ନିଖୋଜ ଶିଶୁ ଉଦ୍ଧାର ନିମନ୍ତେ ପୁଲିସର ସ୍ୱତନ୍ତ୍ର ଅଭିଯାନ; ଉଦ୍ଧାର ହେଲେଣି ୧୬୦ ଶିଶୁ

The Sakala Picture
Published On

ଭୁବନେଶ୍ବର: ଓଡିଶା ପୁଲିସ ପକ୍ଷରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ତା ୨୮.୦୨.୨୦୨୧ ରିଖରୁ ୦୮.୦୩.୨୦୨୧ରିଖ ପର୍ଯ୍ଯନ୍ତ ନିଖୋଜ ଶିଶୁମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଚାରିଦିନରେ ଓଡିଶା ପୁଲିସ ପକ୍ଷରୁ ୧୬୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେଥି ମଧ୍ୟରେ ୧୩୮ ଜଣ ବାଳିକା ଓ ୨୨ ଜଣ ବାଳକ ଉଦ୍ଧାର ହୋଇଛନ୍ତି। ଉପରୋକ୍ତ ଶିଶୁମାନଙ୍କ ନିଖୋଜ ସଂକ୍ରାନ୍ତରେ ବିଭିନ୍ନ ଥାନାରେ […]

ଭୁବନେଶ୍ବର: ଓଡିଶା ପୁଲିସ ପକ୍ଷରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ତା ୨୮.୦୨.୨୦୨୧ ରିଖରୁ ୦୮.୦୩.୨୦୨୧ରିଖ ପର୍ଯ୍ଯନ୍ତ ନିଖୋଜ ଶିଶୁମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉପକୂଳରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା

ଏହି ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଚାରିଦିନରେ ଓଡିଶା ପୁଲିସ ପକ୍ଷରୁ ୧୬୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେଥି ମଧ୍ୟରେ ୧୩୮ ଜଣ ବାଳିକା ଓ ୨୨ ଜଣ ବାଳକ ଉଦ୍ଧାର ହୋଇଛନ୍ତି। ଉପରୋକ୍ତ ଶିଶୁମାନଙ୍କ ନିଖୋଜ ସଂକ୍ରାନ୍ତରେ ବିଭିନ୍ନ ଥାନାରେ ମାମଲା ପଞ୍ଜିକୃତ ହୋଇଥିଲା। ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ପରେ ସେମାନଙ୍କୁ ତାଙ୍କ ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ

ଏହି ସ୍ୱତନ୍ତ୍ର ଅଭିଯାନକୁ କିଛି ଆରକ୍ଷୀ ଅଧୀକ୍ଷକ ଅତ୍ୟନ୍ତ ସଫଳତାର ସହ କାର୍ଯ୍ଯକାରୀ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୨୬ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରୁ ଯଥାକ୍ରମେ ୧୩ ଓ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର