କଟକ ଏସସିବିରେ ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ
କଟକ: କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ । ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା ଜଣାପଡିଛି । ଏ ନେଇ କଟକ ବଡ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଏସସିବି ଆଇସୋଲେସନ ଓ୍ବାର୍ଡରେ […]
କଟକ: କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ । ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା ଜଣାପଡିଛି । ଏ ନେଇ କଟକ ବଡ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର
ତାଙ୍କୁ ଏସସିବି ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସଂପୃକ୍ତ ମହିଳା ରୋଗୀଙ୍କୁ ଏସସିବିର ଆଖି, ଇଏନଟି ଓ ଭେଷଜ ବିଭାଗର ବରିଷ୍ଠ ଡାକ୍ତର ଚିକିତ୍ସା କରୁଛନ୍ତି। ଆଜି ଏହି ରୋଗୀଙ୍କ ଚିକିତ୍ସା ନେଇ ଉଚ୍ଚସ୍ତରୀୟ ଆଲୋଚନା କରାଯିବ । ଏହାସହ ଏସସିବି ବ୍ଲାକ ଫଙ୍ଗସ ଟିମ୍ ତିଆରି ନେଇ ଚୂଡାନ୍ତ ହୋଇଛି।






