ନିର୍ବାଚନ ପୂର୍ବରୁ ‘ମେଟା’ର ବଡ଼ ନିଷ୍ପତ୍ତି: ହଟିବ ଫେସ୍‌ବୁକ୍‌ ନ୍ୟୁଜ୍‌, ଏପ୍ରିଲ୍‌ରୁ ନିର୍ବାଚନ ପ୍ରଚାର ବାଟ ବନ୍ଦ

The Sakala Picture
Published On

ଲସ୍‌ଏଞ୍ଜେଲ୍ସ,: ଭାରତ ଏବଂ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱର ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ‘ମେଟା’ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଅନୁଯାୟୀ ମେଟା ଏହାର ଫିଚର ‘ଫେସ୍‌ବୁକ୍‌ ନ୍ୟୁଜ୍‌’କୁ ହଟାଇଦେବ। ଅପରପକ୍ଷେ ନିର୍ବାଚନ ପୂର୍ବରୁ ମେଟାର ଏହି ନିଷ୍ପତ୍ତି ଭାରତ ଓ ଆମେରିକାରେ ରାଜନୈତିକ ଦଳଗୁଡିକୁ ଚକିତ କରିଦେଇଛି। ଆହୁରି ମଧ୍ୟ କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ମେଟାର ଏହି ନିଷ୍ପତ୍ତି ଏକ ବଡ଼ ଝଟ୍‌କା ଭାବେ […]

ଲସ୍‌ଏଞ୍ଜେଲ୍ସ,: ଭାରତ ଏବଂ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱର ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ‘ମେଟା’ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଅନୁଯାୟୀ ମେଟା ଏହାର ଫିଚର ‘ଫେସ୍‌ବୁକ୍‌ ନ୍ୟୁଜ୍‌’କୁ ହଟାଇଦେବ। ଅପରପକ୍ଷେ ନିର୍ବାଚନ ପୂର୍ବରୁ ମେଟାର ଏହି ନିଷ୍ପତ୍ତି ଭାରତ ଓ ଆମେରିକାରେ ରାଜନୈତିକ ଦଳଗୁଡିକୁ ଚକିତ କରିଦେଇଛି। ଆହୁରି ମଧ୍ୟ କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ମେଟାର ଏହି ନିଷ୍ପତ୍ତି ଏକ ବଡ଼ ଝଟ୍‌କା ଭାବେ ବିବଚେନା କରାଯାଉଛି। ସୂଚନାଯୋଗ୍ୟ ଯେ ମେଟା ଏପ୍ରିଲ ମାସ ପ୍ରାରମ୍ଭରେ ଆମେରିକା ଏବଂ ଅଷ୍ଟ୍ରେଲିଆରେ ବ୍ୟବହାରକାରୀଙ୍କ ପାଇଁ ‘ଫେସବୁକ୍ ନ୍ୟୁଜ୍’ ଫିଚର ଶେଷ କରିବାକୁ ଯୋଜନା କରିଛି। ଖବର ଏବଂ ରାଜନୀତିରେ କମ୍ ଗୁରୁତ୍ୱ ଦେବା ଲକ୍ଷ୍ୟନ୍ଇେ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

‘ଫେସ୍‌ବୁକ୍‌ ନ୍ୟୁଜ୍‌’ ବନ୍ଦ ହେବା ପରେ ଏହି ଆପରେ ଖବର ଆକାରରେ ରାଜନୈତିକ ଦଳଗୁଡିକ ଆଉ ନିଜର ପ୍ରଚାର କରିପାରିବେନାହିଁ। ଚଳିତବର୍ଷ ଏପ୍ରିଲରେ ଭାରତରେ ଏବଂ ନଭେମ୍ବରରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ସମୟରେ ମେଟାର ଏହି ନିଷ୍ପତ୍ତି ବିଶ୍ବର ରାଜନୈତିକ ଦଳ ପାଇଁ ମଧ୍ୟ ଏକ ବଡ଼ ଝଟ୍‌କା। କାରଣ ବର୍ତ୍ତମାନ ଏହି ଆପରେ ରାଜନୈତିକ ଖବର ପରିବେଷିତ ହେବନାହିଁ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀରେ ଏହି ଫିଚରକୁ ମେଟା ବନ୍ଦ କରିଥିଲା। ୨୦୧୯ରେ ‘ଫେସବୁକ୍ ନ୍ୟୁଜ୍’ ଟ୍ୟାବ୍ର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଜାତୀୟ ତଥା ଆନ୍ତର୍ଜାତୀୟ ନ୍ୟୁଜ୍‌ ଏଜେନ୍ସି ସହ ଛୋଟ ଏବଂ ସ୍ଥାନୀୟ ପ୍ରକାଶନଗୁଡ଼ିକର ଖବର ରହିଛି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ମେଟା କହିଛି ଯେ ଉପଭୋକ୍ତାମାନେ ତଥାପି ଖବରର ନିବନ୍ଧଗୁଡିକର ଲିଙ୍କ୍ ଦେଖିବାକୁ ସକ୍ଷମ ହେବେ। ସମ୍ବାଦ ସରବରାହ ସଂସ୍ଥାଗୁଡ଼ିକ ଅନ୍ୟ ବ୍ୟକ୍ତି କିମ୍ବା ସଂଗଠନ ପରି ସେମାନଙ୍କ ଖବରକୁ ପୋଷ୍ଟ କରି ୱେବ୍‌ସାଇଟକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେବେ। ସୂଚନାଯାଗ୍ୟ ଯେ, ଗତ କିଛି ବର୍ଷ ହେବ ଏହାର ପ୍ଲାଟଫର୍ମରେ ଅପପ୍ରଚାର ନିୟନ୍ତ୍ରଣକୁ ନେଇ ସମାଲୋଚନାର ସମ୍ମୁଖୀନ ହେବା ପରେ ମେଟା ସମ୍ବାଦ ଏବଂ ରାଜନୈତିକ ବିଷୟବସ୍ତୁଗୁଡିକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ମେଟା ମୁଖପାତ୍ର ଡାନି ଲିଭର କହିଛନ୍ତି ଯେ, ଏହି ଘୋଷଣା ଆମର ରାଜନୈତିକ ବିଷୟବସ୍ତୁ ପରିଚାଳନା ପାଇଁ ଆମର ଚଳିତବର୍ଷର ଏକ ସମ୍ପ୍ରସାରଣ। ଲୋକମାନେ ଆମଠାରୁ ଯାହା ଚାହୁଁଛନ୍ତି ତାହା ଉପରେ ଏହା ଆଧାରିତ। ତଥାପି, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ କମ୍ପାନୀ ପାଇଁ ଅପପ୍ରଚାର ତଥାପି ଏକ ବଡ଼ ଆହ୍ବାନ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

30 Mar 2024 By The Sakala

ନିର୍ବାଚନ ପୂର୍ବରୁ ‘ମେଟା’ର ବଡ଼ ନିଷ୍ପତ୍ତି: ହଟିବ ଫେସ୍‌ବୁକ୍‌ ନ୍ୟୁଜ୍‌, ଏପ୍ରିଲ୍‌ରୁ ନିର୍ବାଚନ ପ୍ରଚାର ବାଟ ବନ୍ଦ

ଲସ୍‌ଏଞ୍ଜେଲ୍ସ,: ଭାରତ ଏବଂ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱର ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ‘ମେଟା’ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଅନୁଯାୟୀ ମେଟା ଏହାର ଫିଚର ‘ଫେସ୍‌ବୁକ୍‌ ନ୍ୟୁଜ୍‌’କୁ ହଟାଇଦେବ। ଅପରପକ୍ଷେ ନିର୍ବାଚନ ପୂର୍ବରୁ ମେଟାର ଏହି ନିଷ୍ପତ୍ତି ଭାରତ ଓ ଆମେରିକାରେ ରାଜନୈତିକ ଦଳଗୁଡିକୁ ଚକିତ କରିଦେଇଛି। ଆହୁରି ମଧ୍ୟ କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ମେଟାର ଏହି ନିଷ୍ପତ୍ତି ଏକ ବଡ଼ ଝଟ୍‌କା ଭାବେ ବିବଚେନା କରାଯାଉଛି। ସୂଚନାଯୋଗ୍ୟ ଯେ ମେଟା ଏପ୍ରିଲ ମାସ ପ୍ରାରମ୍ଭରେ ଆମେରିକା ଏବଂ ଅଷ୍ଟ୍ରେଲିଆରେ ବ୍ୟବହାରକାରୀଙ୍କ ପାଇଁ ‘ଫେସବୁକ୍ ନ୍ୟୁଜ୍’ ଫିଚର ଶେଷ କରିବାକୁ ଯୋଜନା କରିଛି। ଖବର ଏବଂ ରାଜନୀତିରେ କମ୍ ଗୁରୁତ୍ୱ ଦେବା ଲକ୍ଷ୍ୟନ୍ଇେ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

‘ଫେସ୍‌ବୁକ୍‌ ନ୍ୟୁଜ୍‌’ ବନ୍ଦ ହେବା ପରେ ଏହି ଆପରେ ଖବର ଆକାରରେ ରାଜନୈତିକ ଦଳଗୁଡିକ ଆଉ ନିଜର ପ୍ରଚାର କରିପାରିବେନାହିଁ। ଚଳିତବର୍ଷ ଏପ୍ରିଲରେ ଭାରତରେ ଏବଂ ନଭେମ୍ବରରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ସମୟରେ ମେଟାର ଏହି ନିଷ୍ପତ୍ତି ବିଶ୍ବର ରାଜନୈତିକ ଦଳ ପାଇଁ ମଧ୍ୟ ଏକ ବଡ଼ ଝଟ୍‌କା। କାରଣ ବର୍ତ୍ତମାନ ଏହି ଆପରେ ରାଜନୈତିକ ଖବର ପରିବେଷିତ ହେବନାହିଁ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀରେ ଏହି ଫିଚରକୁ ମେଟା ବନ୍ଦ କରିଥିଲା। ୨୦୧୯ରେ ‘ଫେସବୁକ୍ ନ୍ୟୁଜ୍’ ଟ୍ୟାବ୍ର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଜାତୀୟ ତଥା ଆନ୍ତର୍ଜାତୀୟ ନ୍ୟୁଜ୍‌ ଏଜେନ୍ସି ସହ ଛୋଟ ଏବଂ ସ୍ଥାନୀୟ ପ୍ରକାଶନଗୁଡ଼ିକର ଖବର ରହିଛି।

ମେଟା କହିଛି ଯେ ଉପଭୋକ୍ତାମାନେ ତଥାପି ଖବରର ନିବନ୍ଧଗୁଡିକର ଲିଙ୍କ୍ ଦେଖିବାକୁ ସକ୍ଷମ ହେବେ। ସମ୍ବାଦ ସରବରାହ ସଂସ୍ଥାଗୁଡ଼ିକ ଅନ୍ୟ ବ୍ୟକ୍ତି କିମ୍ବା ସଂଗଠନ ପରି ସେମାନଙ୍କ ଖବରକୁ ପୋଷ୍ଟ କରି ୱେବ୍‌ସାଇଟକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେବେ। ସୂଚନାଯାଗ୍ୟ ଯେ, ଗତ କିଛି ବର୍ଷ ହେବ ଏହାର ପ୍ଲାଟଫର୍ମରେ ଅପପ୍ରଚାର ନିୟନ୍ତ୍ରଣକୁ ନେଇ ସମାଲୋଚନାର ସମ୍ମୁଖୀନ ହେବା ପରେ ମେଟା ସମ୍ବାଦ ଏବଂ ରାଜନୈତିକ ବିଷୟବସ୍ତୁଗୁଡିକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ମେଟା ମୁଖପାତ୍ର ଡାନି ଲିଭର କହିଛନ୍ତି ଯେ, ଏହି ଘୋଷଣା ଆମର ରାଜନୈତିକ ବିଷୟବସ୍ତୁ ପରିଚାଳନା ପାଇଁ ଆମର ଚଳିତବର୍ଷର ଏକ ସମ୍ପ୍ରସାରଣ। ଲୋକମାନେ ଆମଠାରୁ ଯାହା ଚାହୁଁଛନ୍ତି ତାହା ଉପରେ ଏହା ଆଧାରିତ। ତଥାପି, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ କମ୍ପାନୀ ପାଇଁ ଅପପ୍ରଚାର ତଥାପି ଏକ ବଡ଼ ଆହ୍ବାନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର