ଆଠଗଡ଼ ବନଖଣ୍ଡରେ ଚାଲିଛି ଅବାଧ ହାତୀ ଶିକାର

The Sakala Picture
Published On

କଟକ : ଏକ ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁର ଦେଢ ମାସ ନପୂରୁଣୁ ପୁଣି ଆଉ ଏକ ଦନ୍ତା ହାତୀର ଗୁଳିବିଦ୍ଧ ଅବସ୍ଥାରେ ପ୍ରାଣହାନି ଘଟିଛି। ଆଠଗଡ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବଡମ୍ବା-ନରସିଂହପୁର ଆଦି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଏବେ ହାତୀ ଶିକାରର ପେଣ୍ଠସ୍ଥଳ ପାଲଟିଲାଣି। ହାତୀ ଦାନ୍ତ ମୂଲ୍ୟବାନ ହୋଇଥିବା କାରଣରୁ ଦନ୍ତା ହାତୀଗୁଡିକ ହିଁ ଶିକାରୀଙ୍କ ଟାର୍ଗେଟରେ ରହିଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପରେ ହାତୀର ଗଳିତ ଶବ ମିଳିବା ଘଟଣାରେ ଏପର୍ଯ୍ୟନ୍ତ ବନବିଭାଗ କିମ୍ବା […]

କଟକ : ଏକ ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁର ଦେଢ ମାସ ନପୂରୁଣୁ ପୁଣି ଆଉ ଏକ ଦନ୍ତା ହାତୀର ଗୁଳିବିଦ୍ଧ ଅବସ୍ଥାରେ ପ୍ରାଣହାନି ଘଟିଛି। ଆଠଗଡ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବଡମ୍ବା-ନରସିଂହପୁର ଆଦି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଏବେ ହାତୀ ଶିକାରର ପେଣ୍ଠସ୍ଥଳ ପାଲଟିଲାଣି। ହାତୀ ଦାନ୍ତ ମୂଲ୍ୟବାନ ହୋଇଥିବା କାରଣରୁ ଦନ୍ତା ହାତୀଗୁଡିକ ହିଁ ଶିକାରୀଙ୍କ ଟାର୍ଗେଟରେ ରହିଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପରେ ହାତୀର ଗଳିତ ଶବ ମିଳିବା ଘଟଣାରେ ଏପର୍ଯ୍ୟନ୍ତ ବନବିଭାଗ କିମ୍ବା ଏସଟିଏଫ ପକ୍ଷରୁ ଦାନ୍ତ ଚାଲାଣ ରାକେଟର ପର୍ଦାଫାସ ହୋଇପାରିନାହିଁ। ଏ ସମ୍ପର୍କରେ ସାମାନ୍ୟ ସୁରାକ ମିଳିପାରିନି। ମିଳିଥିବା ସୂଚନାନୁସାରେ, ଆଠଗଡ ବନଖଣ୍ଡ ଅଞ୍ଚଳରେ ଗତ ୬ମାସ ମଧ୍ୟରେ ୪ଟି ହାତୀର ଗଳିତ ମୃତଦେହ ବା କଙ୍କାଳ ମିଳିସାରିଲାଣି। ସେହିପରି ଗତ ଜୁନ ୧୫ରେ ଏକ ଗୁଳିବିଦ୍ଧ ହାତୀ ଛଟପଟ ହୋଇ ମରିଥିଲା ବେଳେ ଗତକାଲି ମଧ୍ୟ ଆଉ ଏକ ଦନ୍ତାର ଜୀବନ ଶିକାରୀଙ୍କ ଗୁଳିମାଡରେ ଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ

ଶିକାରୀମାନେ ହାତୀକୁ ମାରିବା ପରେ ଦାନ୍ତ କାଟି ନେଇ ମୃତଦେହକୁ ଜଙ୍ଗଲ ଭିତରେ ପୋତିଦେଉଥିବା ଅଭିଯୋଗ ହୋଇଆସୁଛି। ଉପରୋକ୍ତ ଦୁଇ ହାତୀକୁ ଲକ୍ଷ୍ୟଭେଦ କରିଥିଲେ ସୁଦ୍ଧା ହାତୀ ହଠାତ ନମରିବାରୁ ଧରିପାରି ନଥିଲେ। ଫଳରେ ଗୁଳିବିଦ୍ଧ ହାତୀ ଏଣେତେଣେ ଦୌଡି ଶେଷରେ ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲେ। ଏହାବାଦ ଆଉ କେତେକ ହାତୀଙ୍କ ଜୀବନ ଯାଇଥିବା ବେସରକାରୀ ଭାବେ କୁହାଯାଉଛି। ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ, ଆଠଗଡ, ବଡମ୍ବା-ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ବନାଞ୍ଚଳ ରହିଛି। ହାତୀ କଙ୍କାଳ ଠାବ ଓ ଜଙ୍ଗଲରେ ହାତୀକୁ ଗୁଳି କରାଯାଉଥିବା ପ୍ରମାଣ ମିଳିବା ପରେ ଗତ ୮ମାସ ଭିତରେ ଆଠଗଡ ବନଖଣ୍ଡରେ ୧୦ରୁ ଅଧିକ ବନ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବନ ସହ ଗିରଫ କରାଗଲାଣି; କିନ୍ତୁ ହାତୀ ଶିକାରକୁ ରୋକିବାରେ ବନବିଭାଗ ସକ୍ଷମ ହୋଇପାରିନାହିଁ। ଏହି ସମ୍ବେଦନଶୀଳ ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ହାଇକୋର୍ଟ ହାତୀ ଶିକାର ଘଟଣାରେ ପିସିସିଏଫଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି। ପ୍ରଥମେ ବନବିଭାଗ ଅଦାଲତରେ ଗତ ୫ବର୍ଷ ମଧ୍ୟରେ ମାତ୍ର ୧୪ହାତୀ ଶିକାର ମାମଲା ଦର୍ଶାଇଥିଲା; କିନ୍ତୁ ଗତ କିଛି ମାସରେ କେବଳ ଆଠଗଡ ବନଖଣ୍ଡରେ ୬ହାତୀ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିସାରିଲାଣି। ଶିକାରୀମାନେ ଗୁଳି କରୁଥିବା ହାତୀଗୁଡିକର ବୟସ ୨୫ରୁ ୩୦ବର୍ଷ ଥିବା ଜଣାପଡିଛି। ପ୍ରକାଶଥାଉକି ନିକଟ ଅତୀତରେ ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲରେ ଦୁଇଟି ହାତୀର କଙ୍କାଳ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ବନବିଭାଗ ୬ ଅଭିଯୁକ୍ତଙ୍କୁ ଜେଲ ପଠାଇଥିଲା। ଏକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୁଇ ଫରେଷ୍ଟର ଫେରାର ହୋଇଯିବା ଓ ସେମାନଙ୍କ ନାମରେ ଏନବିଡବ୍ଲୁ ଜାରି ହେବା ଭଳି ଘଟଣା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ୨୦୨୮ରେ ୧୫୮ତମ ବାର୍ ଆସୋସିଏସନ୍ ନିର୍ବାଚନ: ମତାଧିକାର ସାବ୍ୟସ୍ତ କରିବେ ୩୮ ହଜାରରୁ ଅଧିକ ଭୋଟର

ହାତୀ ମୃତ୍ୟୁ ପଛରେ ଜଙ୍ଗଲ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ହାତ ରହୁଥିବା ନେଇ ଖୋଦ ପିସିସିଏଫଙ୍କ ସ୍ବୀକାରୋକ୍ତି ପ୍ରକାଶ ପାଇଛି। ଆଠଗଡ଼ ଡିଏଫଓଙ୍କ କହିବାନୁସାରେ, ପୂର୍ବ ଘଟଣାବଳୀରେ କେତେକ କର୍ମଚାରୀଙ୍କୁ ସସପେଣ୍ଡ କରାଯିବା ସହ ୬ଜଣଙ୍କୁ ଗିରଫ କରାଯାଇଛି। ୫-୬ ଦିନ ତଳେ ଯେଉଁ ଗୁଳିବିଦ୍ଧ ହାତୀ ଠାବ ହୋଇଥିଲା, ତା’ର ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି। ଆଠଗଡ ବନଖଣ୍ଡକୁ ଲାଗିକରି ରହିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନଖଣ୍ଡ। ଏଣୁ ଉଭୟ ଜଙ୍ଗଲ ମଧ୍ୟରେ ହାତୀ ସହ ଅନ୍ୟ ଜୀବଜନ୍ତୁ ଚଳାଚଳ କରନ୍ତି।

ବାରମ୍ବାର ହାତୀ ମୃତ୍ୟୁ ଆଲୋଡନ ସୃଷ୍ଟି କରିଥିବାବେଳେ ଆହୁରି କେତେ ଯେ ହାତୀମାନଙ୍କୁ ହତ୍ୟା କରାଯାଇ କଙ୍କାଳ ଜଙ୍ଗଲରେ ପୋତାଯାଇଛି ତାହା କହିବା ମୁସ୍କିଲ ହୋଇପଡିଛି। ପୁଣି ଏକ ଗୁଳିବିଦ୍ଧ ଦନ୍ତା ମୃତ୍ୟୁବରଣ କରିବା ପରେ ଶିକାରୀମାନେ ଯେ ଏହି ଜଙ୍ଗଲ ଅଞ୍ଚଳରେ ବେଶ ସକ୍ରିୟ ଅଛନ୍ତି ତାହା ସ୍ପଷ୍ଟ ହୋଇଛି। ବନଖଣ୍ଡରେ ୨୦ରୁ ଅଧିକ ଫରେଷ୍ଟ ଗାର୍ଡ ପଦବୀ ଖାଲି ପଡିଥିବା ବେଳେ ଏହା ମଧ୍ୟ ବନବିଭାଗ ପାଇଁ ସମସ୍ୟା ହୋଇଛି। ଜଙ୍ଗଲ ବିଭାଗ ସହ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଆଗକୁ କିପରି ହାତୀ ଶିକାର ପଛରେ ଥିବା ରାକେଟକୁ ଠାବ କରାଯାଇପାରୁଛି ତାହା ଦେଖିବାକୁ ବାକି ରହିଛି।

31 Jul 2022 By The Sakala

ଆଠଗଡ଼ ବନଖଣ୍ଡରେ ଚାଲିଛି ଅବାଧ ହାତୀ ଶିକାର

କଟକ : ଏକ ଗୁଳିବିଦ୍ଧ ଦନ୍ତାହାତୀ ମୃତ୍ୟୁର ଦେଢ ମାସ ନପୂରୁଣୁ ପୁଣି ଆଉ ଏକ ଦନ୍ତା ହାତୀର ଗୁଳିବିଦ୍ଧ ଅବସ୍ଥାରେ ପ୍ରାଣହାନି ଘଟିଛି। ଆଠଗଡ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବଡମ୍ବା-ନରସିଂହପୁର ଆଦି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଏବେ ହାତୀ ଶିକାରର ପେଣ୍ଠସ୍ଥଳ ପାଲଟିଲାଣି। ହାତୀ ଦାନ୍ତ ମୂଲ୍ୟବାନ ହୋଇଥିବା କାରଣରୁ ଦନ୍ତା ହାତୀଗୁଡିକ ହିଁ ଶିକାରୀଙ୍କ ଟାର୍ଗେଟରେ ରହିଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପରେ ହାତୀର ଗଳିତ ଶବ ମିଳିବା ଘଟଣାରେ ଏପର୍ଯ୍ୟନ୍ତ ବନବିଭାଗ କିମ୍ବା ଏସଟିଏଫ ପକ୍ଷରୁ ଦାନ୍ତ ଚାଲାଣ ରାକେଟର ପର୍ଦାଫାସ ହୋଇପାରିନାହିଁ। ଏ ସମ୍ପର୍କରେ ସାମାନ୍ୟ ସୁରାକ ମିଳିପାରିନି। ମିଳିଥିବା ସୂଚନାନୁସାରେ, ଆଠଗଡ ବନଖଣ୍ଡ ଅଞ୍ଚଳରେ ଗତ ୬ମାସ ମଧ୍ୟରେ ୪ଟି ହାତୀର ଗଳିତ ମୃତଦେହ ବା କଙ୍କାଳ ମିଳିସାରିଲାଣି। ସେହିପରି ଗତ ଜୁନ ୧୫ରେ ଏକ ଗୁଳିବିଦ୍ଧ ହାତୀ ଛଟପଟ ହୋଇ ମରିଥିଲା ବେଳେ ଗତକାଲି ମଧ୍ୟ ଆଉ ଏକ ଦନ୍ତାର ଜୀବନ ଶିକାରୀଙ୍କ ଗୁଳିମାଡରେ ଯାଇଛି।

ଶିକାରୀମାନେ ହାତୀକୁ ମାରିବା ପରେ ଦାନ୍ତ କାଟି ନେଇ ମୃତଦେହକୁ ଜଙ୍ଗଲ ଭିତରେ ପୋତିଦେଉଥିବା ଅଭିଯୋଗ ହୋଇଆସୁଛି। ଉପରୋକ୍ତ ଦୁଇ ହାତୀକୁ ଲକ୍ଷ୍ୟଭେଦ କରିଥିଲେ ସୁଦ୍ଧା ହାତୀ ହଠାତ ନମରିବାରୁ ଧରିପାରି ନଥିଲେ। ଫଳରେ ଗୁଳିବିଦ୍ଧ ହାତୀ ଏଣେତେଣେ ଦୌଡି ଶେଷରେ ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲେ। ଏହାବାଦ ଆଉ କେତେକ ହାତୀଙ୍କ ଜୀବନ ଯାଇଥିବା ବେସରକାରୀ ଭାବେ କୁହାଯାଉଛି। ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ, ଆଠଗଡ, ବଡମ୍ବା-ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ବନାଞ୍ଚଳ ରହିଛି। ହାତୀ କଙ୍କାଳ ଠାବ ଓ ଜଙ୍ଗଲରେ ହାତୀକୁ ଗୁଳି କରାଯାଉଥିବା ପ୍ରମାଣ ମିଳିବା ପରେ ଗତ ୮ମାସ ଭିତରେ ଆଠଗଡ ବନଖଣ୍ଡରେ ୧୦ରୁ ଅଧିକ ବନ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବନ ସହ ଗିରଫ କରାଗଲାଣି; କିନ୍ତୁ ହାତୀ ଶିକାରକୁ ରୋକିବାରେ ବନବିଭାଗ ସକ୍ଷମ ହୋଇପାରିନାହିଁ। ଏହି ସମ୍ବେଦନଶୀଳ ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି।

ହାଇକୋର୍ଟ ହାତୀ ଶିକାର ଘଟଣାରେ ପିସିସିଏଫଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି। ପ୍ରଥମେ ବନବିଭାଗ ଅଦାଲତରେ ଗତ ୫ବର୍ଷ ମଧ୍ୟରେ ମାତ୍ର ୧୪ହାତୀ ଶିକାର ମାମଲା ଦର୍ଶାଇଥିଲା; କିନ୍ତୁ ଗତ କିଛି ମାସରେ କେବଳ ଆଠଗଡ ବନଖଣ୍ଡରେ ୬ହାତୀ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିସାରିଲାଣି। ଶିକାରୀମାନେ ଗୁଳି କରୁଥିବା ହାତୀଗୁଡିକର ବୟସ ୨୫ରୁ ୩୦ବର୍ଷ ଥିବା ଜଣାପଡିଛି। ପ୍ରକାଶଥାଉକି ନିକଟ ଅତୀତରେ ବନଖଣ୍ଡ ଅନ୍ତର୍ଗତ ଜଙ୍ଗଲରେ ଦୁଇଟି ହାତୀର କଙ୍କାଳ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ବନବିଭାଗ ୬ ଅଭିଯୁକ୍ତଙ୍କୁ ଜେଲ ପଠାଇଥିଲା। ଏକ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୁଇ ଫରେଷ୍ଟର ଫେରାର ହୋଇଯିବା ଓ ସେମାନଙ୍କ ନାମରେ ଏନବିଡବ୍ଲୁ ଜାରି ହେବା ଭଳି ଘଟଣା ଦେଖିବାକୁ ମିଳିଥିଲା।

ହାତୀ ମୃତ୍ୟୁ ପଛରେ ଜଙ୍ଗଲ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ହାତ ରହୁଥିବା ନେଇ ଖୋଦ ପିସିସିଏଫଙ୍କ ସ୍ବୀକାରୋକ୍ତି ପ୍ରକାଶ ପାଇଛି। ଆଠଗଡ଼ ଡିଏଫଓଙ୍କ କହିବାନୁସାରେ, ପୂର୍ବ ଘଟଣାବଳୀରେ କେତେକ କର୍ମଚାରୀଙ୍କୁ ସସପେଣ୍ଡ କରାଯିବା ସହ ୬ଜଣଙ୍କୁ ଗିରଫ କରାଯାଇଛି। ୫-୬ ଦିନ ତଳେ ଯେଉଁ ଗୁଳିବିଦ୍ଧ ହାତୀ ଠାବ ହୋଇଥିଲା, ତା’ର ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି। ଆଠଗଡ ବନଖଣ୍ଡକୁ ଲାଗିକରି ରହିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନଖଣ୍ଡ। ଏଣୁ ଉଭୟ ଜଙ୍ଗଲ ମଧ୍ୟରେ ହାତୀ ସହ ଅନ୍ୟ ଜୀବଜନ୍ତୁ ଚଳାଚଳ କରନ୍ତି।

ବାରମ୍ବାର ହାତୀ ମୃତ୍ୟୁ ଆଲୋଡନ ସୃଷ୍ଟି କରିଥିବାବେଳେ ଆହୁରି କେତେ ଯେ ହାତୀମାନଙ୍କୁ ହତ୍ୟା କରାଯାଇ କଙ୍କାଳ ଜଙ୍ଗଲରେ ପୋତାଯାଇଛି ତାହା କହିବା ମୁସ୍କିଲ ହୋଇପଡିଛି। ପୁଣି ଏକ ଗୁଳିବିଦ୍ଧ ଦନ୍ତା ମୃତ୍ୟୁବରଣ କରିବା ପରେ ଶିକାରୀମାନେ ଯେ ଏହି ଜଙ୍ଗଲ ଅଞ୍ଚଳରେ ବେଶ ସକ୍ରିୟ ଅଛନ୍ତି ତାହା ସ୍ପଷ୍ଟ ହୋଇଛି। ବନଖଣ୍ଡରେ ୨୦ରୁ ଅଧିକ ଫରେଷ୍ଟ ଗାର୍ଡ ପଦବୀ ଖାଲି ପଡିଥିବା ବେଳେ ଏହା ମଧ୍ୟ ବନବିଭାଗ ପାଇଁ ସମସ୍ୟା ହୋଇଛି। ଜଙ୍ଗଲ ବିଭାଗ ସହ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଆଗକୁ କିପରି ହାତୀ ଶିକାର ପଛରେ ଥିବା ରାକେଟକୁ ଠାବ କରାଯାଇପାରୁଛି ତାହା ଦେଖିବାକୁ ବାକି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର