ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ସୁରିୟା ଏବଂ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ

The Sakala Picture
Published On

ନୂଆଦିଲ୍ଲୀ : ଘୋଷଣା ହୋଇଛି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ୨୦୨୦ରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପଦର୍ଶନ କରିଥିବା ଅଭିନେତା, ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଛି। ୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ଅଜୟ ଦେବଗନ ଏବଂ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ସେହିପରି ସୁରାଇ ପଟାରୁ’ ଫିଲ୍ମ ପାଇଁ ସୁରିୟା ଶ୍ରେଷ୍ଠ […]

ନୂଆଦିଲ୍ଲୀ : ଘୋଷଣା ହୋଇଛି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ୨୦୨୦ରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପଦର୍ଶନ କରିଥିବା ଅଭିନେତା, ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଛି। ୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ଅଜୟ ଦେବଗନ ଏବଂ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ସେହିପରି ସୁରାଇ ପଟାରୁ’ ଫିଲ୍ମ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ଭାବରେ ବିବେଚିତ ହୋଇଛନ୍ତି। । ତାମିଲ ଫିଲ୍ମ ‘ସୁରାଇ ପଟାରୁ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ପାଖାପାଖି ୩୦୦ ଫିଚର ଫିଲ୍ମ ଏବଂ ୧୫୦ ଅଣ ଫିଚର ଫିଲ୍ମ ପଠା ଯାଇଥିଲା। ଏଥିରେ ୩୦ ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ର ସାମିଲ୍ ଥିଲା। ଏଥି ମଧ୍ୟରୁ ତାମିଲ ଫିଲ୍ମ ‘ସୁରାଇ ପଟାରୁ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି। ମାଲାୟାଲମର ସଚ୍ଚିଦାନନ୍ଦନ କେ.ଆର୍‌ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି। ବିଶାଲ ଭରଦ୍ୱାଜ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ , ବିଜୁ ମେନନ ଶ୍ରେଷ୍ଠ ସହ ଅଭିନେତା, ଲକ୍ଷ୍‌ମୀ ପ୍ରିୟା ଚନ୍ଦ୍ରମୈାଳି ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ବିବେଚିତ ହୋଇଛନ୍ତି ।ସେହିପରି ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୁଳସୀଦାସ ଜୁନିୟର’ ଚୟନିତ ହୋଇଛି। ଶ୍ରେଷ୍ଠ ସଙ୍ଗୀତକାର ଭାବେ ଫିଲ୍ମ ସାନିଆର ସଙ୍ଗୀତକାର ମନୋଜ ମୁନ୍‌ତାସିରଙ୍କୁ ଚୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ଅନ୍ୟପଟେ ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ରେ ଓଡ଼ିଆ ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ ମିଳିଛି । କାଲି ପାଇଁ କାଲିର ସିନେମା ହେଉଛି ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା । ଓଡ଼ିଆ ସିନେ ଜଗତର ଜଣାଶୁଣା ସିନେ ସମୀକ୍ଷକ ହେଉଛନ୍ତି ସୂର୍ଯ୍ୟ ଦେଓ ।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର