ନିଟ୍‍ ୟୁଜି ପ୍ରବେଶିକା ଲାଗି ସର୍ବାଧିକ ବୟସ କଟକଣା ଉଚ୍ଛେଦ

The Sakala Picture
Published On

ଭୁବନେଶ୍ୱର : ଏଣିକି ମେଡିକାଲ୍‍ ଶିକ୍ଷା ପାଇଁ ବୟସ ବାଧକ ହେବନି। ନିଟ୍‍(ୟୁଜି) ପ୍ରବେଶିକା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ସର୍ବାଧିକ ବୟସ ସୀମାକୁ ଜାତୀୟ ମେଡିକାଲ୍‍ କମିଶନ(ଏନଏମସି) ପକ୍ଷରୁ ଉଚ୍ଛେଦ କରାଯାଇଛି। ଏନଏମସି ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେଡିକାଲ୍‍ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ଏନଟିଏକୁ ସର୍ବାଧିକ ବୟସସୀମା କଟକଣା ଉଚ୍ଛେଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନଏମସି ସଚିବ ଡା. ପୁଲକେଶ କୁମାର ଏନେଇ ଏନଟିଏର ନିର୍ଦ୍ଦେଶକଙ୍କୁ ଚିଠି […]

ଭୁବନେଶ୍ୱର : ଏଣିକି ମେଡିକାଲ୍‍ ଶିକ୍ଷା ପାଇଁ ବୟସ ବାଧକ ହେବନି। ନିଟ୍‍(ୟୁଜି) ପ୍ରବେଶିକା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ସର୍ବାଧିକ ବୟସ ସୀମାକୁ ଜାତୀୟ ମେଡିକାଲ୍‍ କମିଶନ(ଏନଏମସି) ପକ୍ଷରୁ ଉଚ୍ଛେଦ କରାଯାଇଛି। ଏନଏମସି ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେଡିକାଲ୍‍ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ଏନଟିଏକୁ ସର୍ବାଧିକ ବୟସସୀମା କଟକଣା ଉଚ୍ଛେଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନଏମସି ସଚିବ ଡା. ପୁଲକେଶ କୁମାର ଏନେଇ ଏନଟିଏର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଡା. କୁମାର ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ଏନଏମସି ୪ର୍ଥ ବୈଠକରେ ନିଟ୍‍ ପ୍ରବେଶିକା ପାଇଁ ସର୍ବାଧିକ ବୟସସୀମା ଧାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ତେଣୁ ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସସୀମା କଟକଣାକୁ ଉଚ୍ଛେଦ କରିବାକୁ ସଚିବ ଚିଠିରେ ଦର୍ଶାଇଛନ୍ତି। ଏଥି ସହିତ ଗ୍ରାଜୁଏଟ ମେଡିକାଲ୍‍ ଶିକ୍ଷା ଅଧିନିୟମ ୧୯୯୭କୁ ପରିବର୍ତ୍ତନ କରି ସଂଶୋଧିକ ବିଜ୍ଞପ୍ତି କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଥାଉକି ପୂର୍ବରୁ ନିଟ୍‍ ପ୍ରବେଶିକା ପାଇଁ ସାଧାରଣ ବର୍ଗର ପିଲାଙ୍କ ପାଇଁ ସର୍ବାଧିକ ୨୫ ବର୍ଷ ଏବଂ ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗର ପିଲାଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ନିର୍ଦ୍ଧାରିତ ହୋଇଥିଲା। ନିଟ୍‍ ପ୍ରବେଶିକାରେ ସର୍ବାଧିକ ବୟସ ସୀମା ଉଚ୍ଛେଦ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟ ମଧ୍ୟ ଟ୍ୱିଟ୍‍ ଯୋଗେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

10 Mar 2022 By The Sakala

ନିଟ୍‍ ୟୁଜି ପ୍ରବେଶିକା ଲାଗି ସର୍ବାଧିକ ବୟସ କଟକଣା ଉଚ୍ଛେଦ

ଭୁବନେଶ୍ୱର : ଏଣିକି ମେଡିକାଲ୍‍ ଶିକ୍ଷା ପାଇଁ ବୟସ ବାଧକ ହେବନି। ନିଟ୍‍(ୟୁଜି) ପ୍ରବେଶିକା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ସର୍ବାଧିକ ବୟସ ସୀମାକୁ ଜାତୀୟ ମେଡିକାଲ୍‍ କମିଶନ(ଏନଏମସି) ପକ୍ଷରୁ ଉଚ୍ଛେଦ କରାଯାଇଛି। ଏନଏମସି ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେଡିକାଲ୍‍ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ଏନଟିଏକୁ ସର୍ବାଧିକ ବୟସସୀମା କଟକଣା ଉଚ୍ଛେଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନଏମସି ସଚିବ ଡା. ପୁଲକେଶ କୁମାର ଏନେଇ ଏନଟିଏର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଡା. କୁମାର ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ଏନଏମସି ୪ର୍ଥ ବୈଠକରେ ନିଟ୍‍ ପ୍ରବେଶିକା ପାଇଁ ସର୍ବାଧିକ ବୟସସୀମା ଧାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।

ତେଣୁ ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତିରେ ସର୍ବାଧିକ ବୟସସୀମା କଟକଣାକୁ ଉଚ୍ଛେଦ କରିବାକୁ ସଚିବ ଚିଠିରେ ଦର୍ଶାଇଛନ୍ତି। ଏଥି ସହିତ ଗ୍ରାଜୁଏଟ ମେଡିକାଲ୍‍ ଶିକ୍ଷା ଅଧିନିୟମ ୧୯୯୭କୁ ପରିବର୍ତ୍ତନ କରି ସଂଶୋଧିକ ବିଜ୍ଞପ୍ତି କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନାଥାଉକି ପୂର୍ବରୁ ନିଟ୍‍ ପ୍ରବେଶିକା ପାଇଁ ସାଧାରଣ ବର୍ଗର ପିଲାଙ୍କ ପାଇଁ ସର୍ବାଧିକ ୨୫ ବର୍ଷ ଏବଂ ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗର ପିଲାଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ନିର୍ଦ୍ଧାରିତ ହୋଇଥିଲା। ନିଟ୍‍ ପ୍ରବେଶିକାରେ ସର୍ବାଧିକ ବୟସ ସୀମା ଉଚ୍ଛେଦ କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟ ମଧ୍ୟ ଟ୍ୱିଟ୍‍ ଯୋଗେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର