ଓଡ଼ିଆ ଶିକ୍ଷକଙ୍କ ଦରମା ବନ୍ଦ କରି ଓଡ଼ିଆ ଅସ୍ମିତାର ମର୍ଯ୍ୟାଦାହାନୀ କରିଛନ୍ତି ସରକାର: ବିଜେଡି

ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଶିକ୍ଷକଙ୍କ ପାଇଁ ଏକ ସ୍ଥାୟୀ ଓ ନିୟମିତ ଅନୁଦାନ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର

Madhusudan Das Picture
Published On

ଭୁବନେଶ୍ୱର: ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ସୀମାନ୍ତ ଅଞ୍ଚଳରେ ୬୫୨ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ୧୧ ଜଣ ପର୍ଯ୍ୟବେକ୍ଷକ ଉକ୍ରଳ ସମ୍ମିଳନୀ ମାଧ୍ୟମରେ ଗତ ୨ ଦଶନ୍ଧି ଧରି ପ୍ରବାସୀ ଓଡ଼ିଆ ପିଲାମାନଙ୍କୁ ମାତୃଭାଷା ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଏହା କେବଳ ସେବା ନୁହେଁ, ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ଏକ ନିରବ ତପସ୍ୟା । ସରକାର ଶିକ୍ଷକମାନଙ୍କ ଦରମା ବନ୍ଦ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ମୂଳଦୁଆ ପକାଇଥିଲେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର । ସେହି ଧାରାକୁ ବଜାୟ ରଖି ଦୀର୍ଘ ୨୦ ବର୍ଷ ପୂର୍ବରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷାର ପ୍ରସାର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉକ୍ରଳ ସମ୍ମିଳନୀ ମାଧ୍ୟମରେ ଏହି ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଡ଼ ଲେନିନ ମହାନ୍ତି କହିଥିଲେ, କୁଳବୃଦ୍ଧ ମଧୁବାବୁ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଲଢୁଥିଲେ, ସେତେବେଳେ ସେ କହିଥିଲେ, ଜାତି, ମାଟି ଓ ଭାଷା ନ ରହିଲେ, ସ୍ୱତନ୍ତ୍ର ପ୍ରଦେଶର ମୂଲ୍ୟ କ’ଣ? ସେହି ଭାବନାକୁ ଆଧାର କରି ସମ୍ବଲପୁର ଓ ଗଞ୍ଜାମର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ସେହି ସ୍ୱପ୍ନକୁ ସାକାର କରିଥିଲେ ଉକ୍ରଳମଣି ଗୋପବନ୍ଧୁ ଦାସ । ସେ ଝାଡ଼ଖଣ୍ଡର ଚକ୍ରଧରପୁର, ଚାଇଁବସା ଓ ଛତିଶଗଡ଼ର ରାୟଗଡ଼ ଅଞ୍ଚଳରେ ବୁଲି ବୁଲି ଓଡ଼ିଆ ବିଦ୍ୟାଳୟ ଖୋଲିଥିଲେ । ସେ କହୁଥିଲେ, ଯେଉଁଠି ଓଡ଼ିଆ ଅଛି, ସେଠାରେ ଓଡ଼ିଆ ଭାଷା ବଞ୍ଚିବା ଦରକାର । ଅନୁଦାନ ଅଭାବରୁ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀ ଯଦି ଶିକ୍ଷାଦାନ ଛାଡ଼ିଦେବେ, ତେବେ ମଧୁବାବୁ ଓ ଗୋପବନ୍ଧୁଙ୍କ ଶହେ ବର୍ଷର ତପସ୍ୟା ଲୋପ ପାଇଯିବ ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଡ଼ ମହାନ୍ତି ଆହୁରି କହିଥିଲେ, ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟରତ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ବକେୟା ଦରମା ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦୁଇ ଥର ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଖୁବ୍ଶୀଘ୍ର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ବକେୟା ଅନୁଦାନ ପ୍ରଦାନ କରାଯାଇ ନାହିଁ । ଝାଡ଼ଖଣ୍ଡ ଗସ୍ତ ସମୟରେ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଆଜି ପାଣିରେ ଗାର ହୋଇଛି । ଦରମା ନ ପାଇ ୬୬୩ଟି ପରିବାର ଆଜି ଭୋକ ଉପାସରେ ଦିନ କାଟୁଛନ୍ତି । ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପିର ଦୋମୁହାଁ ନୀତି ଆଜି ପଦାରେ ପଡିଛି । ଶିକ୍ଷକ-ଶିକ୍ଷୟିତ୍ରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ବକେୟା ଓ ବର୍ଦ୍ଧିତ ଦରମାକୁ ଏକକାଳୀନ ପ୍ରଦାନ କରିବାକୁ ଅର୍ଥ ଓ ଗଣଶିକ୍ଷା ବିଭାଗ ତୁରନ୍ତ ନିଦେ୍ର୍ଦଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ମଧୁବାବୁ, ଗୋପବନ୍ଧୁ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ଜଳାଯାଇଥିବା ଓଡ଼ିଆ ଭାଷାର ଦୀପକୁ ଲିଭିବାକୁ ନି ଦିଅନ୍ତୁ ରାଜ୍ୟ ବିଜେପି ସରକାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର