ନିଯୁକ୍ତି ହରାଇଲେ ଏକ କୋଟିରୁ ଊର୍ଦ୍ଧ୍ବ ଭାରତୀୟ

The Sakala Picture
Published On

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ଯୋଗୁଁ ଦେଶର ଏକ କୋଟିରୁ ଅଧିକ ଲୋକ ନିଯୁକ୍ତି ହରାଇଛନ୍ତି। ୯୭ ପ୍ରତିଶତରୁ ଅଧିକ ପରିବାରର ଆୟ ହ୍ରାସ ପାଇଛି। ଘରୋଇ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି(ସିଏମଆଇଇ)ର ସିଇଓ ମହେଶ ବ୍ୟାସ ଏହା କହିଛନ୍ତି। ସେ କହିଛନ୍ତି ଯେ ମେ ଶେଷ ସୁଦ୍ଧା ଦେଶର ବେକାରୀ ହାର ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏପ୍ରିଲରେ ଏହା ୮ ପ୍ରତିଶତ ଥିଲା। ଗତ ବର୍ଷ ସାରା […]

ନୂଆଦିଲ୍ଲୀ : କରୋନାର ଦ୍ବିତୀୟ ଲହର ଯୋଗୁଁ ଦେଶର ଏକ କୋଟିରୁ ଅଧିକ ଲୋକ ନିଯୁକ୍ତି ହରାଇଛନ୍ତି। ୯୭ ପ୍ରତିଶତରୁ ଅଧିକ ପରିବାରର ଆୟ ହ୍ରାସ ପାଇଛି। ଘରୋଇ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି(ସିଏମଆଇଇ)ର ସିଇଓ ମହେଶ ବ୍ୟାସ ଏହା କହିଛନ୍ତି। ସେ କହିଛନ୍ତି ଯେ ମେ ଶେଷ ସୁଦ୍ଧା ଦେଶର ବେକାରୀ ହାର ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏପ୍ରିଲରେ ଏହା ୮ ପ୍ରତିଶତ ଥିଲା। ଗତ ବର୍ଷ ସାରା ଦେଶରେ ହୋଇଥିବା ଲକଡାଉନ ଯୋଗୁଁ ମେ ମାସରେ ବେକାରୀ ହାର ରେକର୍ଡ ୨୩.୫ ପ୍ରତିଶତରେ ପହଞ୍ଚି ଯାଇଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ସଂକ୍ରମଣର ଦ୍ବିତୀୟ ଲହର ଶୀର୍ଷ ଛୁଇଁସାରିଛି। ଏବେ ରାଜ୍ୟଗୁଡିକ ଲଗାଇଥିବା କଟକଣାକୁ ଧିରେ ଧିରେ କୋହଳ କରିବେ। ଏହା ଦ୍ବାରା ଅର୍ଥନୀତିକୁ ସହାୟକ ହେବ। ଯେଉଁ ଲୋକମାନେ ଚାକିରି ହରାଇଛନ୍ତି ସେମାନଙ୍କୁ ପୁଣି ଏହା ମିଳିବାବେଳକୁ ସମସ୍ୟା ହେବ। ଅଣସଂଗଠିତ କ୍ଷେତ୍ରରେ ଚାକିରି ଶୀଘ୍ର ମିଳିବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

କିନ୍ତୁ ଭଲ ଚାକିରି ଏବଂ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଲାଗି ବର୍ଷେ ଲାଗିଯାଇପାରେ। ଆର୍ଥିକ କାର୍ଯ୍ୟକଳାପ ଧିରେ ଧିରେ ଆରମ୍ଭ ହେଉଛି। ଏହା ଦ୍ବାରା ବେକାରୀ ସମସ୍ୟା ସାମାନ୍ୟ ଦୂର ହୋଇପାରେ। କିନ୍ତୁ ସମସ୍ୟା ସମ୍ପୂର୍ଣ୍ଣ ଶେଷ ହେବନାହିଁ। ଏହି ସମୟରେ ବଜାରରେ ଶ୍ରମ ଅନୁପାତ ହ୍ରାସ ପାଇ ୪୦ ପ୍ରତିଶତରେ ପହଞ୍ଚି ଯାଇଛି। ମହାମାରୀ ପୂର୍ବରୁ ଏହା ୪୨.୫ ପ୍ରତିଶତ ଥିଲା। ବ୍ୟାସ କହିଛନ୍ତି ଯେ ୩-୪ ପ୍ରତିଶତ ବେକାରୀ ହାର ଆମ ଅର୍ଥନୀତି ପାଇଁ ସ୍ବାଭାବିକ। ଆଗକୁ ଏହା ହ୍ରାସ ପାଇବ। ସିଏମଆଇଏ ଏପ୍ରିଲ ମାସରେ ସାରା ଦେଶର ୧.୭୫ ଲକ୍ଷ ପରିବାର ଉପରେ ସର୍ଭେ କରିଥିଲା। ଏଥିରୁ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ଆୟର ଭୟଙ୍କର ତଥ୍ୟ ସାମ୍ନାକୁ ଆସିଥିଲା। ସର୍ଭେ ଅନୁଯାୟୀ କେବଳ ୩ ପ୍ରତିଶତ ପରିବାର ନିଜ ଆୟ ବଢିଥିବା କହିଥିଲେ। ତେବେ ୫୫ ପ୍ରତିଶତ ଆୟ ହ୍ରାସ ପାଇଥିବା କହିଥିଲେ। ଅନ୍ୟ ୪୨ ପ୍ରତିଶତ ଆୟରେ କୌଣସି ପରିବର୍ତ୍ତନ ହୋଇନଥିବା ଦର୍ଶାଇଥିଲେ। ମୁଦ୍ରାସ୍ପୀତି ଦୃଷ୍ଟିରୁ ଦେଖିଲେ ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି।

ଆହୁରି ପଢ଼ନ୍ତୁ: FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା: ଆତଙ୍କବାଦୀ ମାସୁଦ୍ ଆଝାର ଉପରେ ୭୦ ଲକ୍ଷର ପୁରସ୍କାର ଘୋଷଣା

ସିଏମଆଇଇର ସଦ୍ୟ ତଥ୍ୟ ଅନୁଯାୟୀ ଗତ ୩୦ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସହରାଞ୍ଚଳର ବେକାରୀ ହାର ୧୮ ପ୍ରତିଶତରେ ପହଞ୍ଚିଛି। ଏହି ହାର ୧୭.୮୮ ପ୍ରତିଶତ ଥିଲା। ତେବେ ଏହି ସମୟରେ ଜାତୀୟସ୍ତରରେ ବେକାରୀ ହାର ୧୨.୧୫ ପ୍ରତିଶତ ରହିଥିଲା। ଗତ ୧୫ ଦିନରେ ସହରାଞ୍ଚଳ ବେକାରୀ ହାର ୩ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ମେ ୨ ତାରିଖରେ ଶେଷ ହୋଇଥିବା ସପ୍ତାହରେ ସହରାଞ୍ଚଳ ବେକାରୀ ହାର ୧୦.୮ ପ୍ରତିଶତ ଥିଲା। ଅପରପକ୍ଷେ ୩୦ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଗ୍ରାମାଞ୍ଚଳର ବେକାରୀ ହାର ୯.୫୮ ପ୍ରତିଶତ ଥିଲା। ୧୫ ଦିନ ପୂର୍ବେ ଏହା ୪ ପ୍ରତିଶତ ହ୍ରାସ ପାଇଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ବେଳକୁ ପୁଣି ଏକ ଲଘୁଚାପ ଆଶଙ୍କା, ୧୮ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର