ୱାକଫ୍ ବିଲ୍‌କୁ ମିଳିଲା ଲୋକସଭାର ମଞ୍ଜୁରୀ; ସପକ୍ଷରେ ୨୮୮, ବିପକ୍ଷରେ ୨୩୨

The Sakala Picture
Published On

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୱାକଫ୍ ବିଲକୁ ଲୋକସଭା ଅନୁମୋଦନ ପ୍ରଦାନ କରିଛି। ବିଲ୍ ଉପରେ ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ଆଜି ମଧ୍ୟରାତିରେ ଏହା ଉପରେ ମତଦାନ କରାଯାଇଥିଲା। ବିଲ ସପକ୍ଷରେ ୨୮୮ ଜଣ ମତଦାନ କରିଥିବା ବେଳେ ଏହାକୁ ୨୩୨ ଜଣ ବିରୋଧ କରିଥିଲେ। ଆସନ୍ତାକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ବିଲ୍ ସପକ୍ଷରେ ସରକାର ଦୃଢ଼ ଯୁକ୍ତି ବାଢ଼ିଥିବା ବେଳେ ବିରୋଧୀ ଦଳ ଏହାକୁ ଅସାମ୍ବିଧାନିକ ବୋଲି ବର୍ଣ୍ଣନା […]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୱାକଫ୍ ବିଲକୁ ଲୋକସଭା ଅନୁମୋଦନ ପ୍ରଦାନ କରିଛି। ବିଲ୍ ଉପରେ ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ଆଜି ମଧ୍ୟରାତିରେ ଏହା ଉପରେ ମତଦାନ କରାଯାଇଥିଲା। ବିଲ ସପକ୍ଷରେ ୨୮୮ ଜଣ ମତଦାନ କରିଥିବା ବେଳେ ଏହାକୁ ୨୩୨ ଜଣ ବିରୋଧ କରିଥିଲେ। ଆସନ୍ତାକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

ବିଲ୍ ସପକ୍ଷରେ ସରକାର ଦୃଢ଼ ଯୁକ୍ତି ବାଢ଼ିଥିବା ବେଳେ ବିରୋଧୀ ଦଳ ଏହାକୁ ଅସାମ୍ବିଧାନିକ ବୋଲି ବର୍ଣ୍ଣନା କରିଛନ୍ତି। ସଂଖ୍ୟାଲଘୁ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ମୁସଲମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରିବା ଏହି ବିଲର ଉଦ୍ଦେଶ୍ୟ ନୁହେଁ। ଏହି ବିଲ ଅସାମ୍ବିଧାନିକ ନୁହେଁ। ୱାକଫ୍ ସଂପତ୍ତିର ପରିଚାଳନାରେ ସ୍ବଚ୍ଛତା ଆଣିବା ହେଉଛି ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ବାରା ଲକ୍ଷଲକ୍ଷ ଗରିବ ମୁସଲିମ ଲାଭବାନ ହେବେ। ଆଲୋଚନାରେ ଅଂଶ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ମୁସଲିମ ସମୁଦାୟକୁ ଆତଙ୍କିତ କରିବା ଲାଗି ବିରୋଧୀ ଦଳ ଏହି ବିଲକୁ ନେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେ ସ୍ପଷ୍ଟ କରିଦେଇଥିଲେ ଯେ ୱାକଫ୍ ବୋର୍ଡ ବା ପରିଷଦରେ ଅଣମୁସଲିମଙ୍କୁ ରଖାଯିବାର ଉଦ୍ଦେଶ୍ୟ ହେଉଛି ସୁପରିଚାଳନା। ସେମାନେ ମୁସଲମାନଙ୍କର କୌଣସି ଧାର୍ମିକ କାମରେ ହସ୍ତକ୍ଷେପ କରିବେ ନାହିଁ କି କରିବାର ପ୍ରଶ୍ନ ଉଠୁନାହିଁ। ସେ ଆହୁରି କହିଲେ ଯେ ବିଲରେ ଆଇନରେ ପରିଣତ ହେଲେ ଏହାକୁ ପୁରୁଣା ତାରିଖରୁ କାର୍ଯ୍ୟକାରୀ କରାଯିବ ନାହିଁ। ଆଇନ ଲାଗୁ ହେବା ଦିନଠାରୁ ହିଁ ଏହା ଲାଗୁ ହେବ। ମୁସଲମାନ ଲୋକେ ଯେଉଁ ଉଦ୍ଦେଶ୍ୟରେ ସଂପତ୍ତି ଦାନ (ୱକଫ୍) କରୁଛନ୍ତି, ୌସହି ଉଦ୍ଦେଶ୍ୟରେ ଏହି ସଂପତ୍ତିର ବ୍ୟବହାରକୁ ସୁନିଶ୍ଚିତ କରାଯିବ। ଗରିବଙ୍କ କଲ୍ୟାଣ ଅପେକ୍ଷା କିଛି ଗୋଷ୍ଠୀ ଦ୍ବାରା ଏହି ସଂପତ୍ତିର ଲୁଟ୍ ଚାଲିଛି ଏବଂ ଏଥିେରେ ରୋକ୍ ଲାଗିବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍: ୨୭ ଅଗଷ୍ଟ ନୁହେଁ, ୨୮ରେ ମିଳିବ ପଞ୍ଚମ କିସ୍ତି

ବିଲକୁ ବିରୋଧ କରି କଂଗ୍ରେସ ନେତା ଗୌରବ ଗୋଗଇ, ସମାଜବାଦୀ ନେତା ଅଖିଳେଶ ଯାଦବ ଏବଂ ଟିଏମସି ନେତା କଲ୍ୟାଣ ବାନାର୍ଜୀ ଏହାକୁ ସମ୍ବିଧାନ ଉପରେ ଆକ୍ରମଣ ବୋଲି କହିଥିଲେ। ଏଭଳି ବିଲ ଜରିଆରେ ବିଜେପି ସାଂପ୍ରଦାୟିକ ବିଦ୍ବେଶ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ। ଏହି ବିଲକୁ ନେଇ ସରକାରଙ୍କ ଉପରେ ପ୍ରହାର କରି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଲେ ଯେ ଏହା ମୁସଲମାନ ସଂପ୍ରଦାୟର ବ୍ୟକ୍ତିଗତ ଆଇନରେ ହସ୍ତକ୍ଷେପ କରିବା ସହିତ ସେମାନଙ୍କର ସଂପତ୍ତି ଅଧିକାରକୁ ଛଡ଼ାଇନେବ। ମୁସଲିମଙ୍କୁ ଟାର୍ଗେଟ କରି ବିଜେପି, ଆରଏସଏସ୍ ଏବଂ ସେମାନଙ୍କର ସହଯୋଗୀ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ଧାର୍ମିକ ସ୍ବାଧୀନତା ଅଧିକାରର ଏହା ଖୋଲାଖୋଲି ଉଲ୍ଲଂଘନ କରୁଥିବାରୁ କଂଗ୍ରେସ ଏହାର ବିରୋଧ କରୁଛି ବୋଲି ସେ କହିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ଏଆଇଏମଏମ୍ ନେତା ଅସଦୁଦ୍ଦିନ ଅୱେସୀ କହିଲେ ଯେ ମୁସଲମାନଙ୍କ ସ୍ବାଧୀନତା ବିରୋଧରେ ଏହା ହେଉଛି ମୋଦୀ ସରକାରଙ୍କ ଯୁଦ୍ଧ। ସରକାର ମଦ୍ରାସା, ମସଜିଦ ଓ ଦରଘାକୁ ଟାର୍ଗେଟ କରିଛନ୍ତି। ମୁସଲମାନଙ୍କ ୱାକଫ ସଂପତ୍ତି ହଡ଼ପ ଲାଗି ସରକାରଙ୍କର ଗୁପ୍ତ ଏଜେଣ୍ଡା ରହିଛି। ବିଲ୍ ଅସାମ୍ବିଧାନିକ ଏବଂ ଏହାକୁ ବିରୋଧ କରି ସେ ୱାକଫ୍ ବିଲ୍‌ର କପିକୁ ଚିରିଦେଇଥିଲେ।

ଆହୁରି ପଢ଼ନ୍ତୁ: ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ! ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ

ଆସନ୍ତାକାଲି ଏହି ବିଲକୁ ରାଜ୍ୟସଭାରେ ଆଗତ କରାଯିବ। ବିଲ୍ ଅନୁମୋଦନ ପାଇଁ ରାଜ୍ୟସଭାରେ ୧୧୮ ସଭ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ ସରକାରୀ ମେଣ୍ଟ ପାଖରେ ୧୨୫ ସଭ୍ୟ ରହିଛନ୍ତି। ତେବେ ଏହି ବିଲକୁ ବିଜୁ ଜନତା ଦଳ ବିରୋଧ କରିବ ବୋଲି ଘୋଷଣା କରିଛି। ବିେଜଡି ନେତା ସସ୍ମିତ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ଆଲୋଚନା ଏବଂ ମତଦାନରେ ତାଙ୍କ ଦଳ ଭାଗ ନେବ।

ସୂଚନାଯୋଗ୍ୟ ॥ବିଲ୍ ପ୍ରଥ॥େମ ଗତବର୍ଷ ଅଗଷ୍ଟରେ ଲୋକସଭାରେ ଆଗତ କରାଯାଇଥିଲା। ତେବେ ବିରୋଧୀଙ୍କ ବିରୋଧ ଏବଂ ସହଯୋଗୀଙ୍କ ପରାମର୍ଶ କ୍ରମେ ଏହାକୁ ଜେପିସିକୁ ପଠାଯାଇଥିଲା। ଜେପିସିରେ ବିରୋଧୀଙ୍କ ସମସ୍ତ ୪୪ ସଂଶୋଧନ ପ୍ରସ୍ତାବକୁ ଖାରଜ କରାଯାଇଥିବା ବେଳେ ବିଜେପି ଓ ସହଯୋଗୀଙ୍କର ୧୪ଟି ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ଜେପିସି ରିପୋର୍ଟ କ୍ୟାବିନେଟରେ ଅନୁମୋଦିତ ହେବାପରେ ଏହାକୁ ଆଜି ଲୋକସଭାରେ ଉପସ୍ଥାପିତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ବିଭିନ୍ନ ଧାର୍ମିକ କାମ ପାଇଁ ମୁସଲମାନ ମାନେ ଦାନ କରୁଥିବା ଜମି/ସଂପତ୍ତିକୁ ୱାକଫ ବୋଲି କୁହାଯାଏ। ଏଥିରୁ ମିଳୁଥିବା ଅର୍ଥକୁ ମସଜିଦ, ମ୍ରଦାସା, କବରସ୍ତାନ ଓ ଅନାଥାଶ୍ରମର ଉନ୍ନତି କାମରେ ଲଗାଯାଇଥାଏ। ଏବେ ଦେଶରେ ୯.୪ ଲକ୍ଷ ଏକର ୱାକଫ ଜମି ରହିଛି ଯାହାର ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ହେବ। ଏହି ଜମିର ପରିଚାଳନା ଦାୟିତ୍ବ ୱାକଫ ବୋର୍ଡକୁ ଦିଆଯାଇଛି। ତେବେ କେନ୍ଦ୍ର ସରକାର ସଂପତ୍ତି ପରିଚାଳନା ପାଇଁ ଗଠିତ ୱାକଫ୍ ବୋର୍ଡରେ ହସ୍ତକ୍ଷେପ କରି ନିଜ ହାତକୁ ନେବାକୁ ଚାହୁଁଛନ୍ତି। ଏଥିପାଇଁ ଆଇନରେ କେତେକ ସଂଶୋଧନକୁ ଅନେକ ମୁସଲିମ ସଂଗଠନ ବିରୋଧ କରିଛନ୍ତିି। ପ୍ରଥମଟି ହେଲେ ୱାକଫ ବୋର୍ଡରେ ଅଣମୁସଲିମ ସଭ୍ୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଦ୍ବିତୀୟଟି ହେଲା ସରକାର ଓ ୱାକଫ ମଧ୍ୟ॥ରେ ବିବାଦ ଦେଖାଦେଲେ ସରକାରୀ ଅଧିକାରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଏହାକୁ ମୁସଲିମ ସଂଗଠନ ବିରୋଧ କରି କହିଛନ୍ତି ଯେ ସରକାର ଓ ୱାକଫ ବୋର୍ଡ ମଧ୍ୟରେ ବିବାଦ ହେଲେ ସରକାରୀ ଅଧିକାରୀ କେବେହେଲେ ସରକାର ବିରୋଧରେ ନିଷ୍ପତ୍ତି ନେବେନାହିଁ। ଅଧିକାରୀଙ୍କ୍ ଜରିଆରେ ସରକାର ୱାକଫ ସଂପତ୍ତି ହଡ଼ପ କରିନେବେ। ଏହାକରି ସରକାର ସେମାନଙ୍କର ଅଧିକାର ଛଡ଼ାଇନେବେ ବୋଲି ସେମାନେ ଅଭିଯୋଗ କରିଛନ୍ତି।

03 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର