ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ

The Sakala Picture
Published On

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା। ଏହାପୂର୍ବରୁ ଗତକାଲି ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଥିଲା ବେଳେ ଆଜି ସିନ୍ଦେ ସରକାର ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁମତ ସାବ୍ୟସ୍ତ କରିବା କ୍ଷେତ୍ରରେ ଯଦି ଉଦ୍ଧବ ଗୋଷ୍ଠୀ ବିଧାୟକମାନେ ସିନ୍ଦେ ସରକାର ପ୍ରତି ସମର୍ଥନ ନ ଦିଅନ୍ତି ତେବେ ବାଚସ୍ପତି ସେମାନଙ୍କ ବିରୋଧରେ କି ପଦକ୍ଷେପ ନେବେ ତାହା ଏବେ ଚର୍ଚ୍ଚାର […]

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା। ଏହାପୂର୍ବରୁ ଗତକାଲି ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଥିଲା ବେଳେ ଆଜି ସିନ୍ଦେ ସରକାର ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁମତ ସାବ୍ୟସ୍ତ କରିବା କ୍ଷେତ୍ରରେ ଯଦି ଉଦ୍ଧବ ଗୋଷ୍ଠୀ ବିଧାୟକମାନେ ସିନ୍ଦେ ସରକାର ପ୍ରତି ସମର୍ଥନ ନ ଦିଅନ୍ତି ତେବେ ବାଚସ୍ପତି ସେମାନଙ୍କ ବିରୋଧରେ କି ପଦକ୍ଷେପ ନେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଦୀର୍ଘ ୧୧ ଦିନ ଧରି ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର ପ୍ରାୟ ୪୦ ବିଧାୟକ ଉଦ୍ଧବ ଗୋଷ୍ଠୀକୁ ବିରୋଧ କରି ଆସିବା ପରେ ନାଟକୀୟ ଢଙ୍ଗରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ ପରେ ଏକ ଦୁଇ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ ଏବଂ ବହୁମତ ସାବ୍ୟସ୍ତ କରିବାକୁ ସରକାର କାର୍ଯ୍ୟକ୍ରମ ସ୍ଥିର କରିଥିଲେ। ସେହି ଅନୁସାରେ ରବିବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ବିଜେପି ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭି ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି। ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାରେ ବାଚନିକ ଭୋଟ ହୋଇଥିଲା। ଏଥିରେ ନାର୍ଭେକରଙ୍କ ସପକ୍ଷରେ ୧୬୪ଟି ଭୋଟ ହୋଇଛି। ତେବେ ସମାଜବାଦୀ ପାର୍ଟି (ସପା), ଏଆଇଏମଆଇଏମ ବିଧାୟକମାନେ ସଦନରେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।ନିର୍ବାଚନରେ ଶିବସେନା ବିଧାୟକମାନେ ହ୍ୱିପ୍ ନମାନି ଭୋଟ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି। ତେବେ ଏହି ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ବିଜୟୀ ହୋଇଥିବାରୁ ସରକାର ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧବ ସରକାରରେ ବାଚସ୍ପତି ରହିଥିବା କଂଗ୍ରେସ ସଦସ୍ୟ ନାନା ପଟୋଲେ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଉପବାଚସ୍ପତି ନରହରି ଜିରୱାଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିଲେ। ଏବେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ ସରିଥିବା ବେଳେ ସିନ୍ଦେ ସରକାରଙ୍କୁ ସଦନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୬ ବିଧାୟକଙ୍କ ସମେତ ସିନ୍ଦେ ଗୋଷ୍ଠୀ ଅନ୍ତର୍ଭୁକ୍ତ ଶିବସେନା ବିଧାୟକ ଏବଂ ଛୋଟ ଓ ସ୍ବାଧୀନ ୧୦ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ତେଣୁ ଆସନ୍ତାକାଲି ହେବାକୁ ଥÒବା ଶକ୍ତି ପରୀକ୍ଷାରେ ସିନ୍ଦେ ସରକାର ବିଜୟୀ ହେବେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

04 Jul 2022 By The Sakala

ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ ସିନ୍ଦେ

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା। ଏହାପୂର୍ବରୁ ଗତକାଲି ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଥିଲା ବେଳେ ଆଜି ସିନ୍ଦେ ସରକାର ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁମତ ସାବ୍ୟସ୍ତ କରିବା କ୍ଷେତ୍ରରେ ଯଦି ଉଦ୍ଧବ ଗୋଷ୍ଠୀ ବିଧାୟକମାନେ ସିନ୍ଦେ ସରକାର ପ୍ରତି ସମର୍ଥନ ନ ଦିଅନ୍ତି ତେବେ ବାଚସ୍ପତି ସେମାନଙ୍କ ବିରୋଧରେ କି ପଦକ୍ଷେପ ନେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଦୀର୍ଘ ୧୧ ଦିନ ଧରି ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଶିବସେନାର ପ୍ରାୟ ୪୦ ବିଧାୟକ ଉଦ୍ଧବ ଗୋଷ୍ଠୀକୁ ବିରୋଧ କରି ଆସିବା ପରେ ନାଟକୀୟ ଢଙ୍ଗରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ ପରେ ଏକ ଦୁଇ ଦିନିଆ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ ଏବଂ ବହୁମତ ସାବ୍ୟସ୍ତ କରିବାକୁ ସରକାର କାର୍ଯ୍ୟକ୍ରମ ସ୍ଥିର କରିଥିଲେ। ସେହି ଅନୁସାରେ ରବିବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ବିଜେପି ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭି ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି। ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାରେ ବାଚନିକ ଭୋଟ ହୋଇଥିଲା। ଏଥିରେ ନାର୍ଭେକରଙ୍କ ସପକ୍ଷରେ ୧୬୪ଟି ଭୋଟ ହୋଇଛି। ତେବେ ସମାଜବାଦୀ ପାର୍ଟି (ସପା), ଏଆଇଏମଆଇଏମ ବିଧାୟକମାନେ ସଦନରେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।ନିର୍ବାଚନରେ ଶିବସେନା ବିଧାୟକମାନେ ହ୍ୱିପ୍ ନମାନି ଭୋଟ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି। ତେବେ ଏହି ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ବିଜୟୀ ହୋଇଥିବାରୁ ସରକାର ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧବ ସରକାରରେ ବାଚସ୍ପତି ରହିଥିବା କଂଗ୍ରେସ ସଦସ୍ୟ ନାନା ପଟୋଲେ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଉପବାଚସ୍ପତି ନରହରି ଜିରୱାଲ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଥିଲେ। ଏବେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନ ସରିଥିବା ବେଳେ ସିନ୍ଦେ ସରକାରଙ୍କୁ ସଦନରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୬ ବିଧାୟକଙ୍କ ସମେତ ସିନ୍ଦେ ଗୋଷ୍ଠୀ ଅନ୍ତର୍ଭୁକ୍ତ ଶିବସେନା ବିଧାୟକ ଏବଂ ଛୋଟ ଓ ସ୍ବାଧୀନ ୧୦ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ତେଣୁ ଆସନ୍ତାକାଲି ହେବାକୁ ଥÒବା ଶକ୍ତି ପରୀକ୍ଷାରେ ସିନ୍ଦେ ସରକାର ବିଜୟୀ ହେବେ ବୋଲି କୁହାଯାଉଛି।

https://www.thesakala.in/big-news/maharashtra-floor-test-today/article-13012
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର