ଆଜିଠୁ ଖୋଲିବ ମାର୍କେଟ୍‍ ବିଲ୍ଡିଂ : ଉପସ୍ଥିତ ରହିବେ ବିଏମ୍‍ସି ସ୍କ୍ୱାଡ, ପୁଲିସ ଉଠାଦୋକାନୀଙ୍କୁ ମିଳିବନି ଅନୁମତି

The Sakala Picture
Published On

ଗତ ଜୁଲାଇ ୩୧ ତାରିଖରୁ ବନ୍ଦଥିବା ମାର୍କେଟ୍‍ ବିଲ୍ଡିଂ ଗୁରୁବାରଠାରୁ ଖୋଲିବ। ବିଏମ୍‍ସି ଓ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ପରେ ମାର୍କେଟ୍‍ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସ୍‍ନର ଦାବି ଅନୁଯାୟୀ ମାର୍କେଟ ବିଲ୍ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ବସିବାକୁ ଦିଆଯିବ ନାହିଁ ବୋଲି ବିଏମ୍‍ସି ରାଜିହେବା ପରେ ମାର୍କେଟ୍‍ ବିଲ୍ଡିଂ ଖୋଲିବାକୁ ଆସୋସିଏସନ୍‍ ରାଜି ହୋଇଥିବା ଜଣାପଡ଼ିଛି। ମାର୍କେଟ୍‍ ବିଲ୍ଡିଂ ଖୋଲିବା ସହିତ କୌଣସି ପ୍ରକାର […]

ଗତ ଜୁଲାଇ ୩୧ ତାରିଖରୁ ବନ୍ଦଥିବା ମାର୍କେଟ୍‍ ବିଲ୍ଡିଂ ଗୁରୁବାରଠାରୁ ଖୋଲିବ। ବିଏମ୍‍ସି ଓ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ପରେ ମାର୍କେଟ୍‍ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସ୍‍ନର ଦାବି ଅନୁଯାୟୀ ମାର୍କେଟ ବିଲ୍ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ବସିବାକୁ ଦିଆଯିବ ନାହିଁ ବୋଲି ବିଏମ୍‍ସି ରାଜିହେବା ପରେ ମାର୍କେଟ୍‍ ବିଲ୍ଡିଂ ଖୋଲିବାକୁ ଆସୋସିଏସନ୍‍ ରାଜି ହୋଇଥିବା ଜଣାପଡ଼ିଛି। ମାର୍କେଟ୍‍ ବିଲ୍ଡିଂ ଖୋଲିବା ସହିତ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଯେମିତି ନ ଘଟେ ବିଏମ୍‍ସି ଏହା ଉପରେ ଗୁରୁତ୍ୱ ଦେଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏଥିପାଇଁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ମାର୍କେଟ୍‍ ବିଲ୍ଡିଂ ପରିସରରେ ଗୋଟିଏ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ହେବା ସହିତ ୨ ଜଣ ବିଏମ୍‍ସି ସ୍କ୍ୱାଡ୍‍ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ନିୟମିତ ଭାବେ ଦିନ ୨ ଟାରୁ ରାତି ୮ ମଧ୍ୟରେ ବିଏମ୍‌ସିର ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‌ ମାର୍କେଟ୍‌ ବିଲ୍ଡିଂରେ ଅତର୍କିତ ଚଢ଼ଉ କରିବା ସହ ଏଠାରେ ଯେଉଁ ଉଠାଦୋକାନୀ ବସିଥିବେ ସେମାନଙ୍କୁ ତଡ଼ିବା ପାଇଁ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି। ମାର୍କେଟ୍‍ ବିଲ୍ଡିଂ ଖୋଲିବା ସମ୍ପର୍କରେ ସୂଚନା ଦେଇ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନର ସମ୍ପାଦକ ଶିଶିର କୁମାର ପଣ୍ଡା କହିଛନ୍ତି ଯେ ଆସୋସିଏସନ୍‌ର ସର୍ତ୍ତ ଅନୁଯାୟୀ ବିଏମ୍‍ସି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜି ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ପୁଲିସ ପ୍ରଶାସନ ମଧ୍ୟ ଏଠାରେ ଉପସ୍ଥିତ ରହିବାକୁ ନିଷ୍ପତ୍ତି ହୋଇଛି। ମାର୍କେଟ୍‍ ବିଲ୍ଡିଂ ଆସୋସିଏସନ ବିଏମ୍‍ସିର ସବୁ କଥାରେ ରାଜିହେବା ସହ ସମସ୍ତ ପ୍ରକାର ନିୟମ କାନୁନ୍‍ ପାଳନ କରୁଛନ୍ତି। ତେଣୁ ବିଏମ୍‍ସି ମଧ୍ୟ ଆସୋସିଏସନ୍‍କୁ ସହଯୋଗ କରିବ ବୋଲି ଆଶା ରହିଛି। ସେହିପରି ବିଏମ୍‌ସି ଏନ୍‍ଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ଡେପୁଟି କମିସନର୍‍ କମଲଜିତ ଦାସ କହିଛନ୍ତି ଯେ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏନର କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି। ସେମାନେ ମାର୍କେଟ୍‍ ବିଲ୍ଡିଂ ଖୋଲିବାକୁ ରାଜି ହୋଇଛନ୍ତି। ବିଏମସି ପକ୍ଷରୁ ଏଠାରେ ନିୟମିତ ଉଚ୍ଛେଦ କରାଯିବା ସହ ଉଠାଦୋକାନୀଙ୍କୁ ସେଠାରେ ବସିବାକୁ ଅନୁମତି ଦିଆଯିବ ନାହିଁ। ବର୍ତ୍ତମାନ ପାଇଁ ସେଠାରେ ପୁଲିସ ଓ ବିଏମ୍‍ସି କର୍ମଚାରୀ ଉପସ୍ଥିତ ରହିବେ ବୋଲି ଶ୍ରୀ ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ସୂଚନା ଥାଉ କି ମାର୍କେଟ୍‍ ବିଲ୍ଡିଂ ସ୍ଥାୟୀଦୋକାନୀ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତ ୩୧ ତାରିଖରୁ ମାର୍କେଟ୍‍ ବିଲ୍ଡିଂ ବନ୍ଦ ରହିଛି। ମାର୍କେଟ୍‍ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ତଡ଼ିବା ସହିତ ବିଶୃଙ୍ଖଳାକାରୀଙ୍କୁ ଗିରଫ କରି ଏହି ବିବାଦର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ମାର୍କେଟ୍‍ ବିଲ୍ଡିଂ ନ ଖୋଲିବା ପାଇଁ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନ୍‌ ନିଷ୍ପତ୍ତି ନେଇଥିଲା। ମାର୍କେଟ୍‍ ବିଲ୍ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ନ ବସିବା ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଉଠାଦୋକାନୀ ମାର୍କେଟ୍‍ ବିଲ୍ଡିଂ ପରିସରରେ ଦୋକାନ ଖୋଲୁଛନ୍ତି। ଏହାକୁ ନେଇ ରବିବାର ମାର୍କେଟ ବିଲ୍ଡିଂ ସ୍ଥାୟୀଦୋକାନୀ ଓ ଉଠାଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରିସ୍ଥିତି ଅଣାୟତ୍ତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର