ମମତା ସରକାରକୁ ସୁପ୍ରିମ୍‌କୋର୍ଟଙ୍କ ଝଟକା, ପଶ୍ଚିମବଙ୍ଗରେ ରିଲିଜ ହେବ ‘ଦ କେରଳ ଷ୍ଟୋରୀ’ ଫିଲ୍ମ

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ମମତା ସରକାର ଲଗାଇଥିବା ବ୍ୟାନକୁ ସର୍ବୋଚ୍ଚ କୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗରେ ଏବେ ରିଲିଜ ହେବ ‘ଦ କେରଳ ଷ୍ଟୋରୀ’ ଫିଲ୍ମ । ଏହି ମାମଲାର ଶୁଣାଣି ବେଳେ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି କି, ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାହା ଯୁକ୍ତିଯୁକ୍ତ ନୁହେଁ । ଏଥିପାଇଁ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ମମତା ସରକାର ଲଗାଇଥିବା ବ୍ୟାନକୁ ସର୍ବୋଚ୍ଚ କୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗରେ ଏବେ ରିଲିଜ ହେବ ‘ଦ କେରଳ ଷ୍ଟୋରୀ’ ଫିଲ୍ମ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ଏହି ମାମଲାର ଶୁଣାଣି ବେଳେ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି କି, ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାହା ଯୁକ୍ତିଯୁକ୍ତ ନୁହେଁ । ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମେ’ ୮ରେ ଫିଲ୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆମେ ହଟାଉଛୁ। ଏହି ପ୍ରତିବନ୍ଧକର କୌଣସି ଦୃଢ଼ ଆଧାର ନାହିଁ। ଏହାସହ ତାମିଲନାଡୁ ସରକାର ଫିଲ୍ମର ସ୍କ୍ରିନିଂ ଓ ଦର୍ଶକଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

‘ଦ କେରଳ ଷ୍ଟୋରୀ’ ଫିଲ୍ମ ଏକ ମନଗଢା କାହାଣୀ ଉପରେ ଆଧାରିତ ଏବଂ ଏହି ସିନେମାରେ ସାଂପ୍ରଦାୟିକ ଭାବନା ଆହତ ହେବା ଭଳି କିଛି ଦୃଶ୍ୟଥିବା କଥା ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଯୁକ୍ତି ରଖାଯାଇଥିଲା । ତେଣୁ ଏହି ଚଳଚ୍ଚିତ୍ରକୁ ପଶ୍ଚିମବଙ୍ଗରେ ବ୍ୟାନ କରିଥିଲେ ମମତା ସରକାର । ତେବେ ସୁପ୍ରିମକୋର୍ଟ ଆଜି ଫିଲ୍ମ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର