ଇକୋନୋମି ଶ୍ରେଣୀରେ ଯାତ୍ରା କରିବେ ଅଧିକାରୀ, ବଢ଼ିଲା ଘରଭଡ଼ା ଭତ୍ତା

The Sakala Picture
Published On

ଭୁବନେଶ୍ୱର: ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର କର୍ମଚାରୀ ଓ ଅଧିକାରୀଙ୍କ ଯାତ୍ରା ଖର୍ଚ୍ଚ ଏବଂ ଘର ଭଡ଼ା ସଂଶୋଧନ କରିଛନ୍ତି। ରାଜ୍ୟର ୫ ମହାନଗର ନିଗମ ଅଞ୍ଚଳରେ ଥିବା କର୍ମଚାରୀଙ୍କ ଘର ଖର୍ଚ୍ଚ ଭଡ଼ା ବୃଦ୍ଧି କରାଯାଇଛି। ଅପରପକ୍ଷେ ହୋଟେଲ ରହଣି ଏବଂ ଅନ୍ୟ ଖର୍ଚ୍ଚ ମଧ୍ୟ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଲେବୁଲ୍‌‌ ୧୪ରୁ ଊର୍ଦ୍ଧ୍ବ ବର୍ଗର ପ୍ରଶାସନିକ ଅଧିକାରୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ବିମାନରେ ଇକୋନୋମି ଶ୍ରେଣୀରେ ଯାତ୍ରା କରିପାରିବେ। […]

ଭୁବନେଶ୍ୱର: ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର କର୍ମଚାରୀ ଓ ଅଧିକାରୀଙ୍କ ଯାତ୍ରା ଖର୍ଚ୍ଚ ଏବଂ ଘର ଭଡ଼ା ସଂଶୋଧନ କରିଛନ୍ତି। ରାଜ୍ୟର ୫ ମହାନଗର ନିଗମ ଅଞ୍ଚଳରେ ଥିବା କର୍ମଚାରୀଙ୍କ ଘର ଖର୍ଚ୍ଚ ଭଡ଼ା ବୃଦ୍ଧି କରାଯାଇଛି। ଅପରପକ୍ଷେ ହୋଟେଲ ରହଣି ଏବଂ ଅନ୍ୟ ଖର୍ଚ୍ଚ ମଧ୍ୟ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଲେବୁଲ୍‌‌ ୧୪ରୁ ଊର୍ଦ୍ଧ୍ବ ବର୍ଗର ପ୍ରଶାସନିକ ଅଧିକାରୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ବିମାନରେ ଇକୋନୋମି ଶ୍ରେଣୀରେ ଯାତ୍ରା କରିପାରିବେ। ସେମାନେ ରାଜ୍ୟ ଭିତରେ ଟ୍ରେନ୍‌‌ରେ ଯାତ୍ରା କରୁଥିଲେ ଏସି-୧ର ସୁବିଧା ମିଳିବ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଏହି ବର୍ଗର ଅଧିକାରୀ ରାଜ୍ୟ ଭିତରେ ଡିଏ ବାବଦକୁ ୬୦୦ ଟଙ୍କା ଓ ରାଜ୍ୟ ବାହାରକୁ ଗଲେ ୧୦୦୦ ଟଙ୍କା ପାଇବେ। ଲେବୁଲ ୧୧ ଓ ୧୩ ପାହ୍ୟାର ଅଧିକାରୀ ବିମାନରେ ଇକୋନୋମି ଶ୍ରେଣୀ ଏବଂ ଟ୍ରେନ୍‌‌ରେ ଏସି-୨ ଟିୟର୍‌‌ ଟିକଟରେ ଯାତ୍ରା କରିବେ। ଲେବୁଲ ୯ରୁ ୧୧ରେ ଅନ୍ତର୍ଭୁକ୍ତ କର୍ମଚାରୀ କେବଳ ଟ୍ରେନ୍‌‌ରେ ଏସି ୨ ଟିୟର୍‌‌ରେ ଯାତ୍ରା କରିବେ। ଲେବୁଲ୍‌‌ ୧ ଓ ୨ ପାହ୍ୟାର କର୍ମଚାରୀ ଟ୍ରେନ୍‌‌ରେ ଶୟନ ଶ୍ରେଣୀରେ ଯାତ୍ରା କରିବେ। ଲେବୁଲ ୯ରୁ ୧୩ ମଧ୍ୟରେ କାର୍ଯ୍ୟରତ ଅଧିକାରୀ ରାଜ୍ୟ ଭିତରେ ଗସ୍ତ ଭତ୍ତା ବାବଦରେ ୪୫୦ ଟଙ୍କା ଏବଂ ରାଜ୍ୟ ବାହାରେ ୯୦୦ ଟଙ୍କା ପାଇବେ। ସେହିପରି ଲେବୁଲ୍‌‌ ୮ କିମ୍ବା ତା’ଠାରୁ କମ୍‌ ପାହ୍ୟାର କର୍ମଚାରୀ ରାଜ୍ୟ ଭିତରେ ଯାତ୍ରା କଲେ ୩୦୦ ଟଙ୍କା ଏବଂ ରାଜ୍ୟ ବାହାରକୁ ଗଲେ ୫୦୦ ଟଙ୍କା ପାଇବେ।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୫ ମହାନଗର ନିଗମ ଅଞ୍ଚଳରେ ରହୁଥିବା କର୍ମଚାରୀମାନଙ୍କ ମୂଳ ଦରମାର ୧୬% ଘରଭଡ଼ା ଭତ୍ତା ବୃଦ୍ଧି କରାଯାଇଛି। ପୁରୀ, ରାୟଗଡ଼ା, ବାରିପଦା, ଝାରସୁଗୁଡ଼ା, ଭଦ୍ରକ, ଭବାନୀପାଟଣା, ବାଲେଶ୍ୱର, ବରଗଡ଼, ଜୟପୁର, ଜଟଣୀ, କେନ୍ଦୁଝର, ଢ଼େଙ୍କାନାଳ, ରାଜଗାଙ୍ଗପୁର, ପାରାଦ୍ୱୀପ ଓ ସୁନାବେଡ଼ା ପୌରପାଳିକା ତଥା ମୁଖ୍ୟାଳୟ କର୍ମଚାରୀଙ୍କ ଘର ଭଡ଼ା ମୂଳ ଦରମାର ୧୨% ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂ, ରାଜନୈତିକ ମହଲରେ ଶୋକର ଛାୟା

ଅପରପକ୍ଷେ ଅନୁଗୁଳ, ତାଳଚେର, ଟିଟିଲାଗଡ଼, ଜଳେଶ୍ୱର, ସୋର, ବାସୁଦେବପୁର, ଚୌଦ୍ୱାର, ଦେବଗଡ଼, ପାରଳାଖେମୁଣ୍ଡି, ହିଞ୍ଜିଳିକାଟୁ, ଜଗତସିଂହପୁର, ଯାଜପୁର, ବ୍ୟାସନଗର, ବେଲପାହାଡ଼, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆନନ୍ଦପୁର, ଯୋଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ରାଇରଙ୍ଗପୁର, ନୟାଗଡ଼, ନବରଙ୍ଗପୁର, ଉମରକୋଟ, ଫୁଲବାଣୀ, ଗୁଣୁପୁର, ସୋନପୁର, ବୀରମିତ୍ରପୁର, ସୁନ୍ଦରଗଡ଼, ନୂଆପଡ଼ା, ଛତ୍ରପୁର ଓ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ଏବଂ ପୌରପାଳିକାରେ ରହୁଥିବା କର୍ମଚାରୀଙ୍କର ଘର ଭଡ଼ା ୮% ବୃଦ୍ଧି କରାଯାଇଛି।

18 Mar 2024 By The Sakala

ଇକୋନୋମି ଶ୍ରେଣୀରେ ଯାତ୍ରା କରିବେ ଅଧିକାରୀ, ବଢ଼ିଲା ଘରଭଡ଼ା ଭତ୍ତା

ଭୁବନେଶ୍ୱର: ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର କର୍ମଚାରୀ ଓ ଅଧିକାରୀଙ୍କ ଯାତ୍ରା ଖର୍ଚ୍ଚ ଏବଂ ଘର ଭଡ଼ା ସଂଶୋଧନ କରିଛନ୍ତି। ରାଜ୍ୟର ୫ ମହାନଗର ନିଗମ ଅଞ୍ଚଳରେ ଥିବା କର୍ମଚାରୀଙ୍କ ଘର ଖର୍ଚ୍ଚ ଭଡ଼ା ବୃଦ୍ଧି କରାଯାଇଛି। ଅପରପକ୍ଷେ ହୋଟେଲ ରହଣି ଏବଂ ଅନ୍ୟ ଖର୍ଚ୍ଚ ମଧ୍ୟ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଲେବୁଲ୍‌‌ ୧୪ରୁ ଊର୍ଦ୍ଧ୍ବ ବର୍ଗର ପ୍ରଶାସନିକ ଅଧିକାରୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ବିମାନରେ ଇକୋନୋମି ଶ୍ରେଣୀରେ ଯାତ୍ରା କରିପାରିବେ। ସେମାନେ ରାଜ୍ୟ ଭିତରେ ଟ୍ରେନ୍‌‌ରେ ଯାତ୍ରା କରୁଥିଲେ ଏସି-୧ର ସୁବିଧା ମିଳିବ।

ଏହି ବର୍ଗର ଅଧିକାରୀ ରାଜ୍ୟ ଭିତରେ ଡିଏ ବାବଦକୁ ୬୦୦ ଟଙ୍କା ଓ ରାଜ୍ୟ ବାହାରକୁ ଗଲେ ୧୦୦୦ ଟଙ୍କା ପାଇବେ। ଲେବୁଲ ୧୧ ଓ ୧୩ ପାହ୍ୟାର ଅଧିକାରୀ ବିମାନରେ ଇକୋନୋମି ଶ୍ରେଣୀ ଏବଂ ଟ୍ରେନ୍‌‌ରେ ଏସି-୨ ଟିୟର୍‌‌ ଟିକଟରେ ଯାତ୍ରା କରିବେ। ଲେବୁଲ ୯ରୁ ୧୧ରେ ଅନ୍ତର୍ଭୁକ୍ତ କର୍ମଚାରୀ କେବଳ ଟ୍ରେନ୍‌‌ରେ ଏସି ୨ ଟିୟର୍‌‌ରେ ଯାତ୍ରା କରିବେ। ଲେବୁଲ୍‌‌ ୧ ଓ ୨ ପାହ୍ୟାର କର୍ମଚାରୀ ଟ୍ରେନ୍‌‌ରେ ଶୟନ ଶ୍ରେଣୀରେ ଯାତ୍ରା କରିବେ। ଲେବୁଲ ୯ରୁ ୧୩ ମଧ୍ୟରେ କାର୍ଯ୍ୟରତ ଅଧିକାରୀ ରାଜ୍ୟ ଭିତରେ ଗସ୍ତ ଭତ୍ତା ବାବଦରେ ୪୫୦ ଟଙ୍କା ଏବଂ ରାଜ୍ୟ ବାହାରେ ୯୦୦ ଟଙ୍କା ପାଇବେ। ସେହିପରି ଲେବୁଲ୍‌‌ ୮ କିମ୍ବା ତା’ଠାରୁ କମ୍‌ ପାହ୍ୟାର କର୍ମଚାରୀ ରାଜ୍ୟ ଭିତରେ ଯାତ୍ରା କଲେ ୩୦୦ ଟଙ୍କା ଏବଂ ରାଜ୍ୟ ବାହାରକୁ ଗଲେ ୫୦୦ ଟଙ୍କା ପାଇବେ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୫ ମହାନଗର ନିଗମ ଅଞ୍ଚଳରେ ରହୁଥିବା କର୍ମଚାରୀମାନଙ୍କ ମୂଳ ଦରମାର ୧୬% ଘରଭଡ଼ା ଭତ୍ତା ବୃଦ୍ଧି କରାଯାଇଛି। ପୁରୀ, ରାୟଗଡ଼ା, ବାରିପଦା, ଝାରସୁଗୁଡ଼ା, ଭଦ୍ରକ, ଭବାନୀପାଟଣା, ବାଲେଶ୍ୱର, ବରଗଡ଼, ଜୟପୁର, ଜଟଣୀ, କେନ୍ଦୁଝର, ଢ଼େଙ୍କାନାଳ, ରାଜଗାଙ୍ଗପୁର, ପାରାଦ୍ୱୀପ ଓ ସୁନାବେଡ଼ା ପୌରପାଳିକା ତଥା ମୁଖ୍ୟାଳୟ କର୍ମଚାରୀଙ୍କ ଘର ଭଡ଼ା ମୂଳ ଦରମାର ୧୨% ବୃଦ୍ଧି କରାଯାଇଛି।

ଅପରପକ୍ଷେ ଅନୁଗୁଳ, ତାଳଚେର, ଟିଟିଲାଗଡ଼, ଜଳେଶ୍ୱର, ସୋର, ବାସୁଦେବପୁର, ଚୌଦ୍ୱାର, ଦେବଗଡ଼, ପାରଳାଖେମୁଣ୍ଡି, ହିଞ୍ଜିଳିକାଟୁ, ଜଗତସିଂହପୁର, ଯାଜପୁର, ବ୍ୟାସନଗର, ବେଲପାହାଡ଼, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆନନ୍ଦପୁର, ଯୋଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ରାଇରଙ୍ଗପୁର, ନୟାଗଡ଼, ନବରଙ୍ଗପୁର, ଉମରକୋଟ, ଫୁଲବାଣୀ, ଗୁଣୁପୁର, ସୋନପୁର, ବୀରମିତ୍ରପୁର, ସୁନ୍ଦରଗଡ଼, ନୂଆପଡ଼ା, ଛତ୍ରପୁର ଓ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ଏବଂ ପୌରପାଳିକାରେ ରହୁଥିବା କର୍ମଚାରୀଙ୍କର ଘର ଭଡ଼ା ୮% ବୃଦ୍ଧି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର