ନିଆସରିଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ମୁଖ୍ୟ ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବା ପାଇଁ ଦାବି କରିଛନ୍ତି। ଅନ୍ୟଥା ଆସନ୍ତା ୪ ତାରିଖରୁ ଅନଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତୋଫାନ ପରିଡ଼ା ଓ ରଞ୍ଜନରଶ୍ମି ପାତ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ମେଧାବୀଙ୍କ ଉପରେ ମାନସିକ ଅତ୍ୟାଚାର ନ କରିବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ଲଢ଼େଇ ତୀବ୍ର; ସେପ୍ଟେମ୍ବର ୨୮ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ପ୍ରତିବାଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର