ଜ୍ୟାକଲିନ୍‌ଙ୍କ ପାଇଁ ଜେଲରୁ ଆସିଲା ଭାଲେଣ୍ଟାଇନ୍ସ ଗିଫ୍ଟ: ସୁକେଶ ଦେଲେ ହେଲିକପ୍ଟର, ଲେଖିଲେ ପ୍ରେମ ପତ୍ର

Suryakanta Picture
Published On

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତିହାର୍ ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଭାଲେଣ୍ଟାଇନ୍ସ ଡେ ଅବସରରେ ଜ୍ୟାକଲିନ୍‌ଙ୍କ ପାଇଁ ଏକ ବିଶେଷ ଉପହାର ପଠାଇଛନ୍ତି। ରିପୋର୍ଟ ଅନୁଯାୟୀ, ସୁକେଶ ଜେଲରୁ ଅଭିନେତ୍ରୀଙ୍କୁ ଏକ ‘ଲଭ୍ ଲେଟର’ ଲେଖିବା ସହ ଏକ ଦାମୀ ହେଲିକପ୍ଟର ଉପହାର ଦେଇଥିବା ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

୨୦୨୬ ଭାଲେଣ୍ଟାଇନ୍ସ ପାଇଁ ହେଲିକପ୍ଟର ଭେଟି

ସୂଚନା ମୁତାବକ, ସୁକେଶ ଚନ୍ଦ୍ରଶେଖର ଏହି ଚିଠିରେ ଜ୍ୟାକଲିନ୍‌ଙ୍କୁ ‘ମାଇଁ ବେବି ବୋମ୍ମା’ ବୋଲି ସମ୍ବୋଧନ କରିଛନ୍ତି। ସେ ଦାବି କରିଛନ୍ତି ଯେ ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ସେ ଜ୍ୟାକଲିନ୍‌ଙ୍କୁ ଏକ ବିଳାସପୂର୍ଣ୍ଣ ‘ଏୟାରବସ୍ ହେଲିକପ୍ଟର’ (Airbus Helicopter) ଉପହାର ଦେଇଛନ୍ତି। ସୁକେଶ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏହି ଉପହାର ସମ୍ପୂର୍ଣ୍ଣ ବୈଧ ଏବଂ ଏଥିପାଇଁ ସମସ୍ତ ଟିକସ ପୈଠ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଚିଠିରେ କ’ଣ ଲେଖିଛନ୍ତି ସୁକେଶ?

ମଣ୍ଡୋଲି ଜେଲରୁ ଲେଖାଯାଇଥିବା ଏହି ଚିଠିରେ ସୁକେଶ ନିଜର ପ୍ରେମ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, “ତୁମେ ମୋ ଜୀବନର ସବୁଠାରୁ ସୁନ୍ଦର ଉପହାର। ଖୁବଶୀଘ୍ର ମୋର ଆଇନଗତ ସମସ୍ୟା ଦୂର ହେବ ଏବଂ ଆମେ ଏକାଠି ରହିବା।” ଗତ ବର୍ଷ (୨୦୨୫) ମଧ୍ୟ ସୁକେଶ ଜ୍ୟାକଲିନ୍‌ଙ୍କୁ ଏକ ‘ଗଲ୍ଫଷ୍ଟ୍ରିମ୍ ଜେଟ୍’ ଉପହାର ଦେଇଥିବା ଚର୍ଚ୍ଚା ହୋଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

WhatsApp Image 2026-02-14 at 4.40.53 PM

୨୦୦ କୋଟି ଟଙ୍କାର ଠକେଇ ମାମଲା

ଉଲ୍ଲେଖଯୋଗ୍ୟ ଯେ, ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି। ସେ ବାରମ୍ବାର ଜେଲରୁ ଜ୍ୟାକଲିନ୍‌ଙ୍କ ନିକଟକୁ ଚିଠି ଲେଖି ନିଜର ଭାବନା ପ୍ରକାଶ କରିଆସୁଛନ୍ତି। ତେବେ ଜ୍ୟାକଲିନ୍ ଏହି ସମ୍ପର୍କକୁ ନେଇ କୌଣସି ସର୍ବସାଧାରଣ ପ୍ରତିକ୍ରିୟା ଦେଇନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର