୨୦୨୩ ଜୁନ୍ ମାସ ସୁଦ୍ଧା ଶେଷ ହେବ କଳିଙ୍ଗ ଷ୍ଟୁଡିଓର ନବକଳେବର କାର୍ଯ୍ୟ

The Sakala Picture
Published On

ଭୁବନେଶ୍ୱର : 2023 ଜୁନ୍ ମାସ ସୁଦ୍ଧା ଶେଷ ହେବ କଳିଙ୍ଗ ଷ୍ଟୁଡିଓର ନବକଳେବର କାର୍ଯ୍ୟ। ୨୬ଏକର ଜମିରେ ୪ଟି ଷ୍ଟେଜରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ। କଳିଙ୍ଗ ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୧୫୦କୋଟିର ଅନୁଦାନ ଦେଇଛନ୍ତି । ଚଳଚିତ୍ର ନିର୍ମାଣ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ, ଷ୍ଟୁଡିଓ ପରିସରରେ ୬ଟି ବଡ଼ ପରଦା ବିଶିଷ୍ଟ ମଲ୍ଟିପ୍ଲେକ୍ସ ନିର୍ମାଣ ହେବ । ଜନସାଧାରଣ ଟିକେଟ ଦେଇ ବୁଲିପରିବେ କଳିଙ୍ଗ ଷ୍ଟୁଡିଓ, ଷ୍ଟୁଡିଓରେ ରହିବ ୪ଟି […]

ଭୁବନେଶ୍ୱର : 2023 ଜୁନ୍ ମାସ ସୁଦ୍ଧା ଶେଷ ହେବ କଳିଙ୍ଗ ଷ୍ଟୁଡିଓର ନବକଳେବର କାର୍ଯ୍ୟ। ୨୬ଏକର ଜମିରେ ୪ଟି ଷ୍ଟେଜରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ। କଳିଙ୍ଗ ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୧୫୦କୋଟିର ଅନୁଦାନ ଦେଇଛନ୍ତି । ଚଳଚିତ୍ର ନିର୍ମାଣ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ, ଷ୍ଟୁଡିଓ ପରିସରରେ ୬ଟି ବଡ଼ ପରଦା ବିଶିଷ୍ଟ ମଲ୍ଟିପ୍ଲେକ୍ସ ନିର୍ମାଣ ହେବ । ଜନସାଧାରଣ ଟିକେଟ ଦେଇ ବୁଲିପରିବେ କଳିଙ୍ଗ ଷ୍ଟୁଡିଓ, ଷ୍ଟୁଡିଓରେ ରହିବ ୪ଟି ସ୍ୱତନ୍ତ୍ର ଗେଟ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ। ରମୋଜି ଫିଲ୍ମ ସିଟି ଭଳି କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ଵଳ୍ପ ଜାମିରେ ସବୁ ରଖିବାକୁ ଚେଷ୍ଟା ହେଉଛି । ଆଗକୁ ଫିଲ୍ମ ସିଟି ପାଇଁ ନିଗମ ପକ୍ଷରୁ ବିସ୍ତୀର୍ଣ୍ଣ ଜମି ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ସାଙ୍ଗକୁ କଳିଙ୍ଗ ଷ୍ଟୁଡ଼ିଓର ନବକଳେବର ପାଇଁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦କୋଟି ଆର୍ଥିକ ଅନୁଦାନ ଯୋଗାଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଫିଲ୍ମ ସିଟି ନିର୍ମାଣ ପାଇଁ ନିଗମ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏଥିପାଇଁ ଅର୍ଥ କିମ୍ବା ଜମିର ଅଭାବ ରହିବ ନାହିଁ ବୋଲି କହିଛନ୍ତି ପ୍ରମୁଖ ସଚିବ ହେମନ୍ତ ଶର୍ମା।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର