ବଲିଉଡ଼ରେ କରୋନା ଆତଙ୍କ, ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି କରୋନା ସଂକ୍ରମିତ

The Sakala Picture
Published On

ମୁମ୍ବାଇ: ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଉଭୟ ବର୍ତ୍ତମାନ ହୋମ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର କୋଭିଡ ଟେଷ୍ଟ କରାଇନେବା ପାଇଁ ଉଭୟ […]

ମୁମ୍ବାଇ: ବଲିଉଡ଼ରେ କରୋନା ଆତଙ୍କ। ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଖବର ଆସୁଛି। ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଉଭୟ ବର୍ତ୍ତମାନ ହୋମ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର କୋଭିଡ ଟେଷ୍ଟ କରାଇନେବା ପାଇଁ ଉଭୟ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

ଅକ୍ଷୟଙ୍କ ଅପକମିଂ ଫିଲ୍ମ ‘ରାମସେତୁ’ର ୪୫ ଜଣ କ୍ରୁ ମେମ୍ବର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି। ଗତ ଶନିବାର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ଓ ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ତେବେ ଏମାନଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ରଣବୀର କପୁର,  ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ୟ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର