ସ୍ବାଗତମ୍ ୨୦୨୩: ଜ୍ୟୋତିଷିକ ଗଣନା ଅନୁଯାଇ ଜାଣନ୍ତୁ ବର୍ଷ ୨୦୨୩ରେ ବିଶ୍ବ , ଦେଶ ଏବଂ ଓଡ଼ିଶାରେ କ’ଣ ଘଟିବାକୁ ଯାଉଛି….

The Sakala Picture
Published On

ବିଶ୍ବ ନିୟନ୍ତାଙ୍କ ସୃଷ୍ଟି ବେଶ୍‌ ରହସ୍ୟମୟ । ଏହି ରହସ୍ୟମୟ ସୃଷ୍ଟିର ସମସ୍ତ  ଜୀବଜଗତ ନିୟତିର ବିଧି ନିର୍ଦ୍ଦିଷ୍ଟ ନିତିନିୟମରେ  ପରିଚାଳିତ। ସମସ୍ତ ଗ୍ରହ ନକ୍ଷତ୍ର ନିୟତିର ଅଧୀନ  ଓ ମଣିଷର ଭାଗ୍ୟ ଦୈବର ଅଧୀନ। ଭାଗ୍ୟ ଫଳତି ସର୍ବତ୍ରଂ ନ ଚ ବିଦ୍ୟା ନ ଚ ପୌରୁଷମ୍‌। ସୌରଜଗତର ଗ୍ରହ ନକ୍ଷତ୍ରଙ୍କୁ କେନ୍ଦ୍ରୀଭୂତ କରି ଜ୍ୟୋତିଷିକ ଗଣନାକୁ ସୀମିତ କରି ସାରା ବିଶ୍ବରେ ଆଗାମୀ  ୨୦୨୩ ମସିହାରେ କ’ଣ ଘଟିବାକୁ ଯାଉଛି, ଯାହାର ଏକ ସମ୍ୟକ […]

ବିଶ୍ବ ନିୟନ୍ତାଙ୍କ ସୃଷ୍ଟି ବେଶ୍‌ ରହସ୍ୟମୟ । ଏହି ରହସ୍ୟମୟ ସୃଷ୍ଟିର ସମସ୍ତ  ଜୀବଜଗତ ନିୟତିର ବିଧି ନିର୍ଦ୍ଦିଷ୍ଟ ନିତିନିୟମରେ  ପରିଚାଳିତ। ସମସ୍ତ ଗ୍ରହ ନକ୍ଷତ୍ର ନିୟତିର ଅଧୀନ  ଓ ମଣିଷର ଭାଗ୍ୟ ଦୈବର ଅଧୀନ। ଭାଗ୍ୟ ଫଳତି ସର୍ବତ୍ରଂ ନ ଚ ବିଦ୍ୟା ନ ଚ ପୌରୁଷମ୍‌। ସୌରଜଗତର ଗ୍ରହ ନକ୍ଷତ୍ରଙ୍କୁ କେନ୍ଦ୍ରୀଭୂତ କରି ଜ୍ୟୋତିଷିକ ଗଣନାକୁ ସୀମିତ କରି ସାରା ବିଶ୍ବରେ ଆଗାମୀ  ୨୦୨୩ ମସିହାରେ କ’ଣ ଘଟିବାକୁ ଯାଉଛି, ଯାହାର ଏକ ସମ୍ୟକ ବିବରଣୀ ଏଠାରେ ଉପସ୍ଥାପନା କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ବିଶ୍ୱ ସମାଚାର

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ନବବର୍ଷର  ଗ୍ରହ ସ୍ଥିତି ଅନୁଯାୟୀ ୨୦୨୩ ମସିହା ବିଶ୍ବ ପାଇଁ ମିଶ୍ରିତ ଫଳ ରହିବ। ମେ’ ମାସ ମଧ୍ୟରେ  ବିଶ୍ବବାତାୟନ ତଥା ବାତାବରଣ ସରଗରମ ହେବ। ପ୍ରାୟ ଅଧିକାଂଶ ଦେଶରେ ଜନତା ଜନାର୍ଦ୍ଦନ  ଶାସନ  ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରିବା ସହ କ୍ରୋଧରେ ଜର୍ଜରିତ ହେବେ। ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଶାସନ ବିରୁଦ୍ଧରେ  ଆନ୍ଦୋଳନ ଜାରି ରଖିବେ। ଦେଶ ଦେଶ ମଧ୍ୟରେ ବୈଦେଶିକ ସଂପର୍କ ଓ ବ୍ୟବସାୟିକ ଆମଦାନି ରପ୍ତାନିକୁ  ନେଇ ଅଚଳାବସ୍ଥା ଦେଖାଦେବ। ଜୁନ୍‌ଠାରୁ ଅଗଷ୍ଟ ମଧ୍ୟରେ ଶନିକୁ ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ବହୁ ଦେଶର ରାଜନେତାମାନଙ୍କର  ଯୁଦ୍ଧଖୋର ମନୋଭାବ ଦେଖାଦେବ। ଏହି ମାସ  ଅଚାନକ ଘୂର୍ଣ୍ଣିବାତ୍ୟା, ଅଂଶୁଘାତ, ଅଗ୍ନିଦାହ, ରାସାୟନିକ ବିସ୍ଫୋରଣଜନିତ ବିଭିନ୍ନ ଦୁର୍ଘଟଣାମାନ ଘଟିବାର ବହୁ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରୁଷିଆ, ଆରବ ଦେଶ ସମୂହ ସ୍ବିଡେନ୍‌ ଓ ପୋଲାଣ୍ଡ ଆଦି ଦେଶ ସମୂହରେ ଅନାହାର ଓ ଖାଦ୍ୟାଭାବ ଦେଖାଦେବ। ସବୁଆଡ଼େ ଆନ୍ଦୋଳନ, ପୋଡ଼ାଜଳା ସହ ବିସ୍ଫୋରଣ ଓ ଆକସ୍ମିକ ଭୂମିକମ୍ପ ସହ ଘୂର୍ଣ୍ଣିବାତ୍ୟା ଦେଖାଦେବ। କର୍ମ ସଂସ୍ଥାନର ଘୋର ଅଭାବ ସହ ବିଭିନ୍ନ ମାରାତ୍ମକ ରୋଗ ଦେଖାଦେବ। ଜନତାଙ୍କ ଅନ୍ଦୋଳନାତ୍ମକ ମନୋଭାବ ହେତୁ ସରକାରୀ କର୍ମଚାରୀମାନେ ଦ୍ବନ୍ଦ୍ବରେ ପଡ଼ି ହନ୍ତସନ୍ତ ହେବେ। ଶୁକ୍ର ଓ ବୃହସ୍ପତିଙ୍କ  ପୂର୍ଣ୍ଣଦୃଷ୍ଟି  ହେତୁ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା , ଉତ୍ତର ଆଫ୍ରିକା, ବେଲ୍‌ଜିୟମ୍‌, ଲଣ୍ଡନ, ମେଲ୍‌ବର୍ଣ୍ଣ ଆଦି ଦେଶରେ ଦୁରାରୋଗ୍ୟ ବ୍ୟାଧି ଦେଖାଦେବ। ସବୁଆଡ଼େ  ଅରାଜକତା, ଗୃହଯୁଦ୍ଧ, ରାଜନୈତିକ ବିଶୃଙ୍ଖଳା ସହ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଅଚାନକ ଦୈବୀ ଦୁର୍ବିପାକ ସହ ଜୈବିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ, ଅସ୍ତ୍ରଶସ୍ତ୍ର କାରବାର ବୃଦ୍ଧ଄ ସହ ବାରମ୍ବାର ପ୍ରତିକୂଳ ପରିବେଶ ଓ ପରିସ୍ଥିତି ଉଭୟ ଶାସକ ଓ  ଶାସନ କଳ ବହୁବିଧ  ବାଧାବିଘ୍ନର ସମ୍ମୁଖୀନ ହେବେ। ମେ’ ମାସଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡ, ବ୍ରିଟେନ୍‌, ଜର୍ମାନୀ, ପାଲେଷ୍ଟାଇନ୍‌ ତଥା ଭାରତର ଯାବତୀୟ  ବହୁବିଧ ସୁନାମ ପ୍ରତିଷ୍ଠାର ସୁଯୋଗ ଥିଲେ  ମଧ୍ୟ ବିରୋଧୀମାନଙ୍କ ବିରୋଧାଭାସ, ଅସହଯୋଗ ଯୋଗୁଁ ବହୁ କ୍ଷେତ୍ରରେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେବେ। ଚଳିତବର୍ଷ ଜାନୁଆରୀ, ଜୁଲାଇ, ଅକ୍ଟୋବର ଓ ଡିସେମ୍ବରରେ ବିଶ୍ବର ସର୍ବୋଚ୍ଚ ନେତୃ ସ୍ଥାନୀୟ ବ୍ୟକ୍ତି କିମ୍ବା ଧର୍ମପ୍ରଚାରକଙ୍କ ହଠାତ୍‌ ସ୍ବାସ୍ଥ୍ୟହାନି ଅଥବା ପ୍ରାଣହାନି ହେବାର ଆଶଙ୍କା ରହିଛି। ଜୁନ୍‌,ଜୁଲାଇ,  ଅଗଷ୍ଟ ଓ ଡିସେମ୍ବରରେ ସାରା ବିଶ୍ବ ଏକ ବିଷାକ୍ତ ବାତାବରଣ ଦେଇ ଗତି କରିବ। ଜାନୁଆରୀଠାରୁ ମାର୍ଚ୍ଚ ମଧ୍ୟରେ ଲଗ୍ନାଧିପତି ବୁଧ ମିତ୍ରଗ୍ରହ ରବିଙ୍କ ସହ  ଯୁକ୍ତ ହୋଇ ଅଗ୍ନିରାଶି ଧନୁରେ ଅବସ୍ଥାନ କରୁଥିବାରୁ ସାରା ଦେଶବିଦେଶ ମଧ୍ୟବର୍ତ୍ତୀକାଳୀନ ଏକ ସଂକଟଜନକ ପରିସ୍ଥିତିର ସମ୍ମୁଖୀନ ହେବେ। ସବୁଆଡ଼େ  ଶସ୍ୟହାନି ଦେଖାଦେବ। ଖାଦ୍ୟ ସମସ୍ୟା ଚିନ୍ତାଜନକ ରହିବ। ଷ୍ଟକ୍‌ମାର୍କେଟ୍‌ରେ ଅଚଳାବସ୍ଥା ସୃଷ୍ଟି ହେବ। ରାଷ୍ଟ୍ରନୀତିଜ୍ଞଙ୍କ ଯୁଦ୍ଧଖୋର ମନୋଭାବ ରହିବ। ସାମରିକ କୌଶଳ ପ୍ରଣୟନ ଓ ପ୍ରୟୋଗ ଯୋଗଁୁ ବହୁ ରାଷ୍ଟ୍ର ନିଜ ନିୟନ୍ତ୍ରଣରେ ଥିବା ବିଭାଗଗୁଡ଼ିକ ସୁପରିଚାଳିତ ନ କରିବା ହେତୁ ସବୁଆଡ଼େ ମୃତାହତ ସଂଖ୍ୟା ବୃଦ୍ଧି ପାଇବ। ତା’ ସହିତ  ଦଙ୍ଗା ହଙ୍ଗମା ଅନଳ ପରି ଅଣାୟତ୍ତ ହେବ। ସାମ୍ପ୍ରଦାୟିକ ଦୁଃଖଦ ପରିସ୍ଥିତି ତଥା ଆଇନଗତ ବିଶୃଙ୍ଖଳା ଦେଖାଦେବ। ବିଶେଷ କରି ଆମେରିକା ଓ ଉତ୍ତର ଆଫ୍ରିକା ଦେଶଗୁଡ଼ିକ ପଡ଼ୋଶୀ ସେନାବାହିନୀର  ଦୌରାତ୍ମ୍ୟ ଯୋଗୁଁ ରାଷ୍ଟ୍ରଗୁଡ଼ିକର ବିକାଶରେ ବାଧା ସୃଷ୍ଟି କରିବେ। ସେହିପରି ଭୟ ଓ ଆତଙ୍କର ବାତାବରଣ ଦେଖାଦେବ।

ଜୁନ୍‌, ଜୁଲାଇ, ଅଗଷ୍ଟ ଓ ଡିସେମ୍ବରରେ ଶନିଙ୍କୁ ମଙ୍ଗଳପୂର୍ଣ୍ଣ ଦୃଷ୍ଟି ତଥା ମେଷସ୍ଥ ବୃହସ୍ପତି ରାହୁଙ୍କ ସ୍ଥିର ଗୁରୁଚାଣ୍ଡାଳ ଯୋଗ ସୃଷ୍ଟି ହୋଇ ଶନିଙ୍କ ପୂର୍ଣ୍ଣଦୃଷ୍ଟି ଥିଲେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଶାନ୍ତି ରକ୍ଷା ପାଇଁ ମନୋଭାବର ଅଭାବ ଦେଖାଦେବ। ବହିଃଶତ୍ରୁମାନଙ୍କ ବାରମ୍ବାର ଅାକ୍ରମଣାତ୍ମକ ମନୋଭାବ ଯୋଗଁୁ ସର୍ବଦା ସବୁ ରାଷ୍ଟ୍ରମାନଙ୍କ ଦୌରାତ୍ମ୍ୟ, ଗୃହଯୁଦ୍ଧ, ଖଣ୍ଡଯୁଦ୍ଧ ବିସ୍ଫୋରଣ, ଦଙ୍ଗା ଆଦି ବିଶୃଙ୍ଖଳତା ଦେଖାଯିବ। ଏହା ରାଷ୍ଟ୍ରମୁଖ୍ୟଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ବିଶ୍ବର ଅଧିକାଂଶ ଦେଶରେ ଖାଦ୍ୟର ଅଭାବ ପରିଲକ୍ଷିତ ହେବ।  ଖାଦ୍ୟଶସ୍ୟ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ ହେବେ। ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ରୁଷ, ଚୀନ୍‌, ଜାପାନ୍‌, ଇଂଲଣ୍ଡ, ମେଲ୍‌ବର୍ଣ୍ଣ ଆଦିରେ ସମୟୋଚିତ ପଦକ୍ଷେପର ଅଭାବ ଯୋଗଁୁ ଅଜଣା ରୋଗବ୍ୟାଧି ବ୍ୟାପୀ ଅନେକ ଧନ ଜୀବନ ନଷ୍ଟ ହେବ।

ଭାରତ  ଖବର

ଇଂରାଜୀ ନବବର୍ଷ ୨୦୨୩ ମସିହା, ପୌଷ ମାସ ଶୁକ୍ଳ ଦଶମୀ ତିଥି ରବିବାର  ମଧ୍ୟ ରାତ୍ରକୁ କନ୍ୟାଲଗ୍ନ। ଶାସକ ଦଳ (କନ୍ୟା ଲଗ୍ନ)କୁ ଜନତା ତଥା ବିରୋଧୀ ଦଳର ଅଧିପତି (ବୃହସ୍ପତି)ଙ୍କ ପୂର୍ଣ୍ଣଦୃଷ୍ଟି ରହିଛି। ଫଳରେ ମେ ମାସ ପର୍ଯ୍ୟନ୍ତ ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ। ଭାରତରେ ଜନଅସନ୍ତୋଷ ବୃଦ୍ଧି ପାଇବ। ଅପ୍ରେଲ, ଜୁଲାଇ, ଅଗଷ୍ଟ, ଅକ୍ଟୋବର ମାସଗୁଡ଼ିକରେ ବିରୋଧୀ ଦଳଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେବ। କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟ ତଥା ରାଜନୈତିକ ବିଦ୍ରୋହ ତଥା ଆନ୍ଦୋଳନ ବାରମ୍ବାର ଦେଖାଦେବ। ଶାସନ କ୍ଷେତ୍ରରେ  ରାଜନୈତିକ ଦ୍ବନ୍ଦ୍ବ, ଉନ୍ନୟନ କାର୍ଯ୍ୟରେ ବାଧା, ରାଜନୈତିକ ଅସ୍ଥିରତା, ସୀମାନ୍ତ ସଂଘର୍ଷ, ଜନ ଅସନ୍ତୋଷ, ଆଭ୍ୟନ୍ତରୀଣ ବିଦ୍ରୋହ, ଶ୍ରମିକ ଆନ୍ଦୋଳନ, ଶାସକୀୟ କ୍ଷେତ୍ରରେ ନେତୃତ୍ବ ପରିବର୍ତ୍ତନ ତଥା ବହୁ ଅଶୁଭ ଫଳ ମିଳିବ।

ଅର୍ଥନୈତିକ ଅବସ୍ଥା: ଚତୁର୍ଥସ୍ଥ ରବିବୁଧ, ପଞ୍ଚମସ୍ଥ ଶୁକ୍ର ଶନି ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶର ଶିଳ୍ପସଂସ୍ଥାମାନେ ନିଜର ବାଣିଜ୍ୟ ଅଭିବୃଦ୍ଧି ପାଇଁ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗେଇ ଆସି ନିଜର ଆଧିପତ୍ୟ ବିସ୍ତାର କରିବେ। ବିଦେଶ ଶିଳ୍ପସଂସ୍ଥା ସହ ଦେଶୀୟ ଶିଳ୍ପ ସଂସ୍ଥାମାନେ ଭାଗୀଦାରି ବ୍ୟବସାୟରେ ପ୍ରଭୂତ ଉନ୍ନତି କରିବେ। ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ବିତୀୟାର୍ଦ୍ଧରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆଶାତୀତ ଭାବରେ ସୁଫଳ ପ୍ରଦାନ କରିବ। ମେ ମାସ ପର୍ଯ୍ୟନ୍ତ ଅର୍ଥନୈତିକ ସ୍ଥିତି ବିଗିଡ଼ି ଯିବ।

କୃଷି: ପ୍ରାୟ ସମୟ ଦେଶର ବହୁ ପ୍ରାନ୍ତରେ ବୃଷ୍ଟିହୀନତା ତଥା ପରିବେଶ ଅସନ୍ତୁଳ ଅବସ୍ଥା ହେତୁ କୃଷି ଉତ୍ପାଦନ ହ୍ରାସ ପାଇବ। ଅତିବୃଷ୍ଟି ତଥା ଅନାବୃଷ୍ଟି ହେତୁ କୃଷି ଦିଗରେ ଆଶାନୁରୂପ ଲାଭ ମିଳିବ ନାହିଁ। କୃଷିଜାତ ଦ୍ରବ୍ୟ ଅହେତୁକ ବୃଦ୍ଧି ପାଇବ। ବନ୍ୟା, ବାତ୍ୟା ତଥା ମରୁଡ଼ି ଯୋଗୁଁ ପ୍ରଭୂତ କୃଷିହାନି ହେବାର ସମ୍ଭାବନା। ଆମଦାନୀ ରପ୍ତାନୀ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ଖାଦ୍ୟାଭାବ ଦେଖାଦେବ। କୃଷି ସମ୍ପଦ ନଷ୍ଟ ହେବ।

ସ୍ବାସ୍ଥ୍ୟ: ଷଷ୍ଠପତି ଷଷ୍ଠ ସ୍ଥାନରେ ଥିବା ହେତୁ ବହୁ ଅଜଣା ରୋଗର ପାଦୁର୍ଭାବ ଦେଖାଦେବ।  ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବ। ଚିକିତ୍ସକମାନେ ରୋଗ ନିଦାନରେ ବହୁ କ୍ଷେତ୍ରରେ ଅବହେଳା କରିବେ। ସ୍ବାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ଅର୍ଥ ବାଟମାରଣା ହେବ।  ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ନ ହୋଇ ଅଧୂରା ରହିବ। ବହୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ ବଜାରରୁ ଅନ୍ତର୍ଦ୍ଧାନ ହେବ। ନକଲି ଔଷଧର କାରବାର ବୃଦ୍ଧି ପାଇବ। ମେ ମାସ ପରଠାରୁ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ। ଜନସ୍ବାସ୍ଥ୍ୟର ସୁରକ୍ଷା ନିମନ୍ତେ ନୂତନ ଔଷଧ ଉଦ୍ଭାବନ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଭାରତ ଅଦ୍ଭୁଦ ସଫଳତା ପାଇବ। କାରିଗରୀ ଓ ବୈଷୟିକ ଶିକ୍ଷା, ଚିକିତ୍ସା ପଦ୍ଧତି , ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଯଥେଷ୍ଟ ବିକାଶ ଘଟିବ। ବିଶେଷ ଭାବରେ ଚିକିତ୍ସା ବିଜ୍ଞାନର ଅଭିବୃଦ୍ଧି ଘଟିବା ଦ୍ବାରା ବିଶ୍ବର ପ୍ରତ୍ୟେକ କ୍ଷେତ୍ରରେ ଭାରତ ପ୍ରଶଂସିତ ହେବ। ବୈଦିକ ଶିକ୍ଷାର ପୁନଃପ୍ରଚଳନ ହେବ।

ରାଜନୈତିକ ପରିସ୍ଥିତି: ନିଃସ୍ବାର୍ଥ ଦେଶସେବାର ନେତୃତ୍ବର ଅଭାବ ପରିଲକ୍ଷିତ ହେବ। ଆଭ୍ୟନ୍ତରୀଣ ବିଦ୍ରୋହ ତଥା ଶାସକ ଦଳର ଦୂର ବାରମ୍ବାର ମତ ପରିବର୍ତ୍ତନ ହେତୁ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷମାନେ ବାରମ୍ଭାର ସମାଲୋଚିତ ହେବେ। ନେତୃତ୍ବକୁ ନେଇ ବିବାଦ, କ୍ଷମତା କନ୍ଦଳ, ଅନାସ୍ଥା ପ୍ରସ୍ତାବ, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମତଭେଦ ତଥା ଆରୋପ ପ୍ରତ୍ୟାରୋପ ହେତୁ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ରାଜନୈତିକ ବ୍ୟକ୍ତି ବିଶେଷମାନଙ୍କ ଦୂରଦୃଷ୍ଟିର ଅଭାବ ତଥା ମତଭେଦ ହେତୁ ସରକାର ପ୍ରତିଷ୍ଠା ନେଇ ଘୋଡ଼ା ବେପାର ଦେଖାଦେବ। ବିଭିନ୍ନ ଅଘଟଣା ଓ ବାକ୍‌ଯୁଦ୍ଧକୁ ନେଇ ରାଜନୀତିକୁ ସର୍‌ଗରମ୍‌ କରିବ। ବୈଦେଶିକ ନୀତିରେ ଭାରତ ଶୀର୍ଷ ସ୍ଥାନରେ ପହଞ୍ଚିବ। ବହୁ ଦେଶ ଭାରତ ସହ ମିତ୍ରତା ସ୍ଥାପନ କରିବେ। ବିରୋଧିମାନଙ୍କ ବିରୋଧାଭାସ ସ୍ବାର୍ଥକୈନ୍ଦ୍ରିକ ତଥା ହୀନ ଉଦ୍ଦେଶ୍ୟ ଯୋଗୁଁ ବିକାଶରେ ବାଧାପ୍ରାପ୍ତ ହେବ। କାଶ୍ମିରୀ ସମସ୍ୟାର ସ୍ଥାୟୀ ସମାଧାନ ହେବ।

 ଓଡ଼ିଶା ଖବର

ଚଳିତ ଶକାବ୍ଦଃ ଇଂରାଜୀ ନବ ବର୍ଷ ତା ୦୧/୦୧/୨୦୨୩ ମଧ୍ୟରାତ୍ର ସମୟରେ  ଜନ୍ମକୁଣ୍ଡଳୀରେ ଲଗ୍ନ କନ୍ୟା, ରବି ପୂର୍ବାଷାଢ଼ା ନକ୍ଷତ୍ର ଧନୁ ରାଶିରେ , ଚନ୍ଦ୍ର ଅଶ୍ବିନୀ ନକ୍ଷତ୍ର ମେଷରେ ମଙ୍ଗଳ ରୋହିଣୀ ନକ୍ଷତ୍ର ବୃଷ ରାଶିରେ, ବୁଧ ଉତ୍ତରାଷାଢ଼ା ନକ୍ଷତ୍ର ଧନୁ ରାଶିରେ, ବୃହସ୍ପତି,  ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ରାଶିରେ, ଶୁକ୍ର ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶିରେ, ଶନି ଧନିଷ୍ଠା ନକ୍ଷତ୍ର ମକର ରାଶିରେ, ରାହୁ ଦ୍ୱିଜା ନକ୍ଷତ୍ର ମେଷ ରାଶିରେ ଓ କେତୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଅବସ୍ଥାନ କରୁଛନ୍ତି। ଶିବ ଯୋଗ ଓ ତୈତିଳ କରଣ ଥିବାରୁ ନିମ୍ନରେ  ଓଡ଼ିଶାର ରାଜନୈତିକ  ଅର୍ଥନୈତିକ, ସାମାଜିକ, କୃଷି, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରର ସ୍ଥୂଳ ବିବରଣୀ ପ୍ରଦାନ କରାଯାଇଛି। ରାଜନୈତିକ ଲଗ୍ନାଧିପ ବୁଧଙ୍କୁ ବୃହସ୍ପତିଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଶାସନ କ୍ଷେତ୍ରରେ ସେଭଳି କୌଣସି ଆଖିଦୃଶିଆ ବିପର୍ଯ୍ୟୟ ଘଟିବାର ଆଶଙ୍କା ନାହିଁ। ସପ୍ତମ ଭାବ ବିରୋଧୀ ଦଳ ଭାବ ହୋଇଥିବାରୁ ବୃହସ୍ପତି ଲଗ୍ନକୁ (ଶାସକ ଦଳ)କୁ ପୂର୍ଣ୍ଣ ଦୃଷ୍ଟି ଦେଉଥିବାରୁ ଉପରସ୍ତରରେ ରାଜନୈତିକ ବ୍ୟକ୍ତିମାନେ ପରସ୍ପର ପ୍ରତି ଆକ୍ରୋଶ ମନୋଭାବ ରଖିଥିଲେ ମଧ୍ୟ ଅନ୍ତର ମଧ୍ୟରେ ପରସ୍ପର ପ୍ରତି ଦୁର୍ବଳତା ରହିବ। ବିରୋଧୀ ଦଳଗୁଡ଼ିକ ଲୋକମାନଙ୍କ ଦାବି ଓ ସମସ୍ୟାଗୁଡ଼ିକୁ ଶାସକ ଦଳ ନିକଟରେ ସତସାହସ ପୂର୍ବକ ଠିକ୍ ଭାବରେ ଉପସ୍ଥାପନ କରି ପାରିବେ ନାହିଁ। ତାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବାଦାନୁବାଦ ଲାଗି ରହିବ। ଏପ୍ରିଲ, ଜୁଲାଇ, ଅକ୍ଟୋବର ତଥା ଡିସେମ୍ବର ମାସ ମଧ୍ୟରେ ବରିଷ୍ଠ ଶାସକ ମୁଖ୍ୟଙ୍କ ଅଚାନକ ଗୁରୁତର ସ୍ୱାସ୍ଥ୍ୟହାନି, ଜୀବନହାନି ଘଟିବାର ବହୁତ ସମ୍ଭାବନା ରହିଛି।

ଏପ୍ରିଲ, ଜୁଲାଇ, ଅଗଷ୍ଟ, ଅକ୍ଟୋବର ଓ ଡିସେମ୍ବର ମାସଗୁଡ଼ିକରେ ରାଜନୈତିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ, ଦଙ୍ଗା ହଙ୍ଗାମା, ବିଭିନ୍ନ ପ୍ରକାର ଦୁର୍ଘଟଣା ଆଦି ବୃଦ୍ଧି ପାଇବାର ଆଶଙ୍କା ରହିଅଛି। ଏହି ସମୟ ମଧ୍ୟରେ ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିବିଶେଷ ଜନତାଙ୍କ ଦ୍ୱାରା ଅପମାନ ତଥା ସମାଲୋଚନାର ପାତ୍ର ହେବେ। କୃଷି କ୍ଷେତ୍ରରେ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହଯୋଗ ମିଳିଲେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିବ ନାହିଁ। କୃଷି ଉତ୍ପାଦନ ହ୍ରାସ ପାଇବ। ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଅପ୍ରତ୍ୟାଶିତ ଭାେବ ପ୍ରଗତି ଘଟିବ। ରୁଗ୍‌ଣ ଶିଳ୍ପର ପୁନରୁଦ୍ଧାର ହେବ। ନୂତନ ଶିଳ୍ପ ପ୍ରତିଷ୍ଠା ହେବ। ଶିକ୍ଷା କ୍ଷେତ୍ରରେ, ଶାସକ ଦଳ, ବିରୋଧୀ ଦଳ, ଶିକ୍ଷାବିତ୍‌ ଓ ନେତୃତ୍ବ ନେଇଥିବା ବ୍ୟକ୍ତି ବିଶେଷମାନଙ୍କର ଆନ୍ତରିକ ବୁଝାମଣାର ଅଭାବ ଓ ମତପାର୍ଥକ୍ୟ ଯୋଗଁୁ ଶିକ୍ଷା କ୍ଷେତ୍ରରେ ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିବ। ଷଷ୍ଠପତି ଷଷ୍ଠରେ ଥିବା ହେତୁ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ସରକାର ବଦନାମ ହେବେ। ସ୍ୱାସ୍ଥ୍ୟ ତଥା ଚିକିତ୍ସା ସମସ୍ୟା ଅଣାୟତ୍ତ ହେବ। ମହିଳାମାନଙ୍କର ଅର୍ଥନୈତିକ ବିକାଶ ହେବା ସହ  ସାମାଜିକ ତଥା ସାଂଗଠନିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।

…………………………………………………………………………………………

ସୂର୍ଯ୍ୟପରାଗ- ୨୦୨୩

ମାସ            ତାରିଖ        ଦିନ            ସମୟ

ଅପ୍ରେଲ            ୨୦ ତାରିଖ          ଗୁରୁବାର       ସକାଳ ୭ଟା ୪ରୁ ଦ୍ବିପ୍ରହର ୧୨.୨୯ମିନିଟ୍‌

ଅକ୍ଟୋବର        ୧୪ ତାରିଖ       ଶନିବାର          ଭାରତରେ ଦୃଶ୍ୟମାନ ନୁହେଁ

ଚନ୍ଦ୍ରଗ୍ରହଣ – ୨୦୨୩

ମେ’                 ୫ ତାରିଖ        ଶୁକ୍ରବାର            ରାତି ୮ଟା ୪୫ରୁ ମଧ୍ୟରାତ୍ରି ୧ ଘଟିକା

ଅକ୍ଟୋବର        ୨୯ ତାରିଖ      ରବିବାର   ମଧ୍ୟରାତ୍ରି  ୧ଟା ୬ ମିନିଟ୍‌ରୁ ମଧ୍ୟରାତ୍ରି ୨ଟା ୨୨ ମିନିଟ୍‌

…………………………………………………………………..

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର