ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌: ରାକୁଲ ପ୍ରୀତ୍‌, ରାଣା ଦାଗୁବତି, ରବି ତେଜାଙ୍କୁ ଇଡିର ସମନ୍

The Sakala Picture
Published On

ହାଇଦରାବାଦ: ବଲିଉଡ ପରେ ଏବେ ଟଲିଉଡ୍‌ ସେଲିବ୍ରିଟି ଡ୍ରଗ୍ସ ମାମଲାରେ ଫସିଛନ୍ତି। ଚାରି ବର୍ଷ ତଳର ଏକ ଡ୍ରଗ୍ସ ମାମଲା ଟଲିଉଡ ସେଲିବ୍ରିଟିଙ୍କ ସମସ୍ୟା ବୃଦ୍ଧି କରିଛି। ଡ୍ରଗ୍ସ କାରବାର ଏବଂ ବ୍ୟବହାର ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୨ ଜଣ ଟଲିଉଡ ସେଲିବ୍ରିଟିଙ୍କୁ ସମନ ଜାରି କରିଛି। ଇଡି ଆସନ୍ତା ୩୧ ତାରିଖରେ ହଜାର ହେବାକୁ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସମନ କରିଛି। ଏହା ସହିତ ଟଲିଉଡ ଅଭିନେତ୍ରୀ ରାକୁଲ […]

ହାଇଦରାବାଦ: ବଲିଉଡ ପରେ ଏବେ ଟଲିଉଡ୍‌ ସେଲିବ୍ରିଟି ଡ୍ରଗ୍ସ ମାମଲାରେ ଫସିଛନ୍ତି। ଚାରି ବର୍ଷ ତଳର ଏକ ଡ୍ରଗ୍ସ ମାମଲା ଟଲିଉଡ ସେଲିବ୍ରିଟିଙ୍କ ସମସ୍ୟା ବୃଦ୍ଧି କରିଛି। ଡ୍ରଗ୍ସ କାରବାର ଏବଂ ବ୍ୟବହାର ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୨ ଜଣ ଟଲିଉଡ ସେଲିବ୍ରିଟିଙ୍କୁ ସମନ ଜାରି କରିଛି। ଇଡି ଆସନ୍ତା ୩୧ ତାରିଖରେ ହଜାର ହେବାକୁ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସମନ କରିଛି। ଏହା ସହିତ ଟଲିଉଡ ଅଭିନେତ୍ରୀ ରାକୁଲ ପ୍ରିତ୍ ସିଂହ, ଅଭିନେତା ରବି ତେଜା, ଚାରମଇ କୌର, ନଭଦୀପ, ମୁମୈଥ ଖାନ, ତାନିସ, ନନ୍ଦୁ, ତରୁଣ ଏବଂ ବାହୁବଳୀ ଅଭିନେତା ରାଣା ଦାଗୁବତୀଙ୍କୁ ମଧ୍ୟ ସମନ କରାଯାଇଛି। ରବି ତେଜାଙ୍କ ଡ୍ରାଇଭର ଶ୍ରୀନିବାସ ଏବଂ ଏଫ କ୍ଲବର ସାଧାରଣ ପରିଚାଳକ(ଜିଏମ) ଭାବେ କାର୍ଯ୍ୟ କରିଥିବା ଜଣେ ଅଜ୍ଞାତ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେପ୍ଟେମ୍ବର ୨ରୁ ୨୨ ମଧ୍ୟରେ ହାଜର ହେବା ପାଇଁ ସେମାନଙ୍କୁ ସମନ କୁହାଯାଇଛି। ଏହି ମାମଲାର ତଦନ୍ତ କରୁଥିବା ଅବକାରୀ ବିଭାଗର ଅଧିକାରୀଙ୍କ ମଧ୍ୟ ଇଡି ସମନ କରିଛି।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)ପ୍ରମାଣ ଅଭାବ ଯୋଗୁଁ ଅଭିନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା; କିନ୍ତୁ ସେମାନଙ୍କୁ ପଚରାଉଚୁରା କରିଥିଲା। ଚାର୍ଜସିଟ୍‌ ଦାଖଲ ହୋଇନଥିବାରୁ ପରୋକ୍ଷରେ ସେମାନଙ୍କୁ କ୍ଲିନଚିଟ୍‌ ଦିଆଯାଇଛି ବୋଲି ଧରାଯାଇଥିଲା। ଜଣେ ଇଡି ଅଧିକାରୀ କହିଛନ୍ତି ଯେ ତେଲଙ୍ଗାନା ଅବକାରୀ ଏବଂ ନିଷେଧ ବିଭାଗ ପ୍ରାୟ ୧୨ଟି ମାମଲା ରୁଜୁ କରି ୧୧ ଚାର୍ଜସିଟ୍‌ ଦାଖଲ କରିଥିଲା। ସେତେବେଳେ ୯ ଜଣ ଲୋକଙ୍କ ବିରୋଧରେ ଦଫା ଧାର୍ଯ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟକାଟିଆ ନିଶା ବ୍ୟବସାୟୀ ଥିଲେ। ଏହି ମାମଲାରେ ଅବକାରୀ ଅଧିକାରୀଙ୍କୁ ସାକ୍ଷୀ ଭାବେ ଡକାଯାଇଛି। ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଟଲିଉଡ ସେଲିବ୍ରିଟିଙ୍କୁ ସାକ୍ଷୀ ଭାବେ ଧରାଯିବ। ତଦନ୍ତରୁ ସେମାନଙ୍କ ନାମ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ରାକୁଲ ପ୍ରୀତିଙ୍କୁ ସେପ୍ଟେମ୍ବର ୬ରେ, ରାଣା ଦାଗୁବତିଙ୍କୁ ୮ରେ, ରବି ତେଜାଙ୍କୁ ୯ରେ ଏବଂ ମୁମୈଥ ଖାନଙ୍କୁ ନଭେମ୍ବର ୧୫ରେ ହାଜର ହେବାକୁ କୁହାଯାଇଛି। ଏସଆଇଟି ୨୦୧୭ ଜୁଲାଇରେ ସେଲିବ୍ରିଟିଙ୍କ ସମେତ ୬୨ ସନ୍ଦିଗ୍ଧଙ୍କ କେଶ ଏବଂ ନଖ ନମୁନା ସଂଗ୍ରହ କରିଥିଲା। ତେବେ ଏ ପର୍ଯ୍ୟନ୍ତ ତାହାର କୌଣସି ତଥ୍ୟ ପ୍ରକାଶ ପାଇନାହିଁ। ଦକ୍ଷିଣ ଆଫ୍ରିକା ନାଗରିକ ରାଫେଲ ଆଲେକ୍ସ ଭିକ୍ଟରଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ ହୋଇଛି। ସେ ବିକ୍ରି ଉଦେଶ୍ୟରେ ମୁମ୍ବଇରୁ ହାଇଦରାବାଦ କୋକେନ ଚାଲାଣ କରିଥିବା ଅଭିଯୋଗ ହୋଇଛି। ରାଫେଲକୁ ୨୦୧୭ ଅଗଷ୍ଟରେ ଗିରଫ କରାଯାଇଥିଲା। ଅନେକ ମାମଲାରେ ତଳ ସ୍ତରର ଆଫ୍ରିକୀୟ ନିଶା ବ୍ୟବସାୟୀଙ୍କ ନାମ ରହିଛି। ଅଭିଯୁକ୍ତଙ୍କୁ ଏସଆଇଟି ପଚରାଉଚୁରା କରିବା ସମୟରେ ଏଥିରେ କୌଣସି ଭୂମିକା ନାହିଁ ବୋଲି ଅଭିନେତାମାନେ କହିଥିଲେ। ନବଦୀପ ଏବଂ ତରୁଣ ମଧ୍ୟ ଅଭିଯୋଗକୁ ଟ୍ବିଟ କରି ଖଣ୍ଡନ କରିଥିଲେ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

26 Aug 2021 By The Sakala

ବଲିଉଡ୍‌ ପରେ ଡ୍ରଗ୍ସ ପଞ୍ଝାରେ ଟଲିଉଡ୍‌: ରାକୁଲ ପ୍ରୀତ୍‌, ରାଣା ଦାଗୁବତି, ରବି ତେଜାଙ୍କୁ ଇଡିର ସମନ୍

ହାଇଦରାବାଦ: ବଲିଉଡ ପରେ ଏବେ ଟଲିଉଡ୍‌ ସେଲିବ୍ରିଟି ଡ୍ରଗ୍ସ ମାମଲାରେ ଫସିଛନ୍ତି। ଚାରି ବର୍ଷ ତଳର ଏକ ଡ୍ରଗ୍ସ ମାମଲା ଟଲିଉଡ ସେଲିବ୍ରିଟିଙ୍କ ସମସ୍ୟା ବୃଦ୍ଧି କରିଛି। ଡ୍ରଗ୍ସ କାରବାର ଏବଂ ବ୍ୟବହାର ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୨ ଜଣ ଟଲିଉଡ ସେଲିବ୍ରିଟିଙ୍କୁ ସମନ ଜାରି କରିଛି। ଇଡି ଆସନ୍ତା ୩୧ ତାରିଖରେ ହଜାର ହେବାକୁ ଟଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସମନ କରିଛି। ଏହା ସହିତ ଟଲିଉଡ ଅଭିନେତ୍ରୀ ରାକୁଲ ପ୍ରିତ୍ ସିଂହ, ଅଭିନେତା ରବି ତେଜା, ଚାରମଇ କୌର, ନଭଦୀପ, ମୁମୈଥ ଖାନ, ତାନିସ, ନନ୍ଦୁ, ତରୁଣ ଏବଂ ବାହୁବଳୀ ଅଭିନେତା ରାଣା ଦାଗୁବତୀଙ୍କୁ ମଧ୍ୟ ସମନ କରାଯାଇଛି। ରବି ତେଜାଙ୍କ ଡ୍ରାଇଭର ଶ୍ରୀନିବାସ ଏବଂ ଏଫ କ୍ଲବର ସାଧାରଣ ପରିଚାଳକ(ଜିଏମ) ଭାବେ କାର୍ଯ୍ୟ କରିଥିବା ଜଣେ ଅଜ୍ଞାତ ବ୍ୟକ୍ତି ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେପ୍ଟେମ୍ବର ୨ରୁ ୨୨ ମଧ୍ୟରେ ହାଜର ହେବା ପାଇଁ ସେମାନଙ୍କୁ ସମନ କୁହାଯାଇଛି। ଏହି ମାମଲାର ତଦନ୍ତ କରୁଥିବା ଅବକାରୀ ବିଭାଗର ଅଧିକାରୀଙ୍କ ମଧ୍ୟ ଇଡି ସମନ କରିଛି।

ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଅବକାରୀ ବିଭାଗର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)ପ୍ରମାଣ ଅଭାବ ଯୋଗୁଁ ଅଭିନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା; କିନ୍ତୁ ସେମାନଙ୍କୁ ପଚରାଉଚୁରା କରିଥିଲା। ଚାର୍ଜସିଟ୍‌ ଦାଖଲ ହୋଇନଥିବାରୁ ପରୋକ୍ଷରେ ସେମାନଙ୍କୁ କ୍ଲିନଚିଟ୍‌ ଦିଆଯାଇଛି ବୋଲି ଧରାଯାଇଥିଲା। ଜଣେ ଇଡି ଅଧିକାରୀ କହିଛନ୍ତି ଯେ ତେଲଙ୍ଗାନା ଅବକାରୀ ଏବଂ ନିଷେଧ ବିଭାଗ ପ୍ରାୟ ୧୨ଟି ମାମଲା ରୁଜୁ କରି ୧୧ ଚାର୍ଜସିଟ୍‌ ଦାଖଲ କରିଥିଲା। ସେତେବେଳେ ୯ ଜଣ ଲୋକଙ୍କ ବିରୋଧରେ ଦଫା ଧାର୍ଯ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟକାଟିଆ ନିଶା ବ୍ୟବସାୟୀ ଥିଲେ। ଏହି ମାମଲାରେ ଅବକାରୀ ଅଧିକାରୀଙ୍କୁ ସାକ୍ଷୀ ଭାବେ ଡକାଯାଇଛି। ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଟଲିଉଡ ସେଲିବ୍ରିଟିଙ୍କୁ ସାକ୍ଷୀ ଭାବେ ଧରାଯିବ। ତଦନ୍ତରୁ ସେମାନଙ୍କ ନାମ ସାମ୍ନାକୁ ଆସିଛି।

ରାକୁଲ ପ୍ରୀତିଙ୍କୁ ସେପ୍ଟେମ୍ବର ୬ରେ, ରାଣା ଦାଗୁବତିଙ୍କୁ ୮ରେ, ରବି ତେଜାଙ୍କୁ ୯ରେ ଏବଂ ମୁମୈଥ ଖାନଙ୍କୁ ନଭେମ୍ବର ୧୫ରେ ହାଜର ହେବାକୁ କୁହାଯାଇଛି। ଏସଆଇଟି ୨୦୧୭ ଜୁଲାଇରେ ସେଲିବ୍ରିଟିଙ୍କ ସମେତ ୬୨ ସନ୍ଦିଗ୍ଧଙ୍କ କେଶ ଏବଂ ନଖ ନମୁନା ସଂଗ୍ରହ କରିଥିଲା। ତେବେ ଏ ପର୍ଯ୍ୟନ୍ତ ତାହାର କୌଣସି ତଥ୍ୟ ପ୍ରକାଶ ପାଇନାହିଁ। ଦକ୍ଷିଣ ଆଫ୍ରିକା ନାଗରିକ ରାଫେଲ ଆଲେକ୍ସ ଭିକ୍ଟରଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ ହୋଇଛି। ସେ ବିକ୍ରି ଉଦେଶ୍ୟରେ ମୁମ୍ବଇରୁ ହାଇଦରାବାଦ କୋକେନ ଚାଲାଣ କରିଥିବା ଅଭିଯୋଗ ହୋଇଛି। ରାଫେଲକୁ ୨୦୧୭ ଅଗଷ୍ଟରେ ଗିରଫ କରାଯାଇଥିଲା। ଅନେକ ମାମଲାରେ ତଳ ସ୍ତରର ଆଫ୍ରିକୀୟ ନିଶା ବ୍ୟବସାୟୀଙ୍କ ନାମ ରହିଛି। ଅଭିଯୁକ୍ତଙ୍କୁ ଏସଆଇଟି ପଚରାଉଚୁରା କରିବା ସମୟରେ ଏଥିରେ କୌଣସି ଭୂମିକା ନାହିଁ ବୋଲି ଅଭିନେତାମାନେ କହିଥିଲେ। ନବଦୀପ ଏବଂ ତରୁଣ ମଧ୍ୟ ଅଭିଯୋଗକୁ ଟ୍ବିଟ କରି ଖଣ୍ଡନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର