ଅସଲି ଶିବସେନା ଓ ଦଳୀୟ ଚିହ୍ନକୁ ନେଇ ଚାଲିଥିବା ମାମଲାରେ ଉଦ୍ଧବଙ୍କୁ ଶକ୍ତ ଝଟକା, ସୁପ୍ରିମକୋର୍ଟ କହିଲେ ….

The Sakala Picture
Published On

ନୂଆଦିଲ୍ଲୀ : ପ୍ରକୃତ ‘ଶିବସେନା’ କିଏ? କାହାକୁ ମିଳିବ ଦଳୀୟ ଚିହ୍ନ? ଏନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ବଡ ଆଶ୍ଵସ୍ତି। ଏନେଇ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କି କିଏ ଅସଲି ଶିବସେନା ଓ କାହା ପାଖରେ ଦଳୀୟ ଚିହ୍ନ ରହିବ ତାହା ନିର୍ବାଚନ ଆୟୋଗ […]

ନୂଆଦିଲ୍ଲୀ : ପ୍ରକୃତ ‘ଶିବସେନା’ କିଏ? କାହାକୁ ମିଳିବ ଦଳୀୟ ଚିହ୍ନ? ଏନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ବଡ ଆଶ୍ଵସ୍ତି। ଏନେଇ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କି କିଏ ଅସଲି ଶିବସେନା ଓ କାହା ପାଖରେ ଦଳୀୟ ଚିହ୍ନ ରହିବ ତାହା ନିର୍ବାଚନ ଆୟୋଗ ସ୍ଥିର କରିବେ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଆବେଦନ ଖାରଜ କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମ କୋର୍ଟ ତରଫରୁ ଆଜି ନିର୍ବାଚନ ଆୟୋଗରେ ଦଳ ଉପରେ ମାଲିକାନା, ଦଳର ନାମ ଓ ଚିହ୍ନ ଉପରେ ଅଧିକାରକୁ ନେଇ ଜାରି ରହିଥିବା ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ସିଧା ସଳଖ ମନା କରିଦେଇଛନ୍ତି। କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆଜି ଉଦ୍ଧବ ଠାକରେ ଗ୍ରୁପକୁ ଝଟକା ଦେଇଥିବା ବେଳେ ସିନ୍ଦେ ଗ୍ରୁପକୁ ଆସ୍ୱସ୍ଥି ପ୍ରଦାନ କରିଛି । କୋର୍ଟ କହିଛନ୍ତି କି ଦଳୀୟ ଚିହ୍ନ ମାମଲାରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି।

ଆହୁରି ପଢ଼ନ୍ତୁ: ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି

ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାରେ ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ପ୍ରକୃତ ଶିବସେନା କିଏ ଏବଂ କେଉଁ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ଦିଆଯିବ ତାର ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ମାମଲାର ଶୁଣାଣି ପାଇଁ ସ୍ଵତନ୍ତ୍ର ଭାବେ ନିର୍ବାଚନ ଆୟୋଗ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

ସୂଚନାଯୋଗ୍ୟ ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ଏହା ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ। ଏହିପରି ଭାବେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।ସରକାର ଗଠନ ପରେ ଏକନାଥ ସିନ୍ଦେ ଦାବି କରିଥିଲେ କି ସେ ହେଉଛନ୍ତି ଅସଲି ଶିବସେନା , ଦଳର ଚିହ୍ନ ଉପରେ କେବଳ ତାଙ୍କର ହକ୍ ରହିଛି । ଏନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ନିଜକୁ ଅସଲି ଶିବସେନା ଓ ଦଳୀୟ ଚିହ୍ନର ହକଦାର ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ସିନ୍ଦେ ଗ୍ରୁପ ନିର୍ବାଚନ ଆୟୋଗଙ୍କ ପାଖରେ କରିଥିବା ଆବେଦନକୁ ଖାରଜ କରିବାକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି ।

27 Sep 2022 By The Sakala

ଅସଲି ଶିବସେନା ଓ ଦଳୀୟ ଚିହ୍ନକୁ ନେଇ ଚାଲିଥିବା ମାମଲାରେ ଉଦ୍ଧବଙ୍କୁ ଶକ୍ତ ଝଟକା, ସୁପ୍ରିମକୋର୍ଟ କହିଲେ ….

ନୂଆଦିଲ୍ଲୀ : ପ୍ରକୃତ ‘ଶିବସେନା’ କିଏ? କାହାକୁ ମିଳିବ ଦଳୀୟ ଚିହ୍ନ? ଏନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ବଡ ଆଶ୍ଵସ୍ତି। ଏନେଇ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କି କିଏ ଅସଲି ଶିବସେନା ଓ କାହା ପାଖରେ ଦଳୀୟ ଚିହ୍ନ ରହିବ ତାହା ନିର୍ବାଚନ ଆୟୋଗ ସ୍ଥିର କରିବେ।

ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଆବେଦନ ଖାରଜ କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମ କୋର୍ଟ ତରଫରୁ ଆଜି ନିର୍ବାଚନ ଆୟୋଗରେ ଦଳ ଉପରେ ମାଲିକାନା, ଦଳର ନାମ ଓ ଚିହ୍ନ ଉପରେ ଅଧିକାରକୁ ନେଇ ଜାରି ରହିଥିବା ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ସିଧା ସଳଖ ମନା କରିଦେଇଛନ୍ତି। କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆଜି ଉଦ୍ଧବ ଠାକରେ ଗ୍ରୁପକୁ ଝଟକା ଦେଇଥିବା ବେଳେ ସିନ୍ଦେ ଗ୍ରୁପକୁ ଆସ୍ୱସ୍ଥି ପ୍ରଦାନ କରିଛି । କୋର୍ଟ କହିଛନ୍ତି କି ଦଳୀୟ ଚିହ୍ନ ମାମଲାରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ସ୍ୱତନ୍ତ୍ର କ୍ଷମତା ରହିଛି।

ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାରେ ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ପ୍ରକୃତ ଶିବସେନା କିଏ ଏବଂ କେଉଁ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ଦିଆଯିବ ତାର ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ମାମଲାର ଶୁଣାଣି ପାଇଁ ସ୍ଵତନ୍ତ୍ର ଭାବେ ନିର୍ବାଚନ ଆୟୋଗ ରହିଛନ୍ତି।

ସୂଚନାଯୋଗ୍ୟ ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇଯାଇଥିଲେ । ଏହା ପରେ ନିଜ ସମର୍ଥନରେ ଶିବସେନାର ଅଧିକାଂଶ ବିଧାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରି ଦେଇଥିଲେ। ଏହିପରି ଭାବେ ବିଜେପି ସହ ମିଶି ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।ସରକାର ଗଠନ ପରେ ଏକନାଥ ସିନ୍ଦେ ଦାବି କରିଥିଲେ କି ସେ ହେଉଛନ୍ତି ଅସଲି ଶିବସେନା , ଦଳର ଚିହ୍ନ ଉପରେ କେବଳ ତାଙ୍କର ହକ୍ ରହିଛି । ଏନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ନିଜକୁ ଅସଲି ଶିବସେନା ଓ ଦଳୀୟ ଚିହ୍ନର ହକଦାର ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ସିନ୍ଦେ ଗ୍ରୁପ ନିର୍ବାଚନ ଆୟୋଗଙ୍କ ପାଖରେ କରିଥିବା ଆବେଦନକୁ ଖାରଜ କରିବାକୁ ଉଦ୍ଧବ ଠାକରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର