ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପୁରୁଷ ଟେକ୍ନିସିଆନ କରୁଛନ୍ତି ମହିଳାଙ୍କ ଇସିଜି...

‘ସକାଳ’ ଅନୁସନ୍ଧାନରେ ଧରାପଡ଼ିଲା

Deviprasad Mohanty Picture
Published On

ଯାଜପୁର :ଯାଜପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ମହିଳାରୋଗୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପୁରୁଷ କର୍ମଚାରୀଙ୍କ ଦ୍ୱାରା ହେଉଥିବା ଅଭିଯୋଗ ହୋଇଛି। ଏଠାରେ କୌଣସି ମହିଳା କର୍ମଚାରୀ ନ ଥିବାରୁ ମହିଳାରୋଗୀମାନେ ସଂକୋଚ କରୁଛନ୍ତି। କିନ୍ତୁ ଏହାକୁ ସଂପୃକ୍ତ କର୍ମଚାରୀମାନେ ବେଖାତିର କରୁଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ଏଭଳି ଏକ ଅଭିଯୋଗ ପରେ ‘ସକାଳ’ ପକ୍ଷରୁ ଏକ ଅନୁସନ୍ଧାନ ହୋଇଥିଲା। ଏଥିରେ ସତ୍ୟତା ଜଣାପଡ଼ିଥିଲା। ଯାଜପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପ୍ରାୟ ୧ ବର୍ଷ ତଳେ ମେଡିକାଲ କଲେଜର ମାନ୍ୟତା ପାଇଛି। ସେଥିପାଇଁ ଏଠାରେ ବିଭିନ୍ନ ବିଭାଗ ଖୋଲିଛି। କିନ୍ତୁ ରୋଗୀ ସେବା ନାଁରେ ଏଠାରେ ମହିଳାଙ୍କ ସମ୍ମାନ ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ।  ପ୍ରତିଦିନ ଏଠାରେ ମହିଳାରୋଗୀଙ୍କୁ ଲଜ୍ଜିତ ହେବାକୁ ବାଧ୍ୟ କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ପ୍ରତିଦିନ ଏଠାକୁ ବହୁ ମହିଳା ଓ ପୁରୁଷ ରୋଗୀ ନିଜର ଇସିଜି କରିବା ପାଇଁ ଆସୁଛନ୍ତି। ପ୍ରତିଦିନ ଇସିଜି କରିବାକୁ ଆସୁଥିବା ମହିଳା ରୋଗୀ ନାନା ସମସ୍ୟା ଭୋଗୁଥିବା ନେଇ ଅଭିଯୋଗ ଆସିଥିଲା। ଅଭିଯୋଗର ସତ୍ୟତା ଜାଣିବା ପାଇଁ ଆମ ପ୍ରତିନିଧି ଆଜି ଅପରାହ୍ନରେ ଜଣେ ମହିଳା ରୋଗୀଙ୍କୁ ଧରି ଇସିଜି ବିଭାଗକୁ ଯାଇଥିଲେ। ସେଠାରେ ପହଞ୍ଚିବାରେ ଯେଉଁ ସ୍ଥାନରେ ଇସିଜି କରାଯାଉଛି ସେହି ଚାମ୍ୱର ଭିତରେ ପାଖାପାଖି ୩ ଜଣ ପୁରୁଷ କର୍ମଚାରୀ ଏବଂ ୫ରୁ ଊର୍ଦ୍ଧ୍ବ ମହିଳା ଟ୍ରେନି କର୍ମଚାରୀ ଥିବା ଦେଖିବାକୁ ମିଳିଥିଲା। ମହିଳା ଜଣକ ନିଜର ଇସିଜି କରିବା ପାଇଁ କହିବାରୁ ତୁରନ୍ତ ବେଡ୍‌ରେ ଶୋଇବାକୁ କୁହାଯାଇଥିଲା। ଶୋଇବା ପରେ ମହିଳାଙ୍କୁ ନିଜର କପଡ଼ା ଖୋଲିବାକୁ କୁହାଯାଇଥିଲା। ସେହି ଚାମ୍ୱରରେ ଉପସ୍ଥିତ ଥିବା ପୁରୁଷ କର୍ମଚାରୀମାନେ କପଡ଼ା ନ ଖୋଲିଲେ ଇସିଜି କରି ହେବ ନାହିଁ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ଆଶ୍ଚର୍ଯ୍ୟର କଥା ସେହି ଚାମ୍ୱରରେ ମହିଳାଙ୍କ କପଡ଼ା ଖୋଲିବା ପାଇଁ କୌଣସି ପରଦାଟିଏ ମଧ୍ୟ ନାହିଁ। ମହିଳା ଜଣକ ନିଜର କପଡ଼ା ଖୋଲିବାକୁ ମନା କରିଥିଲେ। ପୁରୁଷ କର୍ମଚାରୀମାନେ ବାହାରକୁ ଗଲେ କପଡ଼ା ପରିବର୍ତ୍ତନ କରିବାକୁ କହିବାରୁ ସେମାନେ ମନା କରିଥିଲେ। ଆମେ ମହିଳା ଟ୍ରେନି କର୍ମଚାରୀମାନଙ୍କୁ ଟ୍ରେନିଂ ଦେଉଛୁ ବୋଲି କହିଥିଲେ। ଏ ସଂପର୍କରେ ଉଭୟ ପୁରୁଷ କର୍ମଚାରୀ କ୍ୟାମେରା ସାମ୍ନାରେ ମଧ୍ୟ ସ୍ୱୀକାର କରିଛନ୍ତି। ଇସିଜି ଚାମ୍ୱରରେ ପରଦା ଲଗାଇବା ସଂପର୍କରେ ପଚାରିବାରେ ଆମେ ଏ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛୁ ବୋଲି କହିଥିଲେ। ପରେ ମହିଳା ରୋଗୀ ଜଣକ ନିଜର ପରୀକ୍ଷା ସେଠାରେ ନ କରି ଘରୋଇ କ୍ଲିନିକରେ କରାଇବାକୁ ବାଧ୍ୟ ହୋଇଥିଲେ। ତେବେ ମହିଳାଙ୍କ ମାନସମ୍ମାନ ପାଇଁ କେତେ କ’ଣ ଯୋଜନା ଓ ଘୋଷଣା କରାଯାଉଛି ସତ; କିନ୍ତୁ ଏହା ଖୋଦ ସରକାରୀ ଡାକ୍ତରଖାନାରେ ଏହାର ଧଜ୍ଜିଆ ଉଡୁଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଏଥର ରବିବାର ଘରେ ବନାନ୍ତୁ ହୋଟେଲ୍ ଷ୍ଟାଇଲ୍ 'ତନ୍ଦୁରୀ ଚିକେନ୍', ଜାଣନ୍ତୁ ସହଜ ରେସିପି

ପ୍ରକୃତରେ ମହିଳା ରୋଗୀମାନଙ୍କୁ ଏଭଳି କରିବା ଦ୍ୱାରା ଅନେକ ରୋଗୀ ସରକାରୀ ଇସିଜି ନ କରି ବାଧ୍ୟ ହୋଇ ଘରୋଇ କ୍ଲିନିକରେ ଇସିଜି କରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏଠାରେ ନିୟୋଜିତ କର୍ମଚାରୀମାନଙ୍କ ସହିତ ଘରୋଇ କ୍ଲିନିକ ସହିତ ଥିବା ଭିତିରି ସଂପର୍କ ଯୋଗୁଁ ଏଭଳି ଘଟଣା ଅଧିକ ହେଉଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଆମେ ଯାଜପୁର ମୁଖ୍ୟ ଡାକ୍ତରଖାନାର ଏଡିଏମ୍‌ଓ ଡା. ମନୋଜ ସେନାପତିଙ୍କୁ ପଚାରିବାରେ ଇସିଜି କରିବା ପାଇଁ ମହିଳା କର୍ମଚାରୀଙ୍କୁ ରଖାଯାଇଛି ବୋଲି କହିବା ସହିତ କେଉଁ ପରିସ୍ଥିତିରେ ପୁରୁଷ କର୍ମଚାରୀ ଥିଲେ ସେ ନେଇ ଅନୁଧ୍ୟାନ କରିବି ଏବଂ ସେଠାରେ ମହିଳାଙ୍କ ସୁରକ୍ଷା ପାଇଁ ପରଦା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp