ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଶିବସୈନିକଙ୍କ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ; ଥରେ ନିଆଁ ଲାଗିଲେ ଲିଭିବ ନାହିଁ: ସଞ୍ଜୟ ରାଉତ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ମହାନାଟକ ଥମିବାର ନାଁ ଧରୁନାହିଁ । ଶିବସେନାରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ମହାନାଟକ ସଂପ୍ରତି ଦେଶ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛି ଶିବସେନା । ପାର୍ଟି ନେତା ସଞ୍ଜୟ ରାଉତ କହିଛନ୍ତି, ଆମେ ବିଦ୍ରୋହୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ । ବିଦ୍ରୋହୀଙ୍କ ହିସାବ ନିକାଶ କରାଯିବ । […]

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ମହାନାଟକ ଥମିବାର ନାଁ ଧରୁନାହିଁ । ଶିବସେନାରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ମହାନାଟକ ସଂପ୍ରତି ଦେଶ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛି ଶିବସେନା । ପାର୍ଟି ନେତା ସଞ୍ଜୟ ରାଉତ କହିଛନ୍ତି, ଆମେ ବିଦ୍ରୋହୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ । ବିଦ୍ରୋହୀଙ୍କ ହିସାବ ନିକାଶ କରାଯିବ ।

ଆହୁରି ପଢ଼ନ୍ତୁ: ଏୟାର ଶୋ' ବେଳେ ମଝି ଆକାଶରେ ପିଟି ହେଲେ ଆମେରିକା ନୌସେନାର ଦୁଇ ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ୪ ପାଇଲଟ୍

ଏସବୁ ଭିତରେ ଉଦ୍ଧବ ସମର୍ଥକ ଶିବସେନାର କର୍ମମାନେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ସାୱନ୍ତ ବର୍ତ୍ତମାନ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଆସାମର ଗୌହାଟୀରେ ରହିଛନ୍ତି। ହେଲେ ପୁଣେର କତ୍ରାଜ ଅନ୍ତର୍ଗତ ବାଲାଜୀରେ ଥିବା ତାଙ୍କ ଅଫିସରେ ଶିବସେନାର କର୍ମୀମାନେ ପଶି ତୁମୁଳକାଣ୍ଡ ଘଟାଇଛନ୍ତି। ସେମାନେ ଅଫିସରେ ଭଙ୍ଗାରୁଜା କରିବା ସହ ଆସବାବପତ୍ରକୁ ନଷ୍ଟ କରି ଦେଇଛନ୍ତି। ଭଙ୍ଗାରୁଜା କରିଥିବା କର୍ମୀମାନେ ଏହା ଆରମ୍ଭ ମାତ୍ର କହିଛନ୍ତି। ସେମାନେ କହିଛନ୍ତି, “ବାଲାସାହେବ ଠାକରେ ପୁଣେରେ ଜନ୍ମ ଗ୍ରହଣ କରିଥିଲେ। ଆଉ ସବୁ କିଛି ପୁଣେରୁ ଆରମ୍ଭ ହୋଇଛି। ବିଦ୍ରୋହୀ ବିଧାୟକମାନେ ରାସ୍ତାରେ ଚାଲି ପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ

ଅନ୍ୟପକ୍ଷରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜାକୁ ପରୋକ୍ଷରେ ସମର୍ଥନ କରିଛନ୍ତି ଦଳର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ। ସଞ୍ଜୟ ରାଉତ କହିଛନ୍ତି ଯେ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବେନାହିଁ ଏବଂ ଶିବସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ‘ଶିବସେନା’ର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇ କହିଛନ୍ତି। ସେପଟେ ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ଜଣେ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ। ଥରେ ନିଆଁ ଲାଗିଲେ ଲିଭିବ ନାହିଁ। ଶିବସେନା ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ । ଦଳୀୟ କର୍ମୀଙ୍କ ଆକ୍ରୋଶକୁ ରୋକିବା ଅସମ୍ଭବ। ଆଜିର ଭଙ୍ଗାରୁଜା ଶିବ ସୈନିକଙ୍କ ଆକ୍ରୋଶର ପ୍ରତିଫଳନ। ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିବାରେ ଲାଗିଛି। ଏଯାଏ ଶିବ ସୈନିକ ରାସ୍ତାକୁ ଓହ୍ଲାଇ ନାହାନ୍ତି। ଯଦି ସେମାନେ ଆସିବେ, ତା’ହେଲେ ରାସ୍ତାରେ ନିଆଁ ଜଳିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ଥାନା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ; ୩ଗିରଫ, ୧୫ ଗାଡି ଜବତ

25 Jun 2022 By The Sakala

ଶିବସୈନିକଙ୍କ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ; ଥରେ ନିଆଁ ଲାଗିଲେ ଲିଭିବ ନାହିଁ: ସଞ୍ଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ମହାନାଟକ ଥମିବାର ନାଁ ଧରୁନାହିଁ । ଶିବସେନାରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ଼ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ମହାନାଟକ ସଂପ୍ରତି ଦେଶ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛି ଶିବସେନା । ପାର୍ଟି ନେତା ସଞ୍ଜୟ ରାଉତ କହିଛନ୍ତି, ଆମେ ବିଦ୍ରୋହୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ । ବିଦ୍ରୋହୀଙ୍କ ହିସାବ ନିକାଶ କରାଯିବ ।

ଏସବୁ ଭିତରେ ଉଦ୍ଧବ ସମର୍ଥକ ଶିବସେନାର କର୍ମମାନେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି। ସାୱନ୍ତ ବର୍ତ୍ତମାନ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଆସାମର ଗୌହାଟୀରେ ରହିଛନ୍ତି। ହେଲେ ପୁଣେର କତ୍ରାଜ ଅନ୍ତର୍ଗତ ବାଲାଜୀରେ ଥିବା ତାଙ୍କ ଅଫିସରେ ଶିବସେନାର କର୍ମୀମାନେ ପଶି ତୁମୁଳକାଣ୍ଡ ଘଟାଇଛନ୍ତି। ସେମାନେ ଅଫିସରେ ଭଙ୍ଗାରୁଜା କରିବା ସହ ଆସବାବପତ୍ରକୁ ନଷ୍ଟ କରି ଦେଇଛନ୍ତି। ଭଙ୍ଗାରୁଜା କରିଥିବା କର୍ମୀମାନେ ଏହା ଆରମ୍ଭ ମାତ୍ର କହିଛନ୍ତି। ସେମାନେ କହିଛନ୍ତି, “ବାଲାସାହେବ ଠାକରେ ପୁଣେରେ ଜନ୍ମ ଗ୍ରହଣ କରିଥିଲେ। ଆଉ ସବୁ କିଛି ପୁଣେରୁ ଆରମ୍ଭ ହୋଇଛି। ବିଦ୍ରୋହୀ ବିଧାୟକମାନେ ରାସ୍ତାରେ ଚାଲି ପାରିବେ ନାହିଁ।

ଅନ୍ୟପକ୍ଷରେ ଶିବସେନା କର୍ମୀଙ୍କ ଭଙ୍ଗାରୁଜାକୁ ପରୋକ୍ଷରେ ସମର୍ଥନ କରିଛନ୍ତି ଦଳର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ। ସଞ୍ଜୟ ରାଉତ କହିଛନ୍ତି ଯେ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବେନାହିଁ ଏବଂ ଶିବସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ‘ଶିବସେନା’ର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇ କହିଛନ୍ତି। ସେପଟେ ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ଜଣେ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ। ଥରେ ନିଆଁ ଲାଗିଲେ ଲିଭିବ ନାହିଁ। ଶିବସେନା ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ । ଦଳୀୟ କର୍ମୀଙ୍କ ଆକ୍ରୋଶକୁ ରୋକିବା ଅସମ୍ଭବ। ଆଜିର ଭଙ୍ଗାରୁଜା ଶିବ ସୈନିକଙ୍କ ଆକ୍ରୋଶର ପ୍ରତିଫଳନ। ଲୋକଙ୍କ ଧୈର୍ଯ୍ୟ ଭାଙ୍ଗିବାରେ ଲାଗିଛି। ଏଯାଏ ଶିବ ସୈନିକ ରାସ୍ତାକୁ ଓହ୍ଲାଇ ନାହାନ୍ତି। ଯଦି ସେମାନେ ଆସିବେ, ତା’ହେଲେ ରାସ୍ତାରେ ନିଆଁ ଜଳିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର