ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେବେ ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

Madhusudan Das Picture
Published On

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଜୁନ୍ ୩୦, ୨୦୨୬ ତାରିଖରୁ ସେ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେନା ଉପାଧ୍ୟକ୍ଷ ଅଛନ୍ତି ଧୀରଜ ସେଠ୍ । ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ ଧୀରଜ ସେଠ୍‌।ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଏହି ପଦବୀ ଅଳଙ୍କୃତ କରିବେ। ସୂଚନାଯୋଗ୍ୟ ଯେ ଜେନେରାଲ୍ ଦ୍ୱିବେଦୀ ଜୁନ୍ ୨୦୨୪ରେ ଦେଶର ୩୦ତମ ସେନାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ନାଟୋ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବିଭ୍ରାଟ: ଇରାନକୁ କହିଲେ 'ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ'

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେଉଛନ୍ତି ଭାରତୀୟ ସେନାର ଅନ୍ୟତମ ବରିଷ୍ଠ ଏବଂ ଅଭିଜ୍ଞ ଆର୍ମର୍ଡ କର୍ପସ୍ (Armoured Corps) ଅଧିକାରୀ। ତାଙ୍କର ପ୍ରାୟ ଚାରି ଦଶନ୍ଧିର ସାମରିକ ଅଭିଜ୍ଞତା ରହିଛି। ଖଡକୱାସଲା ସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA) ରୁ ସ୍ନାତକ ହାସଲ କରିବା ପରେ ସେ ଡିସେମ୍ବର ୧୯୮୬ ମସିହାରେ ସେନାରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନାରେ ସାମିଲ ହେଲା 'INS ମହେନ୍ଦ୍ରଗିରି', ବୃଦ୍ଧି ପାଇଲା ଦେଶର ସାମୁଦ୍ରିକ ଶକ୍ତି

ନିଜର ସୁଦୀର୍ଘ ତଥା ଗୌରବମୟ ସେବାକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଏବଂ ରଣନୈତିକ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ଏକ ଆର୍ମର୍ଡ ରେଜିମେଣ୍ଟ ଏବଂ ବ୍ରିଗେଡ୍‌ରୁ ଆରମ୍ଭ କରି ଜାମ୍ମୁ-କାଶ୍ମୀରରେ ଏକ ଆତଙ୍କବାଦ ନିରୋଧୀ ବାହିନୀର ସେ ନେତୃତ୍ୱ ନେଇଛନ୍ତି। ଏହାବ୍ୟତୀତ ସେ ସୁଦର୍ଶନ ଚକ୍ର କର୍ପସ୍ ସମେତ ସେନାର ଦକ୍ଷିଣ-ପଶ୍ଚିମ କମାଣ୍ଡ୍ ଏବଂ ଦକ୍ଷିଣ କମାଣ୍ଡ୍ର ମୁଖ୍ୟ ଭାବରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଉତ୍ତେଜନା: ହର୍ମୁଜ୍ ପ୍ରଣାଳୀକୁ ନେଇ ବିବାଦ, ୩ ପ୍ରତିଶତ ବଢ଼ିଲା ଅଶୋଧିତ ତୈଳ ଦର

13 Jun 2026 By Madhusudan Das

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେବେ ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଙ୍କୁ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଜୁନ୍ ୩୦, ୨୦୨୬ ତାରିଖରୁ ସେ ନିଜର ନୂତନ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେନା ଉପାଧ୍ୟକ୍ଷ ଅଛନ୍ତି ଧୀରଜ ସେଠ୍ । ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ ଧୀରଜ ସେଠ୍‌।ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଏହି ପଦବୀ ଅଳଙ୍କୃତ କରିବେ। ସୂଚନାଯୋଗ୍ୟ ଯେ ଜେନେରାଲ୍ ଦ୍ୱିବେଦୀ ଜୁନ୍ ୨୦୨୪ରେ ଦେଶର ୩୦ତମ ସେନାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେଉଛନ୍ତି ଭାରତୀୟ ସେନାର ଅନ୍ୟତମ ବରିଷ୍ଠ ଏବଂ ଅଭିଜ୍ଞ ଆର୍ମର୍ଡ କର୍ପସ୍ (Armoured Corps) ଅଧିକାରୀ। ତାଙ୍କର ପ୍ରାୟ ଚାରି ଦଶନ୍ଧିର ସାମରିକ ଅଭିଜ୍ଞତା ରହିଛି। ଖଡକୱାସଲା ସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA) ରୁ ସ୍ନାତକ ହାସଲ କରିବା ପରେ ସେ ଡିସେମ୍ବର ୧୯୮୬ ମସିହାରେ ସେନାରେ ସାମିଲ ହୋଇଥିଲେ।

ନିଜର ସୁଦୀର୍ଘ ତଥା ଗୌରବମୟ ସେବାକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଏବଂ ରଣନୈତିକ ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ଏକ ଆର୍ମର୍ଡ ରେଜିମେଣ୍ଟ ଏବଂ ବ୍ରିଗେଡ୍‌ରୁ ଆରମ୍ଭ କରି ଜାମ୍ମୁ-କାଶ୍ମୀରରେ ଏକ ଆତଙ୍କବାଦ ନିରୋଧୀ ବାହିନୀର ସେ ନେତୃତ୍ୱ ନେଇଛନ୍ତି। ଏହାବ୍ୟତୀତ ସେ ସୁଦର୍ଶନ ଚକ୍ର କର୍ପସ୍ ସମେତ ସେନାର ଦକ୍ଷିଣ-ପଶ୍ଚିମ କମାଣ୍ଡ୍ ଏବଂ ଦକ୍ଷିଣ କମାଣ୍ଡ୍ର ମୁଖ୍ୟ ଭାବରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର