ନେତା ବାଛିବ ବ୍ରଜରାଜନଗର : ଭୋଟ୍‌ ପାଇଁ ବୁଥ୍‌ ପ୍ରସ୍ତୁତ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

The Sakala Picture
Published On

ବ୍ରଜରାଜନଗର : ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ। ଏଥିପାଇଁ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପ୍ରସ୍ତୁତି ଶେଷ ହୋଇଛି। ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ। ଏହି ନିର୍ବାଚନ ମଣ୍ଡଳୀ‌ର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍‌ ସେମାନଙ୍କ ମତଦାନ କରିବେ। ଭୋଟରମାନେ କିଭଳି ଶୃଙ୍ଖଳିତ ଓ ସୁବିଧାରେ ମତଦାନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ […]

ବ୍ରଜରାଜନଗର : ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ। ଏଥିପାଇଁ ସବୁ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ପ୍ରସ୍ତୁତି ଶେଷ ହୋଇଛି। ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ। ଏହି ନିର୍ବାଚନ ମଣ୍ଡଳୀ‌ର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍‌ ସେମାନଙ୍କ ମତଦାନ କରିବେ। ଭୋଟରମାନେ କିଭଳି ଶୃଙ୍ଖଳିତ ଓ ସୁବିଧାରେ ମତଦାନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପୁଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି । ଏଥର ବୁଥକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଜଗିବେ।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !

ଲଖନପୁର ବ୍ଲକର ସମସ୍ତ ୩୩ଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତ, ବେଲପାହାଡ଼ ଓ ବ୍ରଜରାଜନଗର ପୌରାଞ୍ଚଳକୁ ନେଇ ଗଠିତ ହୋଇଛି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ। ଉପନିର୍ବାଚନରେ ୧୧୦୦୫୦ ଜଣ ପୁରୁଷ, ୧୦୪୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୨୧୪୮୭୮ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ପୋଲିସ ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା ୬୦ ଗୋଟି ଉତ୍ତେଜନାପ୍ରବଣ ବୁଥ୍‌ରେ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେସବୁ ବୁଥ୍‌ରେ ୫୦ ଜଣ ମାଇକ୍ରୋ ଅବଜରଭରଙ୍କ ସହ ଅତିରିକ୍ତ କେନ୍ଦ୍ରୀୟ ପୁଲିସବଳଙ୍କୁ ନିଯୁକ୍ତି ସହ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ସମୁଦାୟ ବୁଥ୍‌ର ୫୦ ପ୍ରତିଶତ ବୁଥ୍‌ରେୱେବକାଷ୍ଟିଂ କରାଯିବ । ନିର୍ବାଚନ ଦିନ ସମଗ୍ର ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କଡ଼ା ନଜର ରଖିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଗ ବଦଳାଉଛି ଘୂର୍ଣ୍ଣିବଳୟ: ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା

ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୭୯ଟି ବୁଥରୁ ୨୨ଟି ନୁଆ ବୁଥ କରାଯାଇଛି । ଚଳିତ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଉପନିର୍ବାଚନକୁ ଶାନ୍ତି ଶ୍ରୁଙ୍ଖଳା ସହ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ୨୭୯ ବୁଥ ମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇ ଥିଲା ବେଳେ ଭୋଟରମାନଙ୍କ ସୁବିଧା ନିମନ୍ତେ ୩୦ ଗୋଟି ମଡେଲ୍‌ ବୁଥ୍‌ ସ୍ଥାପନା କରାଯାଇଛି ଓ ସେଠାରେ ଭୋଟରମାନଙ୍କ ପାଇଁ ଟେଣ୍ଟ, ପାନୀୟ ଜଳର ବ୍ୟବସ୍ଥା ଏବଂ ବରିଷ୍ଠ ଭୋଟରମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଧାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି ୫ ଗୋଟି ପିଙ୍କ ବୁଥ୍‌ ସ୍ଥାପନ କରାଯାଇଛି, ଯେଉଁଠାରେ କେବଳ ମହିଳା କର୍ମଚାରୀମନେ ଭୋଟଗ୍ରହଣ କାର୍ଯ୍ୟ ସଂପାଦନ କରିବେ । ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସବୁ ବୁଥ୍‌ରେ ରାମ୍ପ, ହ୍ୱିଲ୍‌ଚେୟାର ସହ ସେ୍ୱଚ୍ଛାସେବକମାନଙ୍କୁ ନିଯୁକ୍ତ କରାଯାଇଛି। ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର, ଯେଉଁମାନେ କି ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ ଦେବା ପାଇଁ ପସନ୍ଦ କରିଥିଲେ ସେମାନଙ୍କ ମଧ୍ୟରୁ ୩୧୨ ଜଣ ଯୋଗ୍ୟ ଭୋଟର ମତଦାନ କରିଛନ୍ତି ଓ ସେସବୁଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବେ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

ଅନ୍ୟପକ୍ଷରେ ଭୋଟରଙ୍କୁ ସୁରକ୍ଷା ଯୋଗାଇବା ଓ ନିର୍ବାଚନକୁ ସୂଚାର ରୂପେ ତୁଲାଇବାକୁ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ପ୍ରାୟ ୧ ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇ ସବୁ ପ୍ରକାର ଅପ୍ରୀତିକର ପରିସ୍ଥିତି ପ୍ରତି ସତର୍କ ନଜର ରଖାଯାଇଥିବା ଏସପି ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମାଲ ଓ ଏସ୍‌ପି ରାହୁଲ ଜୈନ ସୋମବାର ବିଭିନ୍ନ ବୁଥ ବୁଲି ଅନୁଧ୍ୟାନ କରିଛନ୍ତି। ସାଧାରଣ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ସହିତ ମାଇକ୍ରୋ ପର୍ଯ୍ୟବେକ୍ଷକ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀର ଏକାଧିକ କମ୍ପାନିଙ୍କୁ ମୁତୟନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର