ଆଜି ଅସଲ ଛାଡଖାଇ: ସକାଳୁ ସକାଳୁ ଆମିଷ ଦୋକାନରେ ପ୍ରବଳ ଭିଡ

The Sakala Picture
Published On

ଭୁବନେଶ୍ବର: ଶେଷ ହୋଇଛି ଧର୍ମମାସ କାର୍ତ୍ତିକ । ଆଉ ଆଜି ଛାଡ଼ଖାଇ । ଗତକାଲି ଛାଡ଼ଖାଇ ପଡ଼ିଥିଲେ ବି ସଂକ୍ରାନ୍ତି କାରଣରୁ ଫିକା ପଡ଼ିଥିଲା । ତେବେ ଆଜି ଅସଲ ଛାଡଖାଇ ପାଳୁଛନ୍ତି ଲୋକେ । ଛାଡଖାଇ ପାଇଁ ଆଜି ସକାଳୁ ସକାଳୁ ଆମିଷ ମାର୍କେଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଏକମାସ ପରେ ଘରକୁ ଆମିଷ ଟିକେ ନେବାକୁ ଲୋକେ ଦୋକାନ ଆଗରେ ନାହିଁ ନଥିବା ଭିଡ଼ ଜମାଇଛନ୍ତି । ସେପଟେ […]

ଭୁବନେଶ୍ବର: ଶେଷ ହୋଇଛି ଧର୍ମମାସ କାର୍ତ୍ତିକ । ଆଉ ଆଜି ଛାଡ଼ଖାଇ । ଗତକାଲି ଛାଡ଼ଖାଇ ପଡ଼ିଥିଲେ ବି ସଂକ୍ରାନ୍ତି କାରଣରୁ ଫିକା ପଡ଼ିଥିଲା । ତେବେ ଆଜି ଅସଲ ଛାଡଖାଇ ପାଳୁଛନ୍ତି ଲୋକେ । ଛାଡଖାଇ ପାଇଁ ଆଜି ସକାଳୁ ସକାଳୁ ଆମିଷ ମାର୍କେଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଏକମାସ ପରେ ଘରକୁ ଆମିଷ ଟିକେ ନେବାକୁ ଲୋକେ ଦୋକାନ ଆଗରେ ନାହିଁ ନଥିବା ଭିଡ଼ ଜମାଇଛନ୍ତି । ସେପଟେ ଗ୍ରାହକଙ୍କ ଚାହିଦା ଅନୁଯାୟୀ, ପର୍ଯ୍ୟାପ୍ତ ପରିମାଣର ଛେଳି, କୁକୁଡା, ମାଛ, କଙ୍କଡ଼ା ଇତ୍ୟାଦି ମହଜୁଦ ରହିଥିବା ବ୍ୟବସାୟୀ ମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସବୁ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ଦିନର କାର୍ତ୍ତିକ ବ୍ରତ ପାଳନ ପରେ ଲୋକମାନେ ଛାଡଖାଇ ପାଳନ କରୁଛନ୍ତି । ସେପଟେ ଛାଡ଼ଖାଇକୁ ନେଇ ବିଭିନ୍ନ ଆମିଷର ଦର ମଧ୍ୟ ବଢ଼ିଯାଇଛି । ସାଧାରଣ ଦିନଠାରୁ ଅଧିକ ମୂଲ୍ୟରେ ମାଛ ଓ ମାଂସ ବିକ୍ରି ହେଉଛି । ତଥାପି ଲୋକେ ଆମିଷ କିଣିବାକୁ ଭିଡ଼ ଜମାଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

17 Nov 2024 By The Sakala

ଆଜି ଅସଲ ଛାଡଖାଇ: ସକାଳୁ ସକାଳୁ ଆମିଷ ଦୋକାନରେ ପ୍ରବଳ ଭିଡ

ଭୁବନେଶ୍ବର: ଶେଷ ହୋଇଛି ଧର୍ମମାସ କାର୍ତ୍ତିକ । ଆଉ ଆଜି ଛାଡ଼ଖାଇ । ଗତକାଲି ଛାଡ଼ଖାଇ ପଡ଼ିଥିଲେ ବି ସଂକ୍ରାନ୍ତି କାରଣରୁ ଫିକା ପଡ଼ିଥିଲା । ତେବେ ଆଜି ଅସଲ ଛାଡଖାଇ ପାଳୁଛନ୍ତି ଲୋକେ । ଛାଡଖାଇ ପାଇଁ ଆଜି ସକାଳୁ ସକାଳୁ ଆମିଷ ମାର୍କେଟରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଏକମାସ ପରେ ଘରକୁ ଆମିଷ ଟିକେ ନେବାକୁ ଲୋକେ ଦୋକାନ ଆଗରେ ନାହିଁ ନଥିବା ଭିଡ଼ ଜମାଇଛନ୍ତି । ସେପଟେ ଗ୍ରାହକଙ୍କ ଚାହିଦା ଅନୁଯାୟୀ, ପର୍ଯ୍ୟାପ୍ତ ପରିମାଣର ଛେଳି, କୁକୁଡା, ମାଛ, କଙ୍କଡ଼ା ଇତ୍ୟାଦି ମହଜୁଦ ରହିଥିବା ବ୍ୟବସାୟୀ ମାନେ କହିଛନ୍ତି ।

ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସବୁ ସ୍ଥାନରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ଦିନର କାର୍ତ୍ତିକ ବ୍ରତ ପାଳନ ପରେ ଲୋକମାନେ ଛାଡଖାଇ ପାଳନ କରୁଛନ୍ତି । ସେପଟେ ଛାଡ଼ଖାଇକୁ ନେଇ ବିଭିନ୍ନ ଆମିଷର ଦର ମଧ୍ୟ ବଢ଼ିଯାଇଛି । ସାଧାରଣ ଦିନଠାରୁ ଅଧିକ ମୂଲ୍ୟରେ ମାଛ ଓ ମାଂସ ବିକ୍ରି ହେଉଛି । ତଥାପି ଲୋକେ ଆମିଷ କିଣିବାକୁ ଭିଡ଼ ଜମାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର