ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ପିପିଲି ଉପନିର୍ବାଚନ; ବିଜେଡ଼ି ସୁପ୍ରିମୋଙ୍କ ଠାରୁ ଟିକେଟ୍ ନେଲେ ରୁଦ୍ର ମହାରଥୀ

The Sakala Picture
Published On

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେଇଛି । ରୁଦ୍ର ଆଜି ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଟିକେଟ୍ ନେଇଛନ୍ତି । ଆସନ୍ତା ମଙ୍ଗଳବାର ଅର୍ଥାତ ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ରୁଦ୍ର କହିଛନ୍ତି । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, […]

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେଇଛି । ରୁଦ୍ର ଆଜି ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଟିକେଟ୍ ନେଇଛନ୍ତି । ଆସନ୍ତା ମଙ୍ଗଳବାର ଅର୍ଥାତ ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +2 ପରୀକ୍ଷା ଫଳ; ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ

ଆହୁରି ପଢ଼ନ୍ତୁ: ବ୍ରହ୍ମପୁର ଗିରିରୋଡ ଆକ୍ରମଣ ଘଟଣା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୁକେଶ ସାହୁ ଆହତ

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ରୁଦ୍ର କହିଛନ୍ତି । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର । ସେହିଭଳି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ମଧ୍ୟ ପରିବାର ଏକାଠି ହୋଇ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଗତଥର ଅପେକ୍ଷା ଆହୁରି ଅଧିକ ଭୋଟରେ ରୁଦ୍ର ଜିତିବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ମୃତ

ନବୀନ ନିବାସରେ ଦେବୀ ମିଶ୍ର, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରୁଦ୍ର ଭଉଣୀ ପଲ୍ଲବୀଙ୍କ ସହ ମିଶି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଟିକେଟ୍ ଗ୍ରହଣ କରିଛନ୍ତି । ରୁଦ୍ର ଟିକେଟ୍ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ।

28 Mar 2021 By The Sakala

ପିପିଲି ଉପନିର୍ବାଚନ; ବିଜେଡ଼ି ସୁପ୍ରିମୋଙ୍କ ଠାରୁ ଟିକେଟ୍ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେଇଛି । ରୁଦ୍ର ଆଜି ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଟିକେଟ୍ ନେଇଛନ୍ତି । ଆସନ୍ତା ମଙ୍ଗଳବାର ଅର୍ଥାତ ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ ।

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ରୁଦ୍ର କହିଛନ୍ତି । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର । ସେହିଭଳି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ମଧ୍ୟ ପରିବାର ଏକାଠି ହୋଇ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି । ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଗତଥର ଅପେକ୍ଷା ଆହୁରି ଅଧିକ ଭୋଟରେ ରୁଦ୍ର ଜିତିବେ ବୋଲି କହିଛନ୍ତି ।

ନବୀନ ନିବାସରେ ଦେବୀ ମିଶ୍ର, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରୁଦ୍ର ଭଉଣୀ ପଲ୍ଲବୀଙ୍କ ସହ ମିଶି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଟିକେଟ୍ ଗ୍ରହଣ କରିଛନ୍ତି । ରୁଦ୍ର ଟିକେଟ୍ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର