କିଏ ସେହି ସିକ୍ରେଟ୍‌ ସାଣ୍ଟା ? କାହିଁକି ସାନ୍ତାକ୍ଲଜ୍ ଲାଲ୍ ରଙ୍ଗର ପୋଷାକ ପିନ୍ଧିଥାନ୍ତି, ଜାଣନ୍ତୁ ଏହା ପଛର କାହାଣୀ

The Sakala Picture
Published On

ଡିସେମ୍ବର ମାସ ଆରମ୍ଭ ହେବା ମାତ୍ରେ ବଡ଼ଦିନ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଏହାକୁ ବଡ଼ଦିନ ମଧ୍ୟ କୁହାଯାଏ। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଧୁମ୍‌ଧାମ୍‌ରେ ବଡ଼ଦିନ ପାଳନ କରାଯାଏ। ଆମ ଦେଶରେ ବେଶ୍‌ ଆନନ୍ଦ ଉଲ୍ଲାସ ମଧ୍ୟରେ ବଡ଼ଦିନ ପାଳନ କରାଯାଏ। କ୍ରିସ୍‌ମାସ୍‌କୁ ଅଧିକ ରଙ୍ଗିନ କରିଥାଏ କ୍ରିସମାସ୍‌ ଟ୍ରି, କେକ୍‌ ଓ ଉପହାର। ଏହି ପରିପ୍ରେକ୍ଷୀରେ ଏବେ ସବୁଠୁ ଅଧିକ ଟ୍ରେଣ୍ଡ୍‌ରେ ରହିଛି […]

ଡିସେମ୍ବର ମାସ ଆରମ୍ଭ ହେବା ମାତ୍ରେ ବଡ଼ଦିନ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଏହାକୁ ବଡ଼ଦିନ ମଧ୍ୟ କୁହାଯାଏ। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଧୁମ୍‌ଧାମ୍‌ରେ ବଡ଼ଦିନ ପାଳନ କରାଯାଏ। ଆମ ଦେଶରେ ବେଶ୍‌ ଆନନ୍ଦ ଉଲ୍ଲାସ ମଧ୍ୟରେ ବଡ଼ଦିନ ପାଳନ କରାଯାଏ। କ୍ରିସ୍‌ମାସ୍‌କୁ ଅଧିକ ରଙ୍ଗିନ କରିଥାଏ କ୍ରିସମାସ୍‌ ଟ୍ରି, କେକ୍‌ ଓ ଉପହାର। ଏହି ପରିପ୍ରେକ୍ଷୀରେ ଏବେ ସବୁଠୁ ଅଧିକ ଟ୍ରେଣ୍ଡ୍‌ରେ ରହିଛି ସିକ୍ରେଟ୍‌ ସାଣ୍ଟା। ତେବେ ଆପଣ ଜାଣନ୍ତି କି କିଏ ସେହି ସିକ୍ରେଟ୍‌ ସାଣ୍ଟା? କଣ ପାଇଁ ସାନ୍ତାକ୍ଲଜ୍‌ ଲାଲ୍‌ ରଙ୍ଗର ପୋଷାକ ପିନ୍ଧନ୍ତ? କଣ ପାଇଁ ସାନ୍ତାକ୍ଲଜ୍ ଉପଦାର ବାଣ୍ଟନ୍ତି? ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ବିଷୟରେ କଣ ରହିଛି କାହାଣୀ…..

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କିଏ ସେହି ସିକ୍ରେଟ୍‌ ସାଣ୍ଟା ?

କ୍ରିସମାସ୍‌ ଉତ୍ସବ ପାଶ୍ଚାତ୍ୟ ଜଗତରୁ ଆସିଥିଲେ ମଧ୍ୟ ଆମ ଦେଶରେ ମଧ୍ୟ ଏହାକୁ ଅନୁସରଣ କରାଯାଉଛି। ବିଶେଷକରି କୁନି କୁନି ପିଲାମାନେ ସିକ୍ରେଟ୍‌ ସାଣ୍ଟାଙ୍କଠାରୁ ଉପହାର ପାଇବା ପାଇଁ ବ୍ୟଗ୍ର ଥାଆନ୍ତି। ସିକ୍ରେଟ୍‌ ସାଣ୍ଟା ପଛରେ ରହିଛି ଭିନ୍ନ ଭିନ୍ନ କାହାଣୀ। ସବୁଠୁ ଅଧିକ ଚର୍ଚ୍ଚିତ କାହାଣୀ ହେଉଛି ଚତୁର୍ଥ ଶତାବ୍ଦୀରେ ତୁର୍କୀରେ ସେଣ୍ଟ ନିକୋଲସ ନାମକ ଜଣେ ବୃଦ୍ଧ ଥିଲେ। ତାଙ୍କୁ ଲୋକେ ‘ଫାଦର କ୍ରିସ୍‌ମାସ୍‌’ ତଥା ‘ଓଲ୍ଡ ମ୍ୟାନ୍‌ କ୍ରିସ୍‌ମାସ୍‌’ ନାମରେ ସମ୍ବୋଧନ କରୁଥିଲେ। ନିକୋଲାସ୍‌ଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥିଲା। କିନ୍ତୁ ତାଙ୍କ ମାତା ପିତାଙ୍କର ଦେହାନ୍ତ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସେଣ୍ଟ ନିକୋଲାସ୍‌ ଗରିବ ଲୋକଙ୍କୁ ଲୁଚିଲୁଚି ସାହାଯ୍ୟ କରୁଥିଲେ। କିନ୍ତୁ ଏକଥା କେହି ଜାଣିପାରୁନଥିଲେ। ଥରେ ନିକୋଲସ୍‌ ଜଣେ ଗରିବ ବାପ ଅର୍ଥ ଅଭାବରୁ ତା’ର ତିନିଜଣ ଝିଅଙ୍କୁ ବିବାହ କରାଇ ପାରୁନଥିବାର ଜାଣିବାକୁ ପାଇଲେ । ତେଣୁ ଉକ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ନିକୋଲାସ୍‌ ଲୁଚି କରି ଛାତ ଉପରୁ ସୁନାଭର୍ତ୍ତି ବ୍ୟାଗ୍‌କୁ ଚିମିନି ମଧ୍ୟରୁ ଘର ଭିତରକୁ ଫିଙ୍ଗିଥିଲେ। ଲଗାତାର ତିନିଦିନ ଏପରି କରିବା ପରେ ପରେ ଉକ୍ତ ବ୍ୟକ୍ତି ନିକୋଲସ୍‌ଙ୍କୁ ଦେଖିଦେଇଥିଲେ। ଏହି କଥା ପ୍ରଘଟ ନ କରିବାକୁ ନିକୋଲାସ୍‌ ତାଙ୍କୁ କହିଥିଲେ। ହେଲେ ସେ ଏହି ପ୍ରଘଟ କରିବା ପରେ ସେହି ସମୟରେ ଯାହାକୁ କିଛି ଗୁପ୍ତରେ ଉପହାର ମିଳୁଥିଲା ନିକୋଲାସ୍‌ ଦେଉଛନ୍ତି ବୋଲି ଲୋକଙ୍କର ଏକ ଧାରଣା ଥିଲା। ସେବେଠାରୁ ସାରା ବିଶ୍ବରେ କ୍ରିସ୍‌ମାସ୍‌ ଦିନ ସିକ୍ରେଟ୍‌ ସାଣ୍ଟା ହୋଇ ଉପହାର ଦେବା ପ୍ରଚଳନ ରହିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ସାନ୍ତାକ୍ଲଜ୍‌ର ପୋଷାକ ଲାଲ୍ ରଙ୍ଗ କାହିଁକି?

ବଡ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାନ୍ତା କ୍ଲଜ୍ ଯାହାଙ୍କୁ ପ୍ରଭୁ ଯିଶୁଙ୍କ ଶାନ୍ତି ଦୂତ କୁହାଯାଏ । ଲାଲ ପୋଷାକ , ସେଥିରେ ଧଳା ରଙ୍ଗର ଲାଇନିଙ୍ଗ, ପିଠିରେ ଉପହାର ଭରା ବ୍ୟାଗ୍, ହାତରେ କ୍ରିସମାସ୍ ବେଲ୍, ପାଦରେ ଧଳା ଯୋତା, ମୁହଁରେ ଧଳା ରଙ୍ଗର ଶ୍ମଶ୍ରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ ।ହେଲେ ମନରେ ପ୍ରଶ୍ନ ଉଠେ ସାନ୍ତା କ୍ଲଜର ପୋଷାକ ଲାଲ କାହିଁକି ? ଏହା ପଛରେ ରହିଛି କିଛି କାହାଣୀ ଓ ବିଶ୍ୱାସ । ଏପରି କୁହାଯାଏ ଯେ, ଲାଲ ରଙ୍ଗ ଖୁସି ଓ ଶ୍ରଦ୍ଧାର ପ୍ରତୀକ । ଏହା ବ୍ୟତୀତ ଲାଲ ରଙ୍ଗ ପ୍ରଭୁ ଯିଶୁଙ୍କ ରକ୍ତର ପ୍ରତୀକ । ତାଙ୍କର ଏହି ଲାଲ ରକ୍ତ ସାରା ମାନବିକତା ପ୍ରତି ପ୍ରେମ , କ୍ଷମା ଓ ଆଶିଷକୁ ଦର୍ଶାଏ । ବିଶ୍ୱାସ ରହିଛି , ପ୍ରଭୁ ଯିଶୁ ସାରା ମାନବ ଜାତିକୁ ନିଜ ସନ୍ତାନ ଭଳି ଭଲ ପାଆନ୍ତି । ଏହି କାରଣରୁ ଯିଶୁ ଲାଲ ରଙ୍ଗର ପୋଷାକ ମାଧ୍ୟମରେ ସମାଜକୁ ମାନବିକତାର ଶିକ୍ଷା ଦେଇଥାନ୍ତି ।

ଆଉ ଏକ ବିଶ୍ୱାସ ଓ ଲୋକକଥା ମୁତାବକ, ମଧ୍ୟଯୁଗରେ ୟୁରୋପର ଅନେକ ପ୍ରାନ୍ତରେ ବଡ ଦିନର ଦିନକୁ ପୂର୍ବରୁ ସନ୍ଧ୍ୟା ସମୟରେ ପାରାଡାଇଜ୍ ପ୍ଲେ ( ନାଟକ)ର ଆୟୋଜନ କରାଯାଉଥିଲା । ଏହି ଅବସରରେ ବଗିଚାରେ ଏକ ଖ୍ରୀଷ୍ଟମାସ ଟ୍ରିରେ ଲାଲ ରଙ୍ଗର ଆପଲ ସଜା ହୋଇଥାଏ ଯାହା ଯୁଗ ଆରମ୍ଭର ପ୍ରଥମ ମାନବ ଆଦମଙ୍କ ପ୍ରତୀକ ଯିଏ ବିଶ୍ୱାସ ଓ ପବିତ୍ରତାର ପ୍ରତୀକ । ଏହି ଲକ୍ଷ୍ୟରେ ଆଜି ମଧ୍ୟ ଏହି ଧାରଣାକୁ ନେଇ ଲୋକଙ୍କ ମନରେ ପବିତ୍ର ମନୋଭାବ ସୃଷ୍ଟି କରିବା ଲକ୍ଷ୍ୟରେ ସାନ୍ତା କ୍ଲଜ୍ ଲାଲ ରଙ୍ଗର ପୋଷାକ ପିନ୍ଧି ଖୁସି ବାଣ୍ଟିବାକୁ ଆସିଥାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର